ରାୟଗଡା ସ୍ତାନୀୟ କସ୍ତୁରୀ ନଗର ପ୍ରଥମ ଲାଇନ ରେ ଥିବା ପ୍ରାଥମିକ ବିଦ୍ୟାଳୟ ଠାରେ ମହିଳା ୱାରକେର୍ସ କ୍ଲବ ରାୟଗଡା ପକ୍ଷରୁ ପ୍ରାୟ ୧୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଙ୍କୁ ବହି,ଖାତା,ପେନ୍,ପେନ୍ସିଲ, ୧୦ ଟି ବ୍ଲାକ ବୋର୍ଡ,ଛକଖଡ଼ି ,ବିସ୍କୁଟ ଓ ଚୋକ୍ଲେଟ୍ ବଣ୍ଟନ କରାଯାଇଥିଲା।ତତ୍ ସହିତ ସମସ୍ତେ ଭଲ ଭାବରେ ପାଠ ପଢିବା ପ୍ରତି ଦୃଷ୍ଟି ଦେବାକୁ କହିଥିଲେ ଓ ଆବଶ୍ୟକ ହେଲେ ଯେଉଁ ପିଲା ମାନେ ପଢ଼ା ପଢ଼ି ସମୟରେ ଯଦି କିଛି ନ ବୁଝି ପାରନ୍ତି ତାଙ୍କୁ ବୁଝାଇ କୁ ଚେଷ୍ଟା କରିବା ପାଇଁ ଅନୁରୋଧ କରି ଥିଲେ।ଏବଂ ଉକ୍ତ କ୍ଲବ ପକ୍ଷରୁ କୁହାଯାଇଛି ଯେ କୌଣସି ଛାତ୍ରଛାତ୍ରୀ ଙ୍କୁ ଆର୍ଥିକ ଅସୁବିଧା ଯୋଗୁଁ ପାଠ ପଡିବା ପାଇଁ ଅସମର୍ଥ ହୁଅନ୍ତି।ତେବେ ଆମେ ଓ ଆମ କ୍ଲବ ପକ୍ଷରୁ ସାହାଯ୍ୟ ସହାୟତା ପ୍ରଦାନ କରାଯିବ ବୋଲି ସଭାପତି ଶ୍ରୀମତୀ ଟି,ରଜନୀ କୁମାରୀ,କସ୍ତୁରୀ ସାହୁ,ଇତିଶ୍ରୀ ଓ ଉକ୍ତ କ୍ଲବର ସହଯୋଗୀ ପକ୍ଷରୁ କହିଥିଲେ।ଏପରି ସାହାଯ୍ୟ ସହଯୋଗ କରିବା ଦେଖି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ଯେ ବହୁତ ଭଲ ପଦକ୍ଷେପ ନେଇଛନ୍ତି ରାୟଗଡା ଲେଡ଼ିସ ୱାରକର୍ସ କ୍ଲବ ତରଫରୁ ବୋଲି।