ବାରିପଦା- ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ଅଣରାଜନୈତିକ ସଂଗଠନ ଭଞ୍ଜସେନା ର ଏକ ପ୍ରତିନିଧି ଦଳ ପି ଆର ଏମ ମେଡିକାଲ କଲେଜର ଅବ୍ୟବସ୍ଥା ସମ୍ବନ୍ଧରେ ଶେଷ ଆଲୋଚନା କରିବା ପାଇଁ ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଥିଲେ।ଏହି ଆଲୋଚନାରେ ମରଣଯନ୍ତା ସାଜିଥିବା ପି ଆର ଏମ ମେଡିକାଲ କଲେଜରେ ଦିନକୁ ବଢୁଥିବା ଶିଶୁ ଏବଂ ରୋଗୀ ମୃତ୍ୟୁ,,ମେଡିକାଲ ବିଦ୍ୟୁତ ସରବରାହରେ ଘୋର ଅନିୟମିତତା,,ସରକାରୀ ଚିକିତ୍ସକଙ୍କ ମେଡିକାଲ ରୋଗୀଙ୍କ ପ୍ରତି ନିଘା ନଥାଇ ବିଭିନ୍ନ ନର୍ସିଂହୋମରେ ରୋଗୀ ଦେଖି ଅଧିକ ଅର୍ଥ ଉପାର୍ଜନ କରିବା ର ଲୋଭ ,ଷ୍ଟ୍ରେଚର ର ଅଭାବ, ସୁପରିଚାଳନା ଦାୟିତ୍ୱରେ ଥିବା ହସ୍ପିଟାଲ ମ୍ୟାନେଜର ମାନଙ୍କ ରୋଗୀ ବିରୋଧୀ କାର୍ଯ୍ୟକଳାପ,ମେଡିକାଲ କର୍ତ୍ତୃପକ୍ଷଙ୍କ ରୋଗୀ ଏବଂ ରୋଗୀଙ୍କ ପରିବାର ପ୍ରତି ଦୁର୍ବ୍ୟବହାର ଭଳି ବହୁ ଛୋଟ ବଡ଼ ସମସ୍ୟା ଉପରେ ଶେଷ ଆଲୋଚନା କରାଯାଇଛି। ଏନ.ଏଚ.ଏମ(NHM ) ଭଳି ସଂସ୍ଥା ର ସ୍ୱାସ୍ଥ୍ୟ ବିରୋଧୀ କାର୍ଯ୍ୟ କଳାପ ବାବଦରେ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି ।ଭଞ୍ଜସେନା ପକ୍ଷରୁ ପୂର୍ବରୁ ମେଡିକାଲରେ ଘଟୁଥିବା ଏହି ସବୁ ସମସ୍ୟା ପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାର ଏବଂ ସ୍ଥାନୀୟ ବିଭାଗୀୟ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତଏହାର କୌଣସି ସୁଫଳ ମିଳିପାରିନାହିଁ।ଯୋଉଥି ପାଇଁ ଭଞ୍ଜସେନା ର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ଶେଷ ଆଲୋଚନା କରିଛି।
ଏହାପରେ ବି ଯଦି ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ହୁଏ ତେବେ ଅଭିଯୁକ୍ତ, ଯେତେବଡ଼ ଅଧିକାରୀ ହୁଅନ୍ତୁ ନା କାହିଁକି ମୟୂରଭଞ୍ଜ ବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ନକଲେ ଉକ୍ତ ଅଧିକାରୀଙ୍କୁ ବିଚ ରାସ୍ତାଉପରେ ଜୋରଦାର ବିରୋଧ କରାଯିବ ବୋଲି ଦୃଢ ଚେତାବନୀ ଦେଉଛି ଭଞ୍ଜସେନା।ଭଞ୍ଜସେନା ର ଏଇ ଶେଷ ଆଲୋଚନା ସମୟରେ ପ୍ରତିନିଧି ଦଳରେ ସଂଗଠନ ଉପାଧ୍ୟକ୍ଷ ନିମାଇଁ ତ୍ରିପାଠୀ, ସଭାପତି ପିଣ୍ଟୁ ମାଈତି, ଓବିସି ଶାଖା ସଭାପତି ରାକେଶ ବେହେରା,କାର୍ଯ୍ୟକାରୀ ସଭାପତି ସାମନ୍ତ ଶେଖର ପାଲ ପ୍ରମୁଖ ଉପସ୍ଥିତ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି।