ପାରଳାଖେମୁଣ୍ଡି,- ଗଜପତି ଜିଲ୍ଲାର ଦୁଇ ପ୍ରମୁଖ ପବିତ୍ର ନଦୀ ଵଂଶଧାରା ଓ ମହେନ୍ଦ୍ରତନୟା ର ଜଳ ଏବଂ ମହାତ୍ମା ଗାନ୍ଧୀଙ୍କ ଆଗମନ ସ୍ଥଳର ଏବଂ ସ୍ଵାଧୀନତା ସଂଗ୍ରାମର ଶହୀଦ ମାନଙ୍କ ଜନ୍ମ ପୀଠରୁ ପବିତ୍ର ମାଟି ସଂଗ୍ରହ ହୋଇ ଭୁବନେଶ୍ୱର ଲୋକ ସେବା ଭଵନକୁ ପଠାଯାଇଛି | ଆଜି ଉକ୍ତ ପବିତ୍ର ସ୍ଥାନରେ ପୂଜାର୍ଚ୍ଚନା ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ପ୍ରତିମୂର୍ତ୍ତି ଠାରୁ ପବିତ୍ର ମାଟି ସଂଗ୍ରହ କରାଯାଇଅଛି | ଅକ୍ଟୋବର ୨ ତାରିଖ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର ଲୋକ ସେବା ଭଵନ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି | ସେଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ଏହି ଦିନକୁ ସ୍ଵତନ୍ତ୍ର ସ୍ମରଣୀୟ କରିବା ନିମନ୍ତେ ଲୋକ ସେବା ପ୍ରାଙ୍ଗଣ ଠାରେ ଚାରା ରୋପଣ କରିବେ | ସେଠାରେ ଗଜପତି ଜିଲ୍ଲା ସମେତ ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାରୁ ଆସିଥିବା ଜଳ ଏବଂ ମାଟିକୁ ସଂଗୃହିତ କରି ଗୋଟିଏ ସ୍ଥାନରେ ଚାରା ରୋପଣ କରାଯିବ | ଆଜିର ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ପାରଳାଖେମୁଣ୍ଡି ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା,ପୌରପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ, ଉପ ଅଧକ୍ଷ ଲେଙ୍କା ମଧୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ, ଜିଲ୍ଲା ସଂସ୍କୃତ ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ,ସହରର ବରିଷ୍ଠ ନାଗରରିକ ବିଚିତ୍ରାନନ୍ଦ ବେବର୍ତ୍ତା, ଵିନୋଦ ଜେନା , କ୍ୟାପଟେନ ମଲିକା ଅର୍ଜୁନ ପଟ୍ଟନାୟକ, ପ୍ରମୋଦ ଚନ୍ଦ୍ର ପାଢ଼ୀ, ଭଗବତ ପାଢ଼ୀଙ୍କ ସମେତ ପୌରପରିଷଦ ସମସ୍ତ କାଉନସିଲର, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା ଓ ସମସ୍ତ ସାମ୍ବାଦିକ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରେ ପବିତ୍ର ମାଠି ଓ ଜଳ ସଂଗ୍ରହ କରାଯାଇଥିଲା।