ଖୋର୍ଦ୍ଧା  ଟ୍ରିପଲ ଏ ରେ ସମେହିବା ଉଦଯାପିତ ଉତ୍ସବ

ଖୋର୍ଦ୍ଧା*- ଗତ କାଲି ଗୁରୁବାର ଦିନ  ଖୋର୍ଦ୍ଧାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଟ୍ରିପଲ ‘ଏ’  ରେ ଅନୁଷ୍ଠିତ  ହୋଇଥିବା ସ୍ବାଧୀନତାର ୭୫ତମ ଅମୃତ ମହୋତ୍ସବ ଉପଲକ୍ଷେ ବିଦ୍ୟାଳୟସ୍ତରୀୟ ଜାତୀୟ ପ୍ରତିଯୋଗିତା “ସମେହିବା” ଆଜି ଖୋର୍ଦ୍ଧାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜ୍ଯୋତିନ୍ଦ୍ରନାଥ ମିତ୍ର ମହୋଦୟଙ୍କ  ଅଧ୍ଯକ୍ଷତାରେ ଉଦଯାପିତ ହୋଇଯାଇଛି । ଆଜିର ଆକର୍ଷଣ  ଥିଲା କୁଇଜ ପ୍ରତିଯୋଗିତା  ଯାହାକୁ କୁଇଜ୍ ମାଷ୍ଟର ଅନୁରାଗ ସାମନ୍ତରାୟ ଓ ତପସ୍ବିନୀ ଦାସ ସଂଚାଳନ କରିଥିଲେ । ଏହି  କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ରୂପେ କର୍ଣ୍ଣେଲ ଏସ୍ .  କେ .  ମିଶ୍ର ,   ଅବସରପ୍ରାପ୍ତ କର୍ଣ୍ଣେଲ ସି. ଡି. ସାହୁ, ବିଦ୍ୟାଳୟର ସଭାପତି   ଶ୍ରୀଯୁକ୍ତ  ସତ୍ଯବାଦୀ  ବଳିଆରସିଂହ  ମହୋଦୟ,  ବିଦ୍ୟାଳୟର ପ୍ରତିଷ୍ଠାତା ଡାକ୍ତର ନନ୍ଦକିଶୋର ପଟ୍ଟନାୟକ ମହୋଦୟ  ଏବଂ ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ମହାନ୍ତି  ଉପସ୍ଥିତ ଥିଲେ । ଏଥିରେ ଓଡ଼ିଶା ଓ ଓଡ଼ିଶା ବାହାରୁ ପ୍ରାୟ ୨୬୨ ପ୍ରତିଯୋଗୀ ଭାଗ ନେଇଥିଲେ । ଅତିଥିଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ନାଚ, ଗୀତ ଏବଂ କୁଇଜ୍ ପ୍ରତିଯୋଗିତାର  ବିଜେତାମାନଙ୍କୁ ଅର୍ଥ ରାଶି ସହିତ ଟ୍ରଫି,  ମେଡାଲ ଓ ସାର୍ଟିଫିକେଟ  ବିତରଣ କରାଯାଇଥିଲା ।   ସଙ୍ଗୀତ ପ୍ରତିଯୋଗିତାରେ ଏଲ୍. ଆର୍. ଡି. ଏ. ଭି. କଟକ ପ୍ରଥମ, ଓ. ଡି. ଏମ୍ . ଗ୍ଲୋବାଲ୍ ସ୍କୁଲ୍ ଭୁବନେଶ୍ବର  ଦ୍ବିତୀୟ ଓ ଟ୍ରିପଲ  “ଏ” ତୃତୀୟ   ସ୍ଥାନ ଏବଂ ନୃତ୍ୟ ପ୍ରତିଯୋଗିତାରେ ଟ୍ରିପଲ  ‘ଏ’ ପ୍ରଥମ , ସରକାରୀ ଉଚ୍ଚ ବିଦ୍ୟାଳୟ ଡାଳତୋଳା ଦ୍ବିତୀୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ବଙ୍ଗିଦା  ତୃତୀୟ ସ୍ଥାନ  ତଥା କୁଇଜ୍ ପ୍ରତିଯୋଗିତାରେ ଓ . ଡି. ଏମ୍ . ଗ୍ଲୋବାଲ ସ୍କୁଲ୍ ଭୁବନେଶ୍ବର ପ୍ରଥମ,  ମଦର୍ସ ପବ୍ଲିକ୍ ସ୍କୁଲ୍ ଭୁବନେଶ୍ବର ଦ୍ବିତୀୟ ଏବଂ ଟ୍ରିପଲ  ‘ଏ’ ଖୋର୍ଦ୍ଧା ତୃତୀୟ ସ୍ଥାନ ଅଧିକାର କରିଥିଲେ ।ଏଥିସହିତ ଗୀତ ବିଭାଗରେ ଟ୍ରିପଲ ‘ଏ’  ଖୋର୍ଦ୍ଧାର  ସ୍ମିତା ଦାଶ ଓ କୁଇଜ୍ ପ୍ରତିଯୋଗିତାରେ ଡି. ଏ. ଭି. ପୋଖରୀପୁଟ ସାନ୍ତ୍ବନାମୂଳକ ପୁରସ୍କାର ଲାଭ କରିଥିଲେ । ସଭା କାର୍ଯ୍ୟକ୍ରମକୁ ଏକାଦଶ ଶ୍ରେଣୀର  ଆଦିତ୍ଯ ଓ ଟୁଇଁକିଲ୍   ପରିଚାଳନା କରିଥିଲେ ଏବଂ ପଦାର୍ଥ ବିଜ୍ଞାନର ମୁଖ୍ଯ  ଶ୍ରୀ ପ୍ରିୟବ୍ରତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ମୁଖ୍ଯ ଅତିଥି  ଖୋର୍ଦ୍ଧାର  ମାନ୍ୟବର ବିଧାୟକ ଲାଲ୍ ପତାକା ଦେଖାଇ ଓ ପତାକା ଅବତରଣ କରି  କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ। ।

Leave A Reply

Your email address will not be published.