କଲ୍ୟାଣସିଙ୍ଘପୁର ବ୍ଲକ ରେ ଅହିଂସା ରଥକୁ ସ୍ୱଗତ ପାଇଁ ପ୍ରସ୍ତୁତି ବୈଠକ। ସହିଦଙ୍କ ସ୍ମୃତି ଚାରଣ ସର୍ବୋପରି,ବିଡ଼ିଓ

ରାୟଗଡ-ଆଜାଦିକି ଅମୃତ ମହୋତ୍ସବ ସାରା ଭାରତର ନାଗରିକ ଅତି ଆଡମ୍ବର ସହ ପାଳନ କରୁଥିବା ବେଳେ ରାୟଗଡ ଜିଲ୍ଲା ଏହି ମହା ଉତ୍ସବ ପାଳନ କରିବାରେ ପଛାଇ ନାହିଁ। ଜିଲ୍ଲାର ଅନ୍ୟ ବ୍ଲକ ମାନଙ୍କରେ ଅହିଂସା ରଥ ପରିକ୍ରମା କରି କାଶୀପୁର ଦେଇ ମନ୍ଦିବିସି ରାସ୍ତାରେ ଆସି ଅପରାହ୍ନ ୨ଟା ସମୟରେ ଆସି କଲ୍ୟାଣସିଙ୍ଘପୁର ବ୍ଲକ ସିକରପାଇ ଠାରେ ପହଞ୍ଚିବ। ତେଣୁ ଏହାର ଭବ୍ୟ ସ୍ୱାଗତ ପାଇଁ ଆଣି ସନ୍ଧ୍ୟା ୫ ଟା ସମୟରେ ସିକରପାଇ ପଂଚାୟତ କାର୍ଯ୍ୟାଳୟ ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। ଏହି ବୈଠକରେ ସ୍ଥାନୀୟ ବିଡ଼ିଓ ତାପସ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜ ମତ କହିଥିଲେ। ସର୍ବ ପ୍ରଥମେ ସ୍ୱାଧୀନତା ସଂଗ୍ରାମୀ ମାନେ ସର୍ବୋପରି କହିଥିଲେ ତାଙ୍କ ସଂମାନରେ ଆମେ ସତମୁଖ ହେବା କଥା ବୋଲି ତାଙ୍କ ବକ୍ତବ୍ୟରେ ସହିଦଙ୍କୁ ସମାନ ଜଣାଇଥିଲେ। ସ୍ୱଗତ ପାଇଁ ସିକରପାଇ ର ଯୁବ ସମାଜ, ଡ୍ରାଇଭର ସଂଘ, ମହିଳା ମଣ୍ଡଳ, ମିଶନ ଶକ୍ତି, ଅନ୍ୟ ସଂଘଟନ ମାନଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ସେହିଭଳି ସଂଗ୍ରାମୀ ସହିଦ ଲକ୍ଷ୍ମଣ ନାୟକ ସହିଦ ପୀଠ ଛାଡିଦେଲେ କଲ୍ୟାଣସିଙ୍ଘପୁର ବିନିଷ ପୁର ସହିଦ ରକ୍ତ ତୀର୍ଥ ଏକ ଅନ୍ୟତମ ସହିଦି ସଂଗ୍ରାମୀ ପୀଠ ଅଟେ। ବ୍ରିଟିଶ ମାନଙ୍କ ଜୁଲୁମ କୁ ବିରୋଧ କରି ନିଜ ଅଞ୍ଚଳର ହିତ ପାଇଁ ୭ ୭ ଜଣ ପ୍ରାଣବଳି ଦେଇଛନ୍ତି ତେଣୁ ତାଙ୍କ ପୀଠରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କ ବଳିଦାନକୁ ମନେ ପକାଇବା ଦିନ ଆଜି ଉପସ୍ଥିତି ହେଇଛି।  ତେଣୁ ସମସ୍ତେ ଦେବ ବିନ୍ଧାଣି ଭଗବାନ ଶ୍ରୀ ବିଶ୍ୱକର୍ମାଙ୍କ ପୂଜନ ଦିନ ପୂଜା ସାରି ଏହି ମହତ କାମରେ ସହଯୋଗ କରିବାକୁ କାମନା କରିଥିଲେ।ଏଥିନେଇ ବିଦ୍ୟାଳୟର ଶିଶୁ କିଶୋର ଗ୍ରାମର ଭଦ୍ରବ୍ୟକ୍ତି ମାନେ ନିଜ ଅନୁଭୁତିରେ ସହିଦଙ୍କବିଷୟରେ ଲୋକନଙ୍କ ମନରେ ଉତ୍ସାହ ଭରିବେ ବୋଲି ଆଶା ପୋଷଣ କରିଥିଲେ। ଏହି ବୈଠକଟିକୁ ପି ଇ ଓ ପ୍ରଶାନ୍ତ କୁମାର ସାହୁ ପରିଚାଳନା କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବୈଠକରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମିତି ସଭ୍ୟ ନାଗେଶ୍ୱର ମିନିଆକା, ନାୟବ ସରପଞ୍ଚଙ୍କ ସ୍ୱାମୀ ନେପାଳ ରୁସ୍ୟଶୃଙ୍ଗ, ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ସେଠୀ,ବାପୁଜି ପାଠାଗାର ସମ୍ପାଦକ ପଙ୍କଜ ନାୟକ, ୱାର୍ଡ ସଭ୍ୟ ନରସିଂହ ସ୍ୱାଇଁ, କେ ଚେଲାପତି, ରୁଦ୍ର ଖଣ୍ଡରିଆ, ଜି ଜଗନାଥ ଓ ଅନେକ ମହିଳା ମଣ୍ଡଳର ସଭାନେତ୍ରୀ ମାନେ ଯୋଗ ଦେଇଥିଲେ। 

Leave A Reply

Your email address will not be published.