ବୁଦ୍ଧଖୋଲ ଦାନ ହୁଣ୍ଡି ଭାଙ୍ଗି ଚୋରି ଉଦ୍ଯମ 

ବୁଗୁଡା : – ବୁଗୁଡା ନିକଟସ୍ଥ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଶ୍ରୀ ଗଙ୍ଗାଧର ସ୍ବାମୀଙ୍କ ମନ୍ଦିରରେ ଥିବା ଦାନ ହୁଣ୍ଡିର ତାଲା ଭାଙ୍ଗି କୌଣସି ଦୁର୍ବୃତ୍ତ  ଚୋରି ଉଦ୍ଯମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, କୈଣସି ଦୁର୍ବୃତ୍ତ ଗତ ୧୬ ତାରିଖ ଦିନ ଶ୍ରୀ ଗଙ୍ଗାଧର ସ୍ବାମୀଙ୍କ ମନ୍ଦିରରେ ଥିବା ଦାନ ହୁଣ୍ଡିର ତାଲା ଭାଙ୍ଗି ଦେଇ ଚୋରି ଉଦ୍ଯମ କରିଥିଲେ। ତେବେ ମନ୍ଦିର ପୂଜାରୀ ଦ୍ଯୁତିକୃଷ୍ନ ନନ୍ଦ ଗତ କାଲି ସନ୍ଧ୍ୟାରେ ଦାନ ହୁଣ୍ଡିର ତାଲା ଭାଙ୍ଗି ଥିବା ନେଇ ବୁଦ୍ଧଖୋଲ ଉନ୍ନୟନ ସମିତିର ସମ୍ପାଦକ ସୁରେଶ ଚନ୍ଦ୍ର ଦାଶଙ୍କୁ ଖବର ଦେଇଥିଲେ। ଏହା ଶୁଣି ସମିତିର ସଭ୍ୟମାନେ ଘଟଣା ସ୍ଥଳରେ ପହଞ୍ଚି ହୁଣ୍ଡିର ତାଲା ଭାଙ୍ଗିଯାଇଥିବା ଦେଖିଥିଲେ । ତା’ପରେ ଏ ଘଟଣାର ତଦନ୍ତ ପାଇଁ ସମିତିର ସଂପାଦକ ବୁଗୁଡା ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି ।

Leave A Reply

Your email address will not be published.