ରାୟଗଡ- ରାସ୍ତା ନଥିବାରୁ ନୂଆ ମାଟି ପକାଇ ରହିବାରୁ କାଦୁଅ ହେଇ ରୋଗିବୁହା ଗାଡି ପହଞ୍ଚି ପାରିନଥିବାରୁ ଚୌକିରେ ବୁହା ହେଇ ଗାଡି ପାଖକୁ ଅଣାଯାଇଥିଲା। ସରକାରଙ୍କ ଯୋଜନା ଯେପରି ଏହି ଗ୍ରାମ ପାଇଁ ଆଶ୍ରିବାଦ ବଦଳରେ ଅଭିଶାପ ଭଳି ଜଣା ପଡୁଛି। ବିକାଶର ନାରା ଦେଉଥିବା ସରକାରଙ୍କ କଥା ଧୂଁଆ ବାଣ ହେଇଛି ଲୋକଙ୍କ ପାଖରେ ବିକାଶ ନ ପହଞ୍ଚି ଖାଲି କାଗଜ କଲମରେ ଚାଲିଛି ଏହାର ସ୍ୱଷ୍ଟ ନମୁନା ଦେଖିବାକୁ ମିଳିଛି।ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ କିଛି କିଛି ଗ୍ରାମ କୁ ପକା ରାସ୍ତା ନଥିବାରୁ ରୋଗୀ ଙ୍କୁ କେବେ ଖଟିଆ ,ଆଉ କେତେ ବେଳେ ଚୌକି ରେ ଵୁହା ହେଉଛି। ଏହି ଭଳିଆ ଦୃଶ୍ୟ ଦେଖି ବାକୁ ମିଳୁଛି। ତାହା ପୁଣି କାଶିପୁର ବ୍ଲକ ଅଡାଜୋର ପଞ୍ଚାୟତ କୁଲିଆପଦର ଗ୍ରାମର ଚାନାଇ ମାଝି ସ୍ଵାମୀ କୁମାର ମାଝି କୈାଣସି ଏକ ରୋଗ ରେ ଚାନାଇ ଦେହ ବହୁତ ଅସୁସ୍ଥ ହେବା ପରେ ସେମାନେ 108 ଆମ୍ବୁଲାନ୍ସ କୁ ଫୋନ କରି ଥିଲେ ଏହା ପରେ ଆମ୍ବୁଲାନ୍ସ ଗାଡ଼ି ଗ୍ରାମ ର କିଛି ଦୂରରେ ଅଟକି ରହିଥିଲା ଯାହା ଫଳରେ କୁଲିଆପଦର ଗ୍ରାମର କୁ ପକା ରାସ୍ତା ନଥିବାରୁ ଯାହା ଫଳରେ ଚାନାଇ ମାଝି ଙ୍କୁ ଚୌକି ସାହଯ୍ୟ ରେ ଭାର କରି ଆମ୍ବୁଲାନ୍ସ ଗାଡ଼ି ନିକଟକୁ ପହଞ୍ଚି ଥିଲା ଏବେ ତାଙ୍କ ସ୍ଵାସ୍ଥ୍ୟ ଏବେ ଭଲ ଥିବା କହିଛନ୍ତି । ହେଲେ ଏହି ପରି ଦୃଶ୍ୟ କାଶିପୁର ବ୍ଲକ ବାରମ୍ବାର ଦେଖା ଦେଉଛି। କିନ୍ତୁ ସରକାର ଏହି ସବୁ ଯାଣି ଆଖି ବୁଜି ଚୁପ୍ ରହିଛନ୍ତି କେବେ ସରକାର ଙ୍କ ନିଦ ଭାଙ୍ଗିବ ଏହାପରେ କାଶିପୁର ବ୍ଲକ ଉପରେ ନଜର ପଡିବ । ତାହା ଦେଖିବାକୁ ବାକି ରହିଲା।