ଖପ୍ରାଖୋଲ- ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଲାଠୋର ଗ୍ରାମ ର ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ ଙ୍କୁ ଅଲ୍ ଇଣ୍ଡିଆ ମିଡିଆ କ୍ଲବ ପକ୍ଷରୁ ଓଡ଼ିଶା ସଭାପତି ଭାବେ ଗୁରୁ ଦାୟିତ୍ବ ପ୍ରଦାନ କରାଯାଇଛି। କ୍ରିଷ୍ଣା ସେଠୀ ଜଣେ ଏକାଧାରରେ ସମାଜସେବୀ ତଥା ସାମ୍ବାଦିକ।କୋରୋନା କଟକଣା ସମୟରେ ଆମର ସୁନ୍ଦର ବଲାଙ୍ଗୀର ନାମରେ ଏକ ସଂଗଠନ କରି ଗରିବ ଅସହାୟ ମାନଙ୍କୁ କୋରୋନା ଭୟ କୁ ଖାତିର ନକରି ଗାଁ ଗାଁ ଜଙ୍ଗଲ ଜଙ୍ଗଲ ବୁଲି ରାସନ୍ ସାମଗ୍ରୀ ବାଣ୍ଟିବା ସହ, ରକ୍ତଦାନ ଶିବିର, ବୃକ୍ଷ ରୋପଣ ପ୍ରଭୁତି ଜନହିତକର କାର୍ଯ୍ୟ କରି ଚର୍ଚ୍ଚା ର ପରିସରକୁ ଆସିଥିଲେ। ସେହି ସମାଜସେବା ଲକ୍ଷ ନେଇ ସେ ସାମ୍ବାଦିକତା କ୍ଷେତ୍ର କୁ ଆସିଥିଲେ ଏଥିରେ ମଧ୍ୟ ସେ ବହୁତ କମ୍ ଦିନରେ ଗରିବ ଓ ଅସହାୟ ଙ୍କ ଖବର ପ୍ରଶାସନ ପାଖରେ ଉପସ୍ଥାପନା କରି ସେମାନଙ୍କ ସମସ୍ୟାର ସମାଧାନ କରି ବେଶ୍ ଚର୍ଚ୍ଚିତ ହୋଇପାରିଛନ୍ତି। ତାଙ୍କର କାର୍ଯ୍ୟ ଶୈଳୀ, ନେତୃତ୍ୱ ନେବାର କ୍ଷମତା ଓ ସମାଜ ସେବା କୁ ଦୃଷ୍ଟିରେ ରଖି ଅଲ୍ ଇଣ୍ଡିଆ ମିଡିଆ କ୍ଲବ ତାଙ୍କୁ ଓଡ଼ିଶାର ସଭାପତି ଭାବେ ନିଯୁକ୍ତି କରି ଏକ ଗୁରୁ ଦାୟିତ୍ବ ପ୍ରଦାନ କରିଛନ୍ତି। କ୍ରିଷ୍ଣା ସେଠୀ ଙ୍କୁ ବହୁତ ସଂସ୍ଥା, ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଥିବା ବେଳେ ଏହି ଦାୟିତ୍ଵ ତାଙ୍କ ପାଇଁ ବହୁତ ଗୁରୁତ୍ବପୁର୍ଣ ବୋଲି ସେ ପ୍ରକାଶ କରିଛନ୍ତି। ଅଲ୍ ଇଣ୍ଡିଆ ମିଡିଆ କ୍ଲବ ତାଙ୍କୁ ଯେଉଁ ଆଶା ଭରସା ନେଇ ଏହି ଦାୟିତ୍ଵ ଦେଇଛନ୍ତି ତାହା ସୂଚାରୁରୂପେ ସମ୍ପାଦନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ବର୍ତମାନ କ୍ରିଷ୍ଣା ସେଠୀ ଶକ୍ତି ଟିଭି ର ସମ୍ପାଦକ ଭାବରେ ଦାୟିତ୍ଵ ତୁଲାଉଛନ୍ତି।ଆଗକୁ ଓଡ଼ିଶାର ସମସ୍ତ ସାମ୍ବାଦିକ ମାନଙ୍କୁ ଏକଜୁଟ କରି ସାମ୍ବାଦିକ ମାନଙ୍କ ଉପରେ ହେଉଥିବା ଆକ୍ରମଣ ଓ ଅତ୍ୟାଚାର ବିରୋଧରେ ଲଢେ଼ଇ କରିବାକୁ ସେ ଆହ୍ବାନ କରିଛନ୍ତି।