ଭୁବନେଶ୍ୱର : ରାଜ୍ୟର ଅନ୍ୟତମ ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ପିପୁଲ୍ସ କଲ୍ଚରାଲ ସେଣ୍ଟର (ପିକକ୍) ଦ୍ଵାରା ୧୭ ତାରିଖ ସଂଧ୍ୟା ରେ ଏକାମ୍ର ହାଟ ର ମୁକ୍ତ ରଙ୍ଗମଞ୍ଚ ରେ ଆୟୋଜନ କରଯାଇଥିଲା ଓଡିଶା ର ବିଶିଷ୍ଟ ସଙ୍ଗୀତଜ୍ଞ ଅକ୍ଷୟ ମହାନ୍ତି ଓ ଓଡିଶା ର ଅନ୍ୟ ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ “ପିଲାଙ୍କ ଅକ୍ଷୟ” କାର୍ଯ୍ୟକ୍ରମ । ଶିଶୁ କଣ୍ଠଶିଳ୍ପୀମାନେ ଗୀତ ଗାଇ ପ୍ରସିଦ୍ଧ କଣ୍ଠଶିଳ୍ପୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେମାନଙ୍କର କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ ।
ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଅଲ ଇଣ୍ଡିଆ ରେଡିଓ ର ପୂର୍ବତନ ନିର୍ଦ୍ଦେଶକ ଡ. ସୁଧା ମିଶ୍ର, ବରିଷ୍ଟ କଣ୍ଠଶିଳ୍ପୀ ବିଭୁ ଦାସ, ବନ୍ଦିତା ଦାସ ଆଦି ଯୋଗଦେଇ ସ୍ୱର୍ଗତ ଅକ୍ଷୟ ମହାନ୍ତିଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପିକକ୍ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ନିଜର ବକ୍ତବ୍ୟ ରଖି ଶ୍ରଦ୍ଧାଞଳୀ ଜଣାଇଥିଲେ । ପିକକ୍ ର ଅଧ୍ୟକ୍ଷା ମିନାକ୍ଷୀ ପଣ୍ଡା ଏହି ସଭାରେ ଅଧ୍ୟକ୍ଷତା କରିଥିଲେ । ପିକକ୍ ର ସମ୍ପାଦକ ରଞ୍ଜନ ମହାନ୍ତି ପିଲାଙ୍କ ଅକ୍ଷୟ ସମ୍ମାନ ର ଘୋଷଣା କରିଥିଲେ । ଏହି ସମ୍ମାନ କୁ ପିପୁଲ୍ସ୍ କଲଚରାଲ୍ ସେଣ୍ଟର (ପିକକ୍) ସ୍ୱର୍ଗତଃ ଅକ୍ଷୟ ମହାନ୍ତି ଙ୍କ ସ୍ମୃତି ରେ ୨୦୦୩ ମସିହା ରୁ ୧୮ ବର୍ଷ ରୁ କମ ବୟସର ଜଣେ କଣ୍ଠଶିଳ୍ପୀ ଙ୍କୁ ପ୍ରଦାନ କରି ଆସୁଅଛି ବୋଲି ଶ୍ରୀ ମହାନ୍ତି ସୁଚନା ଦେଇଥିଲେ ।
କଣ୍ଠଶିଳ୍ପୀ ତନୁଶ୍ରୀ ମିଶ୍ର ଙ୍କୁ “ପିଲାଙ୍କ ଅକ୍ଷୟ ସମ୍ମାନ – ୨୦୨୨” ରେ ସମ୍ମାନିତ କରଯାଇଥିଲା ।
ପିଲାମାନେ ପ୍ରସିଦ୍ଧ ଓଡିଆ କଣ୍ଠଶିଳ୍ପୀ ମାନଙ୍କର କାଳଜୟୀ ଗୀତଗୁଡିକଯଥା “ ତୁ ଚକା ଡୋଳା କୁ “, ସ୍ମୃତି ତୁମେ”, “ଚନ୍ଦ୍ରମଲ୍ଲୀ ହସେ”, “ନଜା ରାଧିକା”, “ମୁଁ ରିକ୍ସାବଲା”, “ ଭସା ମେଘ ମୁଝେ ଭାସି ଯାଏ ଦୂରେ”, “ଅଦିନ ମଲ୍ଲି ମହକ”, “ ଏଇ ଝୁମା ଝୁମା ଗୋଲାପି ବେଳରେ”, “ସେତ ଭକତ ଭାବରେ ବନ୍ଧାରେ”, “ଏଇ ଯେ ବନାଲତା ପାହାଡ”, “ଆହେ ନୀଳ ଶୈଳ”, “ଜୀବନ ପାତ୍ର ମୋ “, ସାଗରେ ଅଧୀର ନୀଳତରଙ୍ଗ” ଇତ୍ୟାଦି ଗାଇଥିଲେ। କଣ୍ଠଶିଳ୍ପୀ ମାନେ ଥିଲେ ଆକାଂକ୍ଷା ସାହୁ, ତନୁଶ୍ରୀ ଜେନା, ସ୍ନେହାସିସ ଦାସ, ଦିଷ୍ନା ଦିବ୍ୟଂଶି ସାହୁ, ସିଦିସ୍ନା ବିନ୍ଧାଣି, ମନସ୍ଵୀ ମିଶ୍ର, ଆଦ୍ୟାଶା ସିଂ ସାମନ୍ତ, ସିବାଂଶୁ ମହାପାତ୍ର୍, ଇଂଦିରା ପ୍ରିୟଦର୍ଶନି ଓ ଆହାନା ସ୍ଵାଇଁ । ବାଦ୍ୟଜନ୍ତ୍ରରେ ସହଯୋଗ କରିଥିଲେ ଶ୍ରୀ ଶରତ ପାଣି, ଆଲୋକ, ବବଲୁ ଓ କିଶୋର । ଏହି ଅବସରରେ ଗୀତ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ଅଲପନା ଦାସ, ହରିହର ବଳବନ୍ତରାୟ, ସତ୍ୟଶିବ ରଥ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।