ଭାରତୀୟ ସ୍ଵାଧିନତା ସଂଗ୍ରାମର ମହାନାୟକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ଦେଶପାଇଁ ଅବଦାନ ଅତୁଳନୀୟ ।ବିଶ୍ଵଯୁଦ୍ଧ ସମୟରେ ବିଦେଶ ଭୂମିରେ ଆଜାଦ ହିନ୍ଦ୍ ଫୌଜ୍ ଓ ଆଜାଦ୍ ହିନ୍ଦ୍ ସରକାର ଗଠନ କରି ୧୯୪୩ ମସିହା ଡିସେମ୍ବର ୩୦ ତାରିଖରେ ଭାରତର ସ୍ଵତନ୍ତ୍ରତା ଘୋଷଣା କରିଥିଲେ। ଏହା ଭାରତର ବ୍ରିଟିସ୍ ସରକାରଙ୍କୁ ଦୋହଲାଇ ଦେବାରେ ସମର୍ଥ ହୋଇଥିଲା ।ନେତାଜୀଙ୍କର ଏହି ପଦକ୍ଷେପକୁ ତତକାଳୀନ ବିଶ୍ଵର କିଛି ଦେଶ ସମର୍ଥନ କରିଥିଲେ। ଫଳରେ ଭାରତର ସ୍ଵାଧିନତା ପ୍ରାପ୍ତି ପ୍ରକ୍ରିୟା ଅଧିକ ତ୍ଵରାନ୍ଵିତ ହୋଇଥିଲା। ନେତାଜୀଙ୍କର ଏହି ମହାନ୍ ଆଦର୍ଶକୁ ପାଥେୟ କରି ଜନସାଧାରଣଙ୍କ ମଧ୍ୟରେ କ୍ରାନ୍ତିକାରୀ ଚେତନା ଜାଗ୍ରତ ନିମନ୍ତେ ପ୍ରୟାସ ଯାରିରଖିଛି କଳାହାଣ୍ଡି ବିକାଶ ପରିଷଦ। ଚଳିତ ଡିସେମ୍ବର ୩୦ ତାରିଖଠାରୁ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଠାରେ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ପାଳନ କରାଯାଇଥିବା ସୂଚନା ମିଳିଛି। ଏହି ଦିନ ଠାରୁ କ୍ରାନ୍ତିଯାତ୍ରା ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ୧୮ଟି ବ୍ଲକକୁ ପରିକ୍ରମା କରୁଛି। ଏହା ଜନସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଉଛି। ଏହି ପରିପେକ୍ଷୀରେ ତା ୧୭/ ୦୧/୨୦୨୩ରିଖ ମଂଗଳବାର ଦିନ ନୂଆପଡା ଜିଲ୍ଲା ଅନ୍ତର୍ଗତ ବୋଡେନ ବ୍ଲକରେ ଏହି କ୍ରାନ୍ତି ଯାତ୍ରା ପରିକ୍ରମା କରିଥିଲେ। ଏହି କ୍ରାନ୍ତିଯାତ୍ରା କଲାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡ:ସୁନିତୀ ମୁଣ୍ଡଙ୍କ ନେତୃତ୍ବରେ ଆୟୋଜିତ ହୋଇଥିଲା। ଏହି କ୍ରାନ୍ତି ଯାତ୍ରାରେ ବୋଡ଼େନ ବ୍ଲକ ରୁ-ନୃପରାଜ ତାଣ୍ଡି,କିଶୋର ଚନ୍ଦ୍ର ନାଗ,ନୂଆପଡ଼ା ଜିଲ୍ଲା ସାହାଯ୍ୟ ସେନା ସଭାପତି ବେଣୁଧର ଜଗତ,ରୁଦ୍ର ପଟେଲ,ଫାଲଗୁନି ମାଝି,ପୁରୁନଧର ବାଗ,ହେମନ୍ତ ଯୋଶୀ,ପିତାମ୍ବର ମାଝି,ତରୁଣସିଂ ଧାରୁଆ,ଚନ୍ଦନ ପାତ୍ର,ସରପଞ୍ଚ ପରଶୁ ଭାଇ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୧୮ଟି ବ୍ଲକର,ଜନସାଧାରଣଙ୍କୁ ସାମ୍ବିଧାନିକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରି ଆସନ୍ତା ଜାନୁୟାରୀ ୨୩ ତାରିଖରେ ଉଦଯାପିତ ହେବ ବୋଲି ପରିଷଦ ପକ୍ଷରୁ ସୁଚନା ମିଳିଛି ।ଏହି କ୍ରାନ୍ତିଯାତ୍ରାରେ ବୋଡେନ ବ୍ଲକର ଶତାଧିକ ଛାତ୍ର ଛାତ୍ରୀ,ଯୁବା,ମହିଳା ଓ ପୁରୁଷଯୋଗଦେଇଥିଲେ ।