ବିଜେପୁର ସି.ଏଚ.ସି ରେ ସ୍ୱାସ୍ଥ୍ୟ ବିଭାଗର ଅନୁଧ୍ୟାନକାରୀ ଦଳ  

ବରଗଡ:-ବରଗଡ଼ ଜିଲ୍ଲା ବିଜେପୁର ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ସ୍ଥାୟୀ ଭିତ୍ତିଭୂମି ଅନୁଧ୍ୟାନ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଅନୁଧ୍ୟାନକାରୀ ଦଳ ପରିଦର୍ଶନ ରେ ଆସି ବେଶ ଟିକିନିଖି ଅନୁଧ୍ୟାନ ସହ ସରକାରୀ ଫାଇଲପତ୍ର ଯାଞ୍ଚ କରିଥିଲେ।ଏଥିରେ ରାଜ୍ୟ କାୟାକଳ୍ପ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡା: ଦିଲ୍ଲିପ କୁମାର ବିଶ୍ୱାଳ,ସିସିପିଏମ ହୃଷିକେଶ ସାହୁ,ଜେ.ଏଚ.ପି.ଆଇ.ଇ.ଜି.ଓ ଡା: ବିଜୟ କୁମାର ଙ୍କ ସହ ବରଗଡ଼ ଜିଲ୍ଲା ସ୍ୱାସ୍ଥ୍ୟବିଭାଗର ହେମସାଗର ସାହୁ ଜିଲ୍ଲା ଭିଭିଡି ବିଶେଷଜ୍ଞ, ତୁଷାର ନାୟକ କାର୍ଯ୍ୟକ୍ରମ ପରିଚାଳକ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଗସ୍ତ ସମୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦର ବିଜେପୁର ର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା:ସୁଶାନ୍ତ ମେହେର ସେମାନଙ୍କୁ ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ର ପରିଚାଳନା,ସ୍ୱାସ୍ଥ୍ୟସେବା ବ୍ୟବସ୍ଥା,ପରିମଳ କର୍ମଚାରୀ ଓ ଗୋଷ୍ଠୀ କାର୍ଯ୍ୟକ୍ରମ ପରିଚାଳନା,ବର୍ହି ବିଭାଗ,ଅର୍ନ୍ତ ବିଭାଗ,ଡ୍ରେସିଙ୍ଗ ରୁମ,ରୋଗ ନିରୁପଣ ସେବା(ନିଦାନ),ଶିଶୁ ଓ ମାତୃ ସ୍ୱାସ୍ଥ୍ୟ,ନିରାମୟ,ଟୀକା କରଣ,ଔଷଧ ଭଣ୍ଡାର,ପରୀକ୍ଷାଗାର ପରିଚାଳନା ଇତ୍ୟାଦି ବିଷୟରେ ଅବଗତ କରିଥିଲେ।ବି.ପି.ଏମ ସୁବାଷ ଚନ୍ଦ୍ର ନନ୍ଦ,ଗୋଷ୍ଠୀ ହିସାବ ପରିଚାଳକ ବାଳଗୋପାଳ ପଣ୍ଡା,ଗୋଷ୍ଠୀ ତଥ୍ୟ ପରିଚାଳକ ନିଳକଣ୍ଠ ସାମନ୍ତ,ନାରାୟଣ ପାଢ଼ୀ,ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ,ଦେବାଶିଷ ଦେବତା ଜକ୍ଷ୍ମାରୋଗ ବରିଷ୍ଠ ଚିକିତ୍ସା ପର୍ଯ୍ୟବେକ୍ଷକ,କୁନା ମେହେର ନିର୍ମଳ ପରିଦର୍ଶକ ପ୍ରମୁଖ ଅନୁଧ୍ୟାନ ସମୟ ରେ ସହଯୋଗ କରିଥିଲେ।ପରିଦର୍ଶନ ସମୟରେ କାର୍ଯ୍ୟରତ କର୍ମଚାରୀବୃନ୍ଦ ନିଜନିଜ ଦକ୍ଷତା କୁ ନେଇ ରାଜ୍ୟ ଅନୁଧ୍ୟାନକାରୀ ଦଳ ପଚାରୁଥିବା ବିଭିନ୍ନ ପ୍ରଶ୍ନର ସଠିକ ଉତ୍ତର ଦେଇ ଜନସାଧାରଣ ଙ୍କୁ ଆଗକୁ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅନେକ ଯତ୍ନବାନ ହେବୁ ବୋଲି ଆମେ ଆଶା ବାନ୍ଧିଛୁ ବୋଲି ଅନୁଧ୍ୟାନକାରୀ ଟିମ୍ ଙ୍କୁ ଜଣାଇଥିଲେ।

Leave A Reply

Your email address will not be published.