ବାଲିଆପାଳ ପଞ୍ଚାୟତ ସମିତି ଦ୍ୱିତୀୟ ବୈଠକ ଅନୁଷ୍ଠିତ

ବାଲିଆପାଳ- ବାଲିଆପାଳ ବ୍ଲକ ସଭାଗୃହ ମଧ୍ୟରେ ବୁଧବାର ବାଲିଆପାଳ ପଞ୍ଚାୟତ ସମିତିର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ବାଲେଶ୍ଵର ଏମ ପି ପ୍ରତାପ  ଷଡଙ୍ଗୀ, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ,  ବିଡ଼ିଓ ଦାୟିତ୍ୱରେ ଥିବା ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶ, ଉପାଧ୍ୟକ୍ଷ ରାଜେଶ ଚୌଧୁରୀ, ୨୪ ନମ୍ୱର ଜୁନର ଜିଲ୍ଳା ପରିସଦ ସଦସ୍ୟ  ବାବାଜୀ ଦେହୁରୀ,୨୩ ନମ୍ୱର ଜୁନର ଜିଲ୍ଳା ପରିସଦ ସଦସ୍ୟ  ବେଣୁଧର ଜେନା,୨୨ନମ୍ୱର ଜୁନର ଜିଲ୍ଳା ପରିସଦ ସଦସ୍ୟ ନିଶାକର ସେଠୀ,୨୧ନମ୍ବର ଜୁନର ଜିଲ୍ଳା ପରିସଦ ସଦସ୍ୟା କାଞ୍ଚନ ବାଳା ଜେନାଙ୍କ ସହିତ ସମସ୍ତ ନବନିର୍ବାଚିତ ସରପଞ୍ଚ ଓ ସମିତି ସଦସ୍ୟଙ୍କ ସହିତ ବ୍ଲକର ସମସ୍ତ ଲାଇନ ଡିପାଟମେଣ୍ଟର ଅଫିସର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।ଜିପିଓ ରାମଚନ୍ଦ୍ର ମାରାଣ୍ଡି  ପୂର୍ବ ବୈଠକ ର ବିବରଣୀ ପାଠ କରି ଥିଲା। ଉକ୍ତ ବିବରଣୀ ପଠା ରେ ପ୍ରଥମ ବୈଠକ ରେ ଆଲୋଚନା ହୋଇଥିବା ସରକାରୀ କାର୍ଯ୍ୟାଳୟ ରେ କର୍ମଚାରୀ ଅଭାବ ବିଷୟରେ ବିବରଣୀ ପୁସ୍ତିକାରେ ରେ ଲିପିବଦ୍ଧ ହୋଇନଥିାବାନେଇ ଜଗତିପୁର ପଞ୍ଚାୟତର  ସଦସ୍ୟ ଶାନ୍ତନୁ ମହାପାତ୍ର ଅଭିଯୋଗ କରିଥିଲେ। ସି ସି ରୋଡ ସିମୁଳିଆ ରାଜାରାଣୀ ଛକରୁ ସିମୁଳିଆ ବଜାର କୁ ରାସ୍ତା ର କାର୍ଯ୍ୟ ସମାପନ ହୋଇଥିଲେ ମଧ୍ଯ ଆଜିଯାଏ ଅନଲାଇନ ପଞ୍ଜିକରଣ ହୋଇନଥିବା ରୁ ବିଲ ପାଉନଥିବା ନେଇ ମଧୁପୁରା ପଞ୍ଚାୟତର ସଦସ୍ୟ ସୁଶାନ୍ତ ସେଠି ଅଭିଯୋଗ କରିଥିଲେ।  ରେସନ ତାଲିକା ସଂଯୋଗ ବିଷୟ ରେ  ଆଲୋଚନା ରେ ୪୦୦ ଲୋକ ରେସନ କାର୍ଡ ପାଇପାରିବାର ସୁବିଧା ଥିବା ବେଳେ ନୂଆ ସଂଯୋଗ ହେଇପାରିନି ନାହିଁ କାହିଁକି ବୋଲି ବୈଠକ ରେ ପ୍ରଶ୍ନ ଉଠିଥିଲା। ଘଣ୍ଟୁଆ ପଞ୍ଚାୟତ ର ସରପଞ୍ଚ ସୁଶିଲ ପ୍ରଧାନ  ମୃତ ଲୋକଙ୍କ ତାଲିକା ପ୍ରସ୍ତୁତ କରି ରେଶନରୁ ବାଦ କରିବାକୁ ପ୍ରସ୍ତାବ ଦେଇଥିଲା। ରେଶନରେ ଲୋକମାନେ କମ ପରିମାଣରେ ଚାଉଳ ପାଇ ସଂପୂଣ୍ଣ ଚାଉଳ ନେଉଥିବା ର ଦସ୍ତଖତ ଡିଲର ନେଉଥିବା  ଅଭିଯୋଗ ଉଠିବା ପରେ ଖାଉଟି ସୁରକ୍ଷା ପାଇଁ ଭିଜିଲାନ୍ସ କମିଟି ଗଠନ ହେବା ଦରକାର ଏବଂ ହିତାଧିକାରୀ ଙ୍କ ର ଚାଉଳ ଏକ କିଲୋ ଡିଲର କଟିଥିଲେ ଏ ବିଷୟ ରେ  ପୋଲିସ କୁ ଖବର ଦେଲେ ଡିଲର ଆରେଷ୍ଟ ହେବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଥିଲେ। ଜିଲ୍ଲାପରିଷଦ ଶ୍ରୀ ସେଠି ରେଶନ କାର୍ଡରକୁ ତଦନ୍ତ କରି ଅଯୋଗ୍ୟ ହିତାଧିଆରି ଙ୍କୁ ବାଦ ଦେଲେ ବହୁ ଯୋଗ୍ୟ ହିତାଧିକାରୀ ରେସନ ପାଇପାରିବେ ବୋଲି କହିଥିଲେ।ଜମ୍ଭିରାଇ ପଞ୍ଚାୟତରେ  ଆଜିଯାଏ ଲୋକେ ରିଲିଫ ପାଇନଥିବା କଥା ବୈଠକ ରେ ଉଠିଥିଲା।  ବାଣିଆଡ଼ିହା ପଞ୍ଚାୟତର ଜି ଆର ଏସ ଅଧିବାସ ବିଶ୍ଵାଳକୁ ଜମ୍ଭିରାଇ ପଞ୍ଚାୟତର ରିଲିଫ ଦିଆଯାଇଛି ବାଲିଆପାଳ ଏମ ଆଇ ଆମ୍ଭିକା ପ୍ରାସାଦ ରଥ କହିଥିଲା ବେଳେ ଉକ୍ତ ପଞ୍ଚାୟତର ସରପଂଚ , ସଦସ୍ୟ ଏବ ପିଇଓ ରିଲିଫ ବିଷୟ ରେ କିଛି ଜାଣି ନଥିବା କଥା କହିଛନ୍ତି । ଉକ୍ତ ବିଷୟ ରେ ଜିଆରେସ ବିଶ୍ଵାଳ କୁ କରଣ ଦର୍ଶାଅ ନୋଟିସ କରିବାକୁ   ଶ୍ରୀ ଷଡଙ୍ଗୀ ବିଡ଼ିଓ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗରେ ଆସିଥିବା ଏକ କୋଟି ଟଂକା  କୁ ୨୮ ପଞ୍ଚାୟତର ରେ ସମାନ ଭାବରେ ବଣ୍ଟନ କରାଯିବା କଥା ଆଲୋଚନା ହୋଇଥିଲା। ଡଗରା ବାତ୍ୟା ଆଶ୍ରୟ ସ୍ଥଳୀ କୁ ଭଡ଼ା ଦିଆଯାଉଥିବା କଥା ସରପଞ୍ଚ ସତ୍ୟା ନନ୍ଦ ମହାନ୍ତି କହିଥିବା ବେଳେ ସମ୍ପୂର୍ଣ୍ଣ ପ୍ରମାଣ ବିଡ଼ିଓଙ୍କୁ ପ୍ରଦାନ କରିବା ପାଇଁ ଉପାଧ୍ୟକ୍ଷ ଶ୍ରୀ ଚୌଧୁରୀ କହିଥିଲେ। ଡଗରା ଡାକବଙ୍ଗଳା ଚୌକିଦାର କୁ ଦରମା କିପରି ଦିଆଯି ସେ ବିଷୟ ରେ ଆଲୋଚନ ହେବାଇଥିଲା। ପରିଶେଷରେ  ଉପାଧ୍ୟକ୍ଷ ରାଜେଶ ଚୌଧୁରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପରେ ବୈଠକ ସମାପନ ହୋଇଥିଲା।

Leave A Reply

Your email address will not be published.