ବାରିପଦାରେ ଜିଲ୍ଲାପାଳ କଲେ ଭୋଟର ସଚେତନତା ରଥର ଶୁଭାରମ୍ଭ

ବାରିପଦା- ଗୁରୁବାର ପୂର୍ବାହ୍ନ ରେ ବାରିପଦା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରୁ ଦୁଇ ଗୋଟି ଭୋଟର ସଚେତନତା ରଥ କୁ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।ଉକ୍ତ ରଥ ଗୁଡିକ ବାରିପଦା ଉପଖଣ୍ଡ ଅଧିନ ୧୦ ଗୋଟି ବ୍ଲକ ସହିତ ପୋୖରାଞ୍ଚଳରେ ପରିଭ୍ରମଣ କରି ଭାରତର ଗଣତନ୍ତ୍ର କୁ ସୁଦୃଢ କରିବା ତଥା ନିର୍ବାଚନ ରେ ସ୍ୱଚ୍ଛତା ଓ ନିଭୁଲ ଭୋଟର ତାଲିକା ଆଣିବା ଉଦେଶ୍ୟରେ ମତଦାତା ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ପହଞ୍ଚାଇବ।ଏହି ସଚେତନତା ବାର୍ତ୍ତାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ମତଦାତା ନିଜର ଭୋଟର ପରିଚୟ ପତ୍ର ସହିତ ନିଜର ଆଧାର ନମ୍ବର କୁ ସଂଯୋଗ କରିବା। ତେବେ ଭାରତ ସରକାର ଙ୍କ ନିର୍ବାଚନ ଆୟୋଗ  ତରଫରୁ ସମସ୍ତ ମତଦାତାମାନଙ୍କୁ ଏହି ସଚେତନତା ରଥ ମାଧ୍ୟମରେ ନିବେଦନ କରାଯାଉଛି କି ସେମାନେ ନିଜ ସ୍ମାର୍ଟ ଫୋନ ଜରିଆରେ voter helpline app ,କିମ୍ବା ନିର୍ଧାରିତ web site ମାଧ୍ୟମରେ ଅଥବା ଉପଲବ୍ଧ ଭୋଟର ସହାୟକ କେନ୍ଦ୍ରକୁ ଯାଇ କିମ୍ବା ସ୍ଥାନୀୟ ବି.ଏଲ.ଓ ମାନଙ୍କ ଜରିଆରେ  ନିଜର ଭୋଟର ପରିଚୟ ପତ୍ର ସହିତ ଆଧାର ନମ୍ବର ସଂଯୋଗ କରାଇ ପାରିବେ।ଏଣୁ ସରକାରୀ ସ୍ତରରେ ଉପଲବ୍ଧ ହେଇଥିବା ଏହି ସୁବିଧା ସୁଯୋଗ କୁ ଉପଯୋଗ କରିବା ପାଇଁ  କହିଛନ୍ତି ଜିଲ୍ଲାପାଳ ବିନୀତ ଭରଦ୍ୱାଜ।

Leave A Reply

Your email address will not be published.