ପୁରୁଷୋତ୍ତମପୁର- ସରକାରୀ ବାଲି ନିଲାମ କୁ ବିରୋଧ କରି ପୁରୁଷୋତ୍ତମପୁର ତହସିଲଦାର କୁଂ ଦାବିପତ୍ର ପ୍ରଦାନ କରିଛନ୍ତି ୪ ଗ୍ରାମର ଗ୍ରାମବାସୀ। ହୁଣ୍ଡତ, ହତା ପୁର, ଭୀମପୁର, ପାଣ୍ଡର ଖଲି ଗ୍ରାମର ୨ସହରୁ ଅଧିକ ଲୋକ ତହସିଲଦାର ଙ୍କ ଅଫିସ ଆଗରେ ଆସି, ବାଲି ବନ୍ଦ ପାଇଁ ତହସିଲଦାର ଙ୍କୁ ଦାବି ପତ୍ର ଦେଇଥିଲେ | ସେମାନଙ୍କ କହିବା କଥା, ଭିମ ପୁର ବାଲି ଘାଟ ଯୋଗୁଁ ବନ୍ୟା ହେବା ଫଳରେ ୪୦ ଏକରରୁ ଉର୍ଦ୍ଧ ଗୋଚର ଜମି ଓ ରୟତ ଜମି ନଦିଗର୍ଭ ରେ ବିଲୀନ ହୋଇଯାଇଛି |984 ମସିହା ଠାରୁ ଏହାର ସୁରକ୍ଷା ପାଇଁ ଗ୍ରାମବାସୀ ତଥା ପଞ୍ଚାୟତ ତରଫରୁ ନଦୀ ପଠାରେ ଚଢ଼େୟା ଗଛ ଲଗା ଯାଇ ନଦୀର ଯତ୍ନ ନେବା ଫଳରେ ଦୀର୍ଘ୧୦ବର୍ଷ ହେଲା ନଦୀର ଧାର ସାମାନ୍ୟ ଦକ୍ଷିଣ ଦିଗକୁ ଗତିକରି ବାରୁ ଗାଁ ଲୋକେ ଟିକେ ଆଶ୍ବସ୍ତି ଲାଭ କରୁଛନ୍ତି | ବନ୍ୟା ରୁ ରକ୍ଷା ପାଇଁ କୂଳ ଘାଇ କରାଯାଇଥିଲେ ମଧ୍ୟ ଉପର ମୁଣ୍ଡରେ ଘାଇ ଭାଙ୍ଗି ଯାଇଥିବା ଯୋଗୁଁ କୁଲଘାଇ ର ଏକଫୁଟ ତଳେ ପାଣି ଯାଉଛି,, ବାଲିଘାଟ ର ୫୦୦ ମିଟର ଦୂରରେ ଗାଁ ରହି ଥିବାରୁ, ପ୍ରତେକ ବର୍ଷା ଋତୁରେ ବାଲିଭାସି ଯାଇଥିବାରୁ ଗାଧୁଆ ତୋଠରେ ସବୁବେଳେ ଚୋଟ ବଡ଼ ଦୁର୍ଘଟଣା ଘଟୁଛି | ଏହାସହ ଗାଁ ଠାରୁ ୨ କିମି ମଧ୍ୟରେ ବ୍ରିଜ ଅବସ୍ତିତ ଓ ବାଲି ମେସିନ ଦ୍ୱାରା ଖୋଳା ଯାଉଥିବାରୁ ନଦୀ ପଠାରେ ବଡ଼, ବଡ଼ ଗର୍ତ୍ତ ସୃଷ୍ଟି ହେଉଛି | ଏହା ସହ ବାଲି ନିଲାମ ଘାଟ ପାଖରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର, ମନ୍ଦିର ଥିବାରୁ ଅ ବାଲି ନେବାଯୋଗୁ ଏହି ଅନୁଷ୍ଠାନ ଗୁଡ଼ିକ ମଧ୍ୟ ନଦିଗର୍ଭ ରେ ଲୀନ ହୋଇ ଯିବ ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ। ବାଲି ନିଲାମ ବନ୍ଦ ନହେଲେ ଅନଶନ ରେ ବସିବେ ବୋଲି ସରପଞ୍ଚ, ସମିତି ସଭ୍ୟ ଓ ଗ୍ରାମ ବାସୀ ଜଣାଇ ଛନ୍ତି |