ଅଭିମନ୍ୟୁ ସାହିତ୍ୟ ପରିଷଦର ସାରସ୍ୱତ ପ୍ରତିଯୋଗିତା

ବରୀ,(ନନ୍ୟୁସ):ବିଗ୍ଧଧ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉପଲକ୍ଷେ କବିଙ୍କ ଜନ୍ମ ପୀଠ ଅଭିମନ୍ୟୁ ବାଲିଆଠାରେ ଅଭିମନ୍ୟୁ ସାହିତ୍ୟ ପରିଷଦ ପକ୍ଷରୁ ସାରସ୍ୱତ ପ୍ରତିଯୋଗିତା ବୁଧବାର ଦିନ ଅନୁଷ୍ଟିତ ହୋଇଯାଇଛି । ଅଭିମନ୍ୟୁ ସାମନ୍ତସିଂହାର ମହାବିଦ୍ୟାଳୟ ପରିସରରେ ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରୁ ପ୍ରାୟ ୪୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ପରିଷଦର ସଭାପତି ପ୍ରଫେସର ମଳୟ କୁମାର ଜେନା, ସମ୍ପାଦକ ବିଶ୍ୱବନ୍ଦିତା ଜେନା, ଉପସଭାପତି ସୁଧିର କୁମାର ରାଉତ, ସଂଯୋଜକ ଅଧ୍ୟାପକ ପ୍ରମୋଦ ଦାସଙ୍କ ସଂଯୋଜନାରେ ଅଭିମନ୍ୟୁଙ୍କ ଛାନ୍ଦଗାନ, କବିଙ୍କ ସାହିତ୍ୟ ସମ୍ପର୍କତ ବକ୍ତୃତା, ଚିତ୍ରାଙ୍କନ, ସାଧାରଣ ଜ୍ଞାନ, କବିତା ଆବୃତ୍ତି, ଏକକ ଅଭିନୟ, ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଧ୍ୟାପକ ଡଃ ଜିତେନ୍ଦ୍ର ଦାଶ, ଅଧ୍ୟାପକ ରବିନ୍ଦ୍ର ଦାସ, ଅଧ୍ୟାପିକା ପ୍ରଗତୀ ଦାଶ, ପବିତ୍ର ସାମନ୍ତରାୟ, ଦାମୋଦର ସାହୁ, ପ୍ରଭାକର ଜେନା, ଶ୍ୟାମସୁନ୍ଦର ନାୟକ, ମନୋରଂଜନ ଜେନା, ନିମାଁଇ ଚରଣ ଲେଙ୍କା, ସୁଧାଂଶୁବାଳା ସ୍ୱାଇଁ, ସୁଧାଂଶୁ ଶେଖର ବାଗ୍‌, ଶୁଶ୍ରୀ ସଙ୍ଗୀତା ଜେନା, ନମିତା ସାମଲ, ଶରତ କୁମାର ଜେନା, ତପନ କୁମାର ଜେନା, ଅଜୟ କୁମାର ଜେନା, ପାବକ ମହାପାତ୍ର, ଅଞ୍ଜନ କୁମାର ମଲିକ ପ୍ରମୁଖ ବିଚାରପତି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ଚୟନ କରିଥିଲେ । ବିଭିନ୍ନ ବିଭାଗରେ କୃତିତ୍ୱ ହାସଲ କରିଥିବା ସଫଳ ପ୍ରତିଯୋଗିଙ୍କୁ ଆସନ୍ତା ୨୯ ତାରିଖ ଅପରାହ୍ନରେ ବିଗ୍ଧଦ କବି ଅଭିମନ୍ୟୁ ସାମନ୍ତସିଂହାରଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍ସବରେ ପୁରସ୍କୃତ କରାଯିବ ବୋଲି ପରିଷଦର ସଂଯୋଜକ ଅଧ୍ୟାପକ ପ୍ରମୋଦ ଦାସ ପ୍ରକାଶ କରିଛନ୍ତି । ପ୍ରତିଯୋଗିତା ପରିଚାଳନାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.