। ଖପ୍ରାଖୋଲ- ଖପ୍ରାଖୋଲ ବ୍ଲକ୍ ସିଆରସିସି ପରିବାର ତରଫରୁ ବ୍ଲକର ଚାଉଳବାଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ସ୍ବାଗତ ଓ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି,,ଏଥିରେ ମୁଖ୍ୟ ଅତିଥିଭାବେ ଖପ୍ରାଖୋଲ ଗୋଷ୍ଠି ଶିକ୍ଷାଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ହରିଶଙ୍କର ମହାବିଦ୍ୟାଳୟ ର ଇଂରାଜୀ ଅଧ୍ଯାପକ ବଳଭଦ୍ର ଦାଶ ତଥା ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରୁଲାଲ ଦୀପ ,ବରିଷ୍ଠ ସିଆରସିସି ମିତ୍ରଭାନୁ ପ୍ରଧାନ ,ଉପବିଭାଗ ଅଧିକାରୀ ନୀଳାଚଳ ଗାଗାରିଆ ଯୋଗ ଦେଇଥିଲେ,,,ମୁଖ୍ୟ ଅତିଥି ବିଦାୟୀ ସିଆରସିସି ଯଥାକ୍ରମେ ଲାଠୋର କ୍ଲଷ୍ଟରର କୁଞ୍ଜବିହାରୀ ସରାପ ତଥା ବାଘମୁଣ୍ଡ ସିଆରସିସି ପଞ୍ଚାନନ କରଣଙ୍କୁ ଉପଢୌକନ ଓ ମାନପତ୍ର ପ୍ରଦାନ କରି ସମ୍ମାନୀତ କରି କହିଥିଲେ ଲାଠୋର ସିଆରସିସି କୁଞ୍ଜବିହାରୀ ସରାପ ତାଙ୍କ କାର୍ଯ୍ୟ କାଳ ମଧ୍ୟରେ ଲାଠୋର କ୍ଲଷ୍ଟରକୁ ସାରା ଜିଲ୍ଲାରେ ଏକ ଅଗ୍ରଣୀ କ୍ଲଷ୍ଟରରୂପେ ପରିଚିତ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଥିଲେ।ବାଘ ମୁଣ୍ଡ ସିଆରସିସି ପଞ୍ଚାନନ କରଣ ମଧ୍ଯ ନିଜ କ୍ଲଷ୍ଟରପାଇଁ ଏକ ଉଦାହରଣସୃଷ୍ଟି କରିଥିବା ସେ ପ୍ରକାଶ କରିଥିଲେ।ନୂତନ ସିଆରସିସି ଭାବେ ଉଜ୍ବଳ ରଣା, ଗୋକୁଳାନନ୍ଦ ମେହେର ତଥା ଚୂଡ଼ାମଣି ବରିହା ଙ୍କୁ ସମ୍ମାନୀତ କରାଯାଇଥିଲା,,,ସିଆରସିସି ସତ୍ୟବ୍ରତ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ସିଆରସିସି ଶ୍ରୀପତି କୁମ୍ଭାର ଧନ୍ୟବାଦ୍ ଅର୍ପଣ କରିଥିଲେ,,, କାର୍ଯ୍ୟକ୍ରମ କୁ ସିଆରସିସି ସୁବାସ ନାଗ ଶାନ୍ତନୁ ମିଶ୍ର,ସନାତନ ବାରିକ,ବିଘ୍ନରାଜ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।