ବାଲିଆପାଳ- .ସ୍ୱାଧୀନତାର ୭୫ବର୍ଷ ଅମୃତ ମହୋତ୍ସବ ଉପଲକ୍ଷେ ଚଳିତମାସ ୧୦ ତାରିଖ ବାଲିଆପାଳରୁ ବାଘାଯତିନ ସ୍ମୃତି ପରିଷଦ ପକ୍ଷରୁ ବାଘାଯତୀନଙ୍କ ବଳିଦାନ ଦିବସରୁ ପ୍ରଦୂଷଣ ମୁକ୍ତ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତ୍ତା ନେଇ ୭୫ଜଣ ସାଇକେଲ ଆରୋହୀ ବାଲିଆପାଳରୁ ବାହାରି ୨୭ ତାରିଖ ସନ୍ଧ୍ୟାରେ ଦିଲ୍ଲୀରେ ପହଞ୍ଚିଛନ୍ତି।ଦୀର୍ଘ ୨୧ ଦିନରେ ପାଖାପାଖି ୧୭ ଶହ କିଲୋମିଟର ରାସ୍ତା ସାଇକେଲ ଚଲାଇ ଦିଲ୍ଲୀରେ ପହଞ୍ଚି ଥିବା କଥା ବାଘାଯତିନ ସ୍ମୃତି ପରିଷଦର ସଭାପତି ଅରବିନ୍ଦ ବେହେରା କହିଛନ୍ତି। ବୁଧବାର ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସାଇକେଲ ଯାତ୍ରାର ଅନୁଭୂତି ସହିତ ଯାତ୍ରା ବିଷୟରେ ମତ ରଖିବେ ବୋଲି ଶ୍ରୀ ବେହେରା କହିଛନ୍ତି।
ସାଇକେଲ ଆରୋହୀ ମାନେ ବାଲିଆପାଳରୁ ଚାଳିତ ମାସ ୧୦ ତାରିଖରୁ ବାହାରି ପ୍ରତ୍ୟେକ ଦିନ ୭୦ ରୁ୧୦୦ କିଲୋମିଟର ସାଇକେଲ ଚଳାଉ ଥିଲେ।ବାଟରେ ଓଡ଼ିଶା,ଝାଡ଼ଖଣ୍ଡ,ବିହାର,ଉତ୍ତର ପ୍ରଦେଶ ଦେଇ ଦିଲ୍ଲୀରେ ପହଞ୍ଚିଛନ୍ତି।ପ୍ରଥମେ ଟିକିଏ ଟିକିଏ କଷ୍ଟ ଲାଗୁଥିଲା ମାତ୍ର ୪/୫ ଦିନ ପରେ ବେଗ ବଢି ଯାଇଥିଲା।ଏହି ସାଇକେଲ ଯାତ୍ରୀ ଦଳରେ ୭୬ବର୍ଷର ବୟସ୍କ ବ୍ୟକ୍ତି ମଧ୍ୟ ଅଛନ୍ତି।ସମସ୍ତେ ଭଲରେ ପହଞ୍ଚିଛନ୍ତି।ଏହି ଦଳକୁ ବାଟରେ ଉଚ୍ଛ୍ୱଶିତ ସ୍ୱାଗତ ସମ୍ବର୍ଦ୍ଧନା ସାଇକେଲ ଚଳାଇବା କଷ୍ଟକୁ ଭୁଲି ଯାଉଥିଲେ ବୋଲି ସାଇକେଲ ଯାତ୍ରା ଦଳରେ ସାମିଲ ଥିବା କ୍ଷୀତିଶ କୁମାର ଜେନା,ମନ୍ମଥ ପାତ୍ର,ସଞ୍ଜୟ ପରିଡା,ନାରାୟଣ ପଣ୍ଡା,ଗଙ୍ଗାଧର ମହାନ୍ତି,ଜୟନ୍ତ ଜେନା, କୁମୁନ୍ଦ ରଞ୍ଜନ ଜେନା,ସଞ୍ଜୟ ସେନାପତି ପ୍ରମୁଖ କହିଛନ୍ତି।