ପ୍ରଧାନ ଶିକ୍ଷୟତ୍ରୀଙ୍କ ବଦଲି ଦାବିକୁ ନେଇ ଛାତ୍ରଛାତ୍ରୀ ସହ ଗ୍ରାମବାସୀଙ୍କ ରାସ୍ତାରୋକ

ଖପ୍ରାଖୋଲ- ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡ ବେଲପଡା ବ୍ଲକ କର୍ଲାବାହାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ମନମୁଖୀ କାରବାର ଓ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର କୁ କରକୁରି,ମିକଚର,ବିସ୍କୁଟ କିଣି ଆଣିବାକୁ ଦୋକାନ ପଠାଇବା ସହ ଏମଡିଏମ୍ ଚାଉଲ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ଟଙ୍କା ନଦେବା ରୁ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ପାଟଣାଗଡ ଖପ୍ରାଖୋଲ ରାସ୍ତା ରୋକ କରାଯାଇଥିଲା।ଏହି ଶିକ୍ଷୟତ୍ରୀ ଜଣକ ଏଭଲି କାମ କରୁଥିବାରୁ ଗ୍ରାମବାସୀ ବେଲପଡା ଏବିଓ,ବିଡିଓ ଏବଂ ଶେଷରେ ବଲାଙ୍ଗିର ଜିଲ୍ଲାପାଳ ଙ୍କୁ ଅଭିଯୋଗ କରିଥିଲେ ବି କୌଣସି ତଦନ୍ତ ନକରି ଅଧିକାରୀ ମାନେ ମଧ୍ୟ ଦିନଗଢାଇଚାଲିଥିଲେ।ପରେ ରାସ୍ତା ରୋକ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ଓ ବିଡିଓ ରଶ୍ମିରଞ୍ଜନ ରାଉତ ବେଲପଡା ତହସିଲଦାର,ପଶାନ୍ତି ପଧାନ,ଏବିଓ ଚତୁର୍ଭୁଜ ମିର୍ଦ୍ଧା ଘଟଣାସ୍ଥଳକୁ ପହଞ୍ଚି ବୁଝାସୁଝା କରିଥିଲେ।ହେଲେ ଯେତେ ବୁଝାସୁଝା କରିଥିଲେ ମଧ୍ୟ ରାସ୍ତା ରୋକରୁ ହଟିନଥିଲେ।ତାଙ୍କର ଜିଦରେ ହିଁ ରାସ୍ତାରେ ବସି ରହିଥିଲେ।ଏବିଓ ୨ଘଣ୍ଟା ସମୟ ମାଗି ଦାବି ପୂରଣ କଲାପରେ ରାସ୍ତାରୁ ହଟିଥିଲେ।

Leave A Reply

Your email address will not be published.