ବ୍ଲକ ସ୍ତରୀୟ ବିଜ୍ଞାନ ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ : ବେଲପଡ଼ା ର ଦିନରଘୁ ମେହେର ବାଳକ ଉଚ୍ଚ ବିଦ୍ୟାଳୟ ରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ ଚକ୍ର କାର୍ଯକ୍ରମ ଅନୁଷ୍ଠିତ ହେଇଛି । ବେଲପଡ଼ା ବାଳକ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଣ୍ଡା ଙ୍କ ଆବାହକତ୍ୱରେ କାର୍ଯକ୍ରମ ହେଇଥିଲା।  ଏଥିରେ ଚତୁର୍ଭୁଜ ମିର୍ଦ୍ଧା ( ଏ.ବି. ଇ.ଓ) ମୁଖ୍ୟ ଅତିଥି ରୂପେ ଯୋଗଦାନ ଦେଇଥିଲେ । ଶ୍ରୀ ଶ୍ୟାମ ସୁନ୍ଦର କୁଅଁର ( ପ୍ରଧାନ ଶିକ୍ଷକ, କାନୁଟ ଉଚ୍ଚ ବିଦ୍ୟାଳୟ ) ସମ୍ମାନିତ ଅତିଥି , ଶ୍ରୀ ପଦ୍ମମୁଖ ପାଣିଗ୍ରାହୀ ( ପ୍ରଧାନ ଶିକ୍ଷକ , ଧରମ ସିଂହ ଉଚ୍ଚ ବିଦ୍ୟାଳୟ, ସୁଲେକେଲା ) ମୁଖ୍ୟ ବକ୍ତା ଥିଲେ । ସମ୍ବାଦ ବେଲପଡା ପ୍ରତିନିଧି ଗୋଲାପ କୁମାର ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ୟ ରଖିଥିଲେ..ଶ୍ରୀ କିଶୋର କୁମାର୍ ବେହେରା ସାଇନ୍ସ କୋଡିନେଟର ଭାବେ ସୂଚାରୁ ରୂପେ କାର୍ଯ ତୁଲାଇଥିଲେ । ଶ୍ରୀ ଦିବ୍ୟରଞ୍ଜନ ସୁଆର ( ବାଳକ ଉଚ୍ଚ ବିଦ୍ୟାଳୟ , କଣ୍ଟାବାଞ୍ଜି ), ଶ୍ରୀ ରାଜେନ୍ଦ୍ର ଦୋରା ( ୟୁ. ଜି. ଏଚ. ସି , ହିଆଁଲ ) ବିଚାରକ ଭାବେ ଯୋଗଦାନ କରିଥିଲେ । ଶ୍ରୀ ପଣ୍ଡା ଆମ ନୀତି ଦିନ ଜୀବନରେ ବିଜ୍ଞାନ ର ମହତ୍ତ୍ଵ ବୁଝାଇଥିଲେ ଓ ସମସ୍ତ ପ୍ରତିଯୋଗୀଙ୍କୁ ସେମିନାର ରେ ଭଲ କରିବା ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯକ୍ରମ ରେ ୨୩ ଟି ସ୍କୁଲ୍ ର ଛାତ୍ର ଛାତ୍ରୀ ପ୍ରତିଯୋଗୀ ଭାବେ ଯୋଗଦାନ କରିଥିଲେ । ଶ୍ରୀ ରଶ୍ମିରଞ୍ଜନ ମେହେର ( ପ୍ରଧାନ ଶିକ୍ଷକ , ପର୍ଲିମାଲ) , ବାସୁଦେବ ପାଢ଼ୀ ( ବିଜ୍ଞାନ ଶିକ୍ଷକ , ମଧ୍ୟପୁର ହାଇ ସ୍କୁଲ ) ଏବଂ ବେଲପଡ଼ା ହାଇ ସ୍କୁଲ ର ବିଜ୍ଞାନ ଶିକ୍ଷକ ଶ୍ରୀ ପ୍ରବର ସାହୁ , ଅନ୍ୱେଷା ଅପରୂପା ସାହୁ କାର୍ଯକ୍ରମ କୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.