ବ୍ରହ୍ମପୁର-ବ୍ରହ୍ମପୁର ଅବକାରୀ ଗୁଇନ୍ଦା ଟିମର ଗଞ୍ଜେଇ ଧରପଗଡ ଅଭିଯାନ ଏବେ ଜୋରଦାର ଚାଲିଛି। ଗତ ୫ଦିନ ମଧ୍ୟରେ ଅବକାରୀ ବିଭାଗ ମୋଟ ୩୩୭ କେଜି ଗଂଜେଇ ସହ ୮ ଜଣଙ୍କୁ ଗିରଫ କରିଛି । ଆଜି ପୋଡା ମାରି ଓ ତପ୍ତପାଣି ଘାଟି ମଝିରେ ଅର୍ଥାତ୍ ଦାଶେଇପୁର ଛକ ନିକଟରେ ଅବକାରୀ ବିଭାଗର ଟିମ ଏକ ଗଞ୍ଜେଇ ଭର୍ତ୍ତି କାରକୁ ଜବତ କରି ଜଣେ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିଛି । ସେହେଲେ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଳାସାହିର ମୁନା ନାୟକ(୨୭) । ଅବକାରୀ ବିଭାଗ ଚାଲାଣକାରୀଙ୍କ ନିକଟରୁ ୫୦ କିଲୋ ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଆଜି ଚାଲାଣକାରୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର୍ ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ପୋଢ଼ାମାରି ଓ ତପ୍ତପାଣି ଘାଟି ମଝିରେ ଅର୍ଥାତ୍ ଦାଶେଇପୁର ଛକ ନିକଟରେ ଦ୍ରୁତଗତି ଆସୁଥିବା (ଡିଏଲ୮ଏଲ୮୦୮୫) ନଂ ଏକ କାରକୁ ସନ୍ଦେହ କରି ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଉକ୍ତ କାରରୁ ୫୦ କିଲୋ ଗଞ୍ଜେଇ ମିଳିଥିଲା । ପରେ ଗଞ୍ଜେଇ ଚାଲାଣକାରୀ ମୁନାକୁ ଅବକାରୀ ବିଭାଗକୁ ଆଣି ଜେରା କରିଥିଲେ ଅବକାରୀ ଇନ୍ସପେକ୍ଟର ଗୀତାଞ୍ଜଳି ସାହୁ । ତାଙ୍କୁ ଜେରା ବେଳେ ସେ ଉକ୍ତ ଗଞ୍ଜେଇ ଗଜପତିରୁ ଆଣି ବହ୍ମପୁର ଦେଇ ଭୁବନେଶ୍ୱର-କୋଲକାତାକୁ ଚାଲାଣ କରିଥାନ୍ତା ବୋଲି ଅବକାରୀ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି। ପ୍ରକାଶ ଥାଉ କି ଉକ୍ତ ବିଭାଗ ପକ୍ଷରୁ ଗତ ରବିବାର ,ସୋମବାର ଓ ବୁଧୁବାର ତିନିଟି ପୃଥକ୍ ସ୍ଥାନରେ ଚଢ଼ଉ କରି ମୋଟ ୨୮୭କେଜି ଗଂଜେଇ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ତିନୋଟି ମାମଲାରେ ୭ଜଣଙ୍କୁ ଗିରଫ କରାଯାଇଛି।ଏହାସହିତ ଦୁଇଟି କାର ମଧ୍ୟ ଜବତ ହୋଇଛି ବୋଲି ଅବକାରୀ ଗୁଇନ୍ଦା ଡେପୁଟି କମିଶନର ଅଶୋକ ଶତପଥି ସୂଚନା ଦେଇଛନ୍ତି। ଅବକାରୀ ଗୁଇନ୍ଦା ବିଭାଗ ଆସିକା ଥାନା କାଳଷଣ୍ଢପୁର(୧୫୫କେଜି) ଛକ,ଦିଗପହଣ୍ଡି ଥାନା ଅନ୍ତର୍ଗତ ପୁଞ୍ଜିକୟଂ ଛକ(୧୦୦କେଜି),ଗୋପାଳପୁର ଜଙ୍କସନ(୩୨କେଜି) ଆଦି ତିନୋଟି ସ୍ଥାନରେ ପୃଥକ ଭାବେ ଟିମ ଚଢ଼ଉ କରି ଉକ୍ତ ଗଞ୍ଜେଇ ଜବତ କରିଛି । ଆଜିର ଜବତ ଗଞ୍ଜେଇକୁ ମିଶାଇ ଅବକାରୀ ବିଭାଗ ମୋଟ ୩୩୭ କେଜି ଗଞ୍ଜେଇ, ୩ଟି କାର୍ ଜବତ କରିବା ସହ ମୋଟ ୮ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି । ଜବତ ହୋଇଥିବା ମୋଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୬ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗୀୟ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଗଞ୍ଜେଇ ଚଢ଼ାରେ ଇନ୍ସପେକ୍ଟର ହୃଦୟାଚନ୍ଦ୍ର ସାମନ୍ତ,ଗୀତାଞ୍ଜଳି ସାହୁଙ୍କ ସମେତ ବହୁ ବିଭାଗୀୟ କର୍ମଚାରୀ ସାମିଲ ଥିଲେ ।