ଜାତୀୟ ରାଜପଥ ଦେଇ ଦିଲ୍ଲୀଗସ୍ତରେ  ଆସିଥିବା ବାଘାଯତୀନସ୍ମୁତି ପରିଷଦର 75ଜଣ ଦୁଃସାହାସିକ ସାଇକେଲ ଆରୋହୀଙ୍କୁ  ଦିଲ୍ଲୀରେ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ /ଲଷ୍ମୀନାରାୟଣ ବେବର୍ତ୍ତା – ଦେଶ ଆଜାଦି କି ଅମୃତ ମହୋତ୍ସବପାଳନ ଅବସରରେ ବାଘା ଯତୀନ ସ୍ମୁତି ପରିଷଦ ବାଲିଆପାଳ ତରଫରୁ ପଲ୍ଲୀ ଠାରୁ ଦିଲ୍ଲୀ ଯାଏ ପ୍ରଦୂଷଣ ମୁକ୍ତ, ଜନସଂଖ୍ୟା ନିୟନ୍ତ୍ରଣ, ଜନସଚେତନତା ସୃଷ୍ଟି ର ଡାକରା ସହ ବାଘା ଯତୀନ ସ୍ମୁତି ପୀଠର ପୁନଃରୁଦ୍ଧାର ଓ ମହାମହିମ ରାଷ୍ଟ୍ରପତି ଙ୍କ ସହ ସାକ୍ଷାତ ଉଦେଶ୍ୟ ନେଇ ରାଜ୍ୟର ବାଲିଆପାଳ ରୁ 75ଜଣ ସାଇକେଲ ଆରୋହୀ ବିଭିନ୍ନ ରାଜ୍ୟ ଦେଇ ଜାତୀୟ ରାଜପଥ ରେ ଦୁଃସାହାସିକ ସାଇକେଲ ଯାତ୍ରା କରି ଗତକାଲି ରାଜଧାନୀ ଦିଲ୍ଲୀ ରେ ପହଞ୍ଚିବା ପରେ ଗତକାଲି  ଦିଲ୍ଲୀ ଶ୍ରୀ ନୀଳାଚଳ ସେବା ସଙ୍ଘ ର ମିଳିତ ସହଯୋଗ ରେ ପ୍ରବାସୀ ଓଡ଼ିଆ ବିକାଶ ସମିତି ତରଫରୁ  ସ୍ଥାନୀୟ ହାଉଜଖାସ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଏକ ଭବ୍ୟ ସମ୍ୱର୍ଦ୍ଧନା ସଭାର ଆୟୋଜନ ହୋଇଥିଲା. ପ୍ରବାସୀ ଓଡ଼ିଆ ବିକାଶ ସମିତି ର ସଭାପତି ସୂର୍ଯ୍ୟ ନାରାୟଣ ମିଶ୍ର ଙ୍କ ସଭାପତିତ୍ୱ ର ସନ୍ଧ୍ୟା ରେ ଆୟୋଜିତ ଏହି ସମ୍ୱର୍ଦ୍ଧନା ପର୍ବ ରେ ସର୍ବୋଚ୍ଚ ନ୍ୟାୟାଳୟ ର ପୂର୍ବତନ ନ୍ୟାୟଧୀଶ ଅନଙ୍ଗ କୁମାର ପଟନାୟକ ମୁଖ୍ୟ ଅତିଥି ଭାବେ ଏଥିରେ ଯୋଗ ଦେଇ ସାଇକେଲ ଯାତ୍ରୀ ମାନଙ୍କୁ ସ୍ୱାଗତ କରି କହିଥିଲେ ଆମ୍ଭମାନଙ୍କ ଭିତରେ ସମସ୍ତଙ୍କ ର ସାହସ ରହିବା ଦରକାର. ସାହସ ନଥିଲେ ଜୀବନ ରେ କିଛି କରି ପାରିବା ନାହିଁ. ଆମ୍ଭମାନଙ୍କ ଭିତରେ ପ୍ରେରଣା, ସାହସ ଯୋଗାଇବା ପାଇଁ ଏକଦା ସ୍ବର୍ଗତ ବିଜୁ ବାବୁ ମଧ୍ୟ ଦୁଃସାହାସିକ ସାଇକେଲ ଯାତ୍ରା କରିଥିଲେ. ନିଜର ସାହାସିକତା ଉଦ୍ୟମ ଯୋଗୁ  ଉଡ଼ାଜାହାଜ ଉଡାଣ ଠାରୁ ଆରମ୍ଭ କରି ବାଣିଜ୍ୟଏବଂ ରାଜନୀତି କ୍ଷେତ୍ରରେ ମଧ୍ୟ ସେ ବହୁ ଉପରକୁ ଉଠି ପାରିଥିଲେ.ଏ ସାଇକେଲ ଯାତ୍ରା ଦେଶ ଯୋଡିବାର ଏକ ପ୍ରୟାସ ହେବା ସହ ରାଷ୍ଟ୍ରର ଉନ୍ନତି ପାଇଁ ଦିଗଦର୍ଶନ ଦେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ. ସମ୍ମାନୀୟ ଅତିଥି ଭାବେ ଏଥିରେ ଯୋଗଦେଇ ଥିବା  କେରଳ ପାହ୍ୟାର (କ୍ୟାଡର) ବରିଷ୍ଠ ପୋଲିସ ପ୍ରଶାସକ ଡ଼. ସଂଜୀବ କୁମାର ପାଟଜୋଷୀ ନିଜବ୍ୟକ୍ତବ୍ୟ ରେ କହିଥିଲେ ପ୍ରତି ଗାଁ, ସହର ରେ ପୁଅ ମାନଙ୍କ ଭଳି ଅଧିକରୁ ଅଧିକ ଝିଅ ମାନଙ୍କୁ ମଧ୍ୟ  ସାଇକେଲ ଚାଲେଇବା ପାଇଁ ପ୍ରତି ଅଭିଭାବକ ସେମାନଙ୍କୁ ଉତ୍ସାହିତ କରନ୍ତୁ.ଯଦ୍ୱାରା ସେମାନଙ୍କ ମନରେ ଭୟ ଦୂର ହେବା ସହ ସେମାନେ ସ୍କୁଲ, କଲେଜ ଓ ନିଜ ନିଜର କର୍ମ କ୍ଷେତ୍ର କୁ ସୁବିଧାରେ ଯିବା ଆସିବା କରି ପାରିବେ. ସାଇକେଲ ଚଲାଇବା ଦ୍ୱାରା ଶରୀର ସୁସ୍ଥ ରହିବ ସହ ଏକ ପ୍ରକାର ବ୍ୟୟାମ ହେବ, ଏବଂ ଏଥିରେ ପ୍ରଦୂଷଣ ମୁକ୍ତ ହେବ. ଏବେ ବି ବୟସlଧିକ ଲୋକମାନେ ଗାଁ ଗହଳି ରେ ଦୈନିକ ସାଇକେଲ ଚଳାଇ ବେପାର ବାଣିଜ୍ୟ କରିବା ସହ ନିଜ ନିଜର କାର୍ଯ୍ୟକ୍ଷେତ୍ର କୁ ଯିବା ଆସିବା କରୁଛନ୍ତି.ଶେଷରେ ସରକାର ଙ୍କ ତରଫରୁ ବିଭିନ୍ନ ସମୟରେ ପ୍ରଦାନ କରାଯାଉଥିବା ନୂଆ ନୂଆ ଯୋଜନା ରୁ ସମସ୍ତେ ଯେପରି ଲାଭବାନ ହୁଅନ୍ତୁ  ସେଥିପାଇଁ ଦୃଷ୍ଟି ଦେବା ସହ  ଓଡ଼ିଆ ମାନେ ଯିଏ ଯେଉଁଠି ବି ଥାନ୍ତୁ ନା କାହିଁକି ସଂଗଠିତ ହୋଇ କାମକରିବା ପାଇଁ ପରାମର୍ଶ ଦେଇଥିଲେ. ପ୍ରାରମ୍ଭରେ ସଭାର ସଭାପତି ଶ୍ରୀ ମିଶ୍ର ସ୍ୱାଗତ ଭାଷଣ ଦେବା ସହ ବାଘା ଯତୀନ ଙ୍କ  ବୀରତ୍ୱ ଓ ଦେଶ ସ୍ୱାଧୀନତା ଦିଗରେ ତାଙ୍କ ଅବଦାନ ସମ୍ପର୍କ ରେ ଆଲୋକପାତ କରିଥିଲେ. ଶେଷରେ  ଅନୁଷ୍ଠାନ ର କୋଷାଧକ୍ଷ ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ.

Leave A Reply

Your email address will not be published.