ଖପ୍ରାଖୋଲ- ଶ୍ରୀ ଜଗନ୍ନାଥ ଫିଜିଓଥେରାପି ମହାବିଦ୍ୟାଳୟ ନୂଆପଡ଼ା ପକ୍ଷରୁ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଅଗ୍ରସେନ ଭବନ ଠାରେ ମାଗଣା ଫିଜିଓଥେରାପି ଚିକିତ୍ସା ଶିବିର ଅନୁଷ୍ଠିତ। ଏହି ଶିବିର ରେ ପକ୍ଷାଘାତ, ମେରୁଦଣ୍ଡ ରେ ଆଘାତ, ମସ୍ତିଷ୍କ ପାରାଲିସିସ୍,ବେକ ଓ ପିଠି ବ୍ୟଥା,ଲିଗାମେ ଓ ମାଂସପେଶୀ ଆଘାତ,କାନ୍ଧ ବ୍ୟଥା,ଖେଳ ଜନିତ ଆଘାତ ଓ ଆଥ୍ରାଇଟିସ ରୋଗୀ ଙ୍କ ଚିକିତ୍ସା କରାଯାଇଥିଲା। ଲାଠୋର ଆଖପାଖ ଅଞ୍ଚଳର ବହୁତ ଅସହାୟ ଓ ଗରିବ ରୋଗୀ ଶିବିର କୁ ଆସି ନିଜର ଯାଞ୍ଚ କରାଇଥିଲେ। ଏହି ଶିବିର ମାରଓ୍ବାଡି ୟୁବା ମଞ୍ଚ ଲାଠୋର ଶାଖା ପକ୍ଷରୁ ଅନୁଷ୍ଠିତ ହେଇଥିଲା। ଏହି ଶିବିର ପରିଚାଳନା ରେ ମୁଖ୍ୟତଃ ସ୍ଥାନୀୟ ପ୍ରବନ୍ଧକ ରାମ ଅବତାର ସିଂଘଲ୍, ନକୁଳ କୁମାର ଅଗ୍ରୱାଲ (ମାରଓ୍ବାଡି ୟୁବା ମଞ୍ଚ ଲାଠୋର ଶାଖା ପ୍ରେସିଡେଣ୍ଟ),ଅମିତ କୁମାର ଅଗ୍ରୱାଲ (ସେକ୍ରେଟାରୀ) , କୁଲଦିପ କୁମାର ଅଗ୍ରୱାଲ (କେସିୟର୍)ଓ ଯୁବା ମଞ୍ଚ ର ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତ ରହି ଶିବିର ପରିଚାଳନା ରେ ସହୋଯୋଗ କରିଥିଲେ।