ବାଲିଆପାଳ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପରୁ  ଏକ କୋଟି ୯୦ ଲକ୍ଷ ଟଙ୍କା ଘୋଟାଲାର ଭିଜିଲାନ୍ସ ତଦନ୍ତ ଆରମ୍ଭ

ବାଲିଆପାଳ- ବାଲିଆପାଳ ପଞ୍ଚାୟତ ରେ ଏକ କୋଟି ୯୦ ଲକ୍ଷ ଟଙ୍କାର ଘୋଟାଲା ହୋଇ ଥିବାର ଅଭିଯୋଗ ପରେ ବୁଧବାର  ଭିଜିଲାନ୍ସ ଟିମ ପଞ୍ଚାୟତରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାଲେଶ୍ଵର ଭିଜିଲାନ୍ସ ଅଧିକାରୀଣୀ ଉଲୁପି ବେହେରାଙ୍କ ନେତୃତ୍ବରେ ରେ ତିନି ଜଣିଆ ଟିମ  ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ହୋଇଥିବା ବିଭିନ୍ନ ପ୍ରକଳ୍ପ ବୋଲି ତଦନ୍ତ ଆରମ୍ଭ କରିଛନ୍ତି  ।୨୦୨୧-୨୨ ମସିହାରେ  ପଞ୍ଚୟତରେ ବିଭିନ୍ନ ସ୍ଥାନର ପ୍ରକଳ୍ପ ର କାର୍ଯ୍ୟ କରାନଯାଇ ପୂର୍ବତନ ସରପଞ୍ଚ ମଧୁସୂଦନ ବାରିକ ଟଙ୍କା ଉଠାଇ ନେଇଥିବା ଏବଂ ବିଧାୟକ ପାଣ୍ଠି ଟଙ୍କାରେ ନିର୍ମାଣ ହୋଇଥିବା ପକା ରାସ୍ତା କୁ ପଞ୍ଚାୟତ ପାଣ୍ଠି ରୁ ରାସ୍ତା ନିର୍ମାଣ କରାଯାଇଛି ବୋଲି ଦର୍ଶାଇ ଟଙ୍କା ଉଠାଇ ନିଆଯାଇଥିବା , ଆଦର୍ଶ ଗ୍ରାମର କୁଦମାନସିଂରେ ନିର୍ମାଣ ହୋଇଥିବା ପାନୀୟଜଳ ପ୍ରକଳ୍ପ ରେ ଗ୍ରାମ ଭିତରକୁ ପାଣି ପାଇପ ନପକାଇ ସମ୍ପୂର୍ଣ୍ଣ ଟଙ୍କା ଉଠାଇନେଉଥିବା ନେଇ  ବର୍ତ୍ତମାନର ସରପଞ୍ଚ ବନଲତା ଦାସ  ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରି ଥିଲେ। ଅଭିଯୋଗ ମୂଳେ ଭିଜିଲାନ୍ସ ଅଧିକାରୀଣୀ ଉଲୁପି ବେହେରା ବାଲିଆପାଳ ପଂଚାୟତ ରେ ପହଞ୍ଚି ଜମକୁଣ୍ଡା ଇରିଗେଶନ ବନ୍ଧ ରୁ ରୀୟନୁଖନ ଘର ପର୍ଯ୍ୟନ୍ତ ରାସ୍ତା ୯୯୨୧୨ ଟଙ୍କା , ବାଲିଆପାଳ ମୁସଲିମ ବସ୍ତୀ ବାଲିଆପାଳ ବସ୍ତା ମୁଖ୍ୟ ରାସ୍ତାରୁ ମସଜିଦ ପର୍ଯ୍ୟନ୍ତ ରାସ୍ତା ୯୯୩୦୨ ଟଙ୍କା , ବାଲିଆପାଳ ପୁରୁଣା ମାର୍କେଟ ଘର ମରାମତି ୯୯୫୦୦ ଟଙ୍କା ର କାର୍ଯ୍ୟ ସହିତ , କୁଦମାନସିଂ ସ୍କୁଲ ଏବଂ କୁଦମାନସିଂ ଆଦର୍ଶ ଗ୍ରାମ ଫାଟକ, ପିଇବା ପାଣି ପ୍ରକଳ୍ପ ଆଦି ବିଭିନ୍ନ ପ୍ରକଳ୍ପ ବୁଲି ଦେଖି ଫେରି ଯାଇଛନ୍ତି।  ପ୍ରଥମ ପର୍ଯ୍ୟାୟ ରେ ତଦନ୍ତର ଚାଳିଛି ତେଣୁ ଉକ୍ତ ବିଷୟ ରେ ଉପର ଅଧିକାରୀଙ୍କ ବିନା ନିର୍ଦ୍ଦେଶ ରେ କୌଣସି ମନ୍ତବ୍ୟ ଦେଇପାଇବେ ନାହିଁ ବୋଲି ଉଳୁପି ବେହେରା କହିଛନ୍ତି। ଉପରୋକ୍ତ ପକଳ୍ପ ବ୍ୟତୀତ ଏହିପରି ଅନେକ ପ୍ରକଳ୍ପ ରୁ କାମ କରାନଯାଇ ବିଲ ଉଠା ସହିଥିବା କଥା ସରପଞ୍ଚ ପ୍ରତିନିଧି ହେମନ୍ତ ଦାସ କହିଛନ୍ତି।

Leave A Reply

Your email address will not be published.