ପାଟଣାଗଡ :ପାଟଣାଗଡ କେନ୍ଦୁପତ୍ର ଡିଭିଜନ ସମ୍ପାଦକ ଶିବାନନ୍ଦ ପରିଛା ଙ୍କ ନେତୃତ୍ୱ ରେ ଆଜି ବିଭିନ୍ନ ଗ୍ରାମରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ନେଇ ସଭା ମାନ ଅନୁଷ୍ଠିତ ହୋଇଯାଇଛି. ବିଲେଇସାଥି ରୁ ଆରମ୍ଭ ହୋଇ ବାଲିପଟା,ବନକାବିହର ଯୁଗୀମୁଣ୍ଡା, ପଣ୍ଡାମୁଣ୍ଡା, କୁହାବାଉଁଶ, ବଂକିବାହାଲ,ଆଦି ଅନେକ ଗାଁ ରେ ତୋଳାଳୀ ମାନେ ସଭା କରିଥିଲେ. ମୁଖ୍ୟମନ୍ତ୍ରୀ ସମସ୍ତ ତୋଳାଳୀ ଙ୍କୁ ଇନ ସେଣ୍ଟିଭ ହିସାବରେ 1000 ଟଙ୍କା ଦେଇଛନ୍ତି. ପାଟଣାଗଡ ଉପଖଣ୍ଡ ର ମୋଟ 46ହଜାର ତୋଳାଳୀ ଏହାର ଫାଇଦା ପାଇଛନ୍ତି. ତୋଳାଳୀ ପରିବାର ଛାତ୍ର ଛାତ୍ରୀ ଙ୍କୁ ଶିକ୍ଷା ବୃତ୍ତି ହିସାବରେ 25ହଜାର ଟଙ୍କା ଦେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲାଗୁ କରିଛନ୍ତି. ଡିଭିଜନ ସମ୍ପାଦକ ଶ୍ରୀ ପରିଛା ଙ୍କ ଉପସ୍ଥିତି ରେ ମୁଖ୍ୟମନ୍ତ୍ରୀ ଙ୍କୁ ସମସ୍ତେ ଧନ୍ୟବାଦ ଦେଇଛନ୍ତି.ଆଜିର କାର୍ଯ୍ୟକ୍ରମ ରେ ଶିବାନନ୍ଦ ପରିଛା ସହ ଶିବ ପଟ୍ଟନାୟକ, ବିଭିନ୍ନ ଚେକର, ମୁନସୀ ସହ ଶତାଧିକ କେନ୍ଦୁପତ୍ର ତୋଳାଳୀ ଉପସ୍ଥିତ ଥିଲେ.