ଧାମନଗର ୨୦/୦୧/ ଧାମନଗର ମହାବିଦ୍ୟାଳୟ ପରିସରରେ ଓଡିଶା ଭାଷା,ସାହିତ୍ୟ ବିଭାଗର ସମ୍ପାନ ଓ ବାର୍ଷିକ ଉତ୍ସବ ଶୁକ୍ରବାର ପୂର୍ବାହ୍ନ ୧୧ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି। ଜୀବନର ଏପରି କୌଣସି ଦିଗ ବା ଦିଗନ୍ତ ନାହିଁ, ଯାହାକୁ ଓଡ଼ିଆ କଥା ସାହିତ୍ୟର ଜନକ ଫକୀରମୋହନଙ୍କ ପରେ ଅଦ୍ଵିତୀୟ କଥାଶିଳ୍ପୀ ମନୋଜ ଦାସ ସ୍ପର୍ଶ କରିନାହାନ୍ତି। ତାଙ୍କ ଗଳ୍ପର ବର୍ଣ୍ଣିଳ ଆଭା ଓ ବହୁବର୍ଣ୍ଣା ବିଭବ ପାଇଁ ସେ ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ଧାରା ପ୍ରବର୍ତ୍ତକ ଏବଂ ସେ ହେଉଛନ୍ତି ସର୍ଜନାର ମହାକାଶ ବୋଲି ମତ ପ୍ରକାଶ ପାଇଛି । ଅଧ୍ୟକ୍ଷ ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ମନୋଜ ଦାସଙ୍କ ଗଳ୍ପର ବହୁବର୍ଣ୍ଣା ଦିଗନ୍ତ’ ଶୀର୍ଷକ ବାର୍ଷିକ ସମ୍ପାନରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଥିବା ବେଳେ ସୁସାହିତ୍ୟିକ ତଥା ‘ଟାଇମ୍ ପାସ୍’ର ପ୍ରକାଶକ ସରୋଜ ବଳ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଆଲୋଚ୍ୟ ପ୍ରସଙ୍ଗ ଉପରେ ଭାବଗମ୍ଭୀର ଆଲୋକପାତ କରିଥିଲେ। ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଡ. ପ୍ରଶାନ୍ତ କୁମାର ପରିଡ଼ା ସ୍ୱାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପିକା ଆଦ୍ୟାରଶ୍ମି ମିଶ୍ର ବିଷୟ ସୂଚନା ଦେଇଥିଲେ । ବିଭାଗର ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । ଏହି ଅବସରରେ +୩ ପ୍ରଥମ ବର୍ଷ ସମ୍ମାନ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବଡ଼ ଭାଇଭଉଣୀଙ୍କ ତରଫରୁ ସ୍ୱାଗତ କରାଯିବା ସହ ଅତିଥିଙ୍କୁ ଉପହାର ପ୍ରଦାନ କରାଯାଇଥିଲା।ପ୍ରାଧ୍ୟାପକ ଡ. ବନମାଳୀ ଦାଶ, ବିନାୟକ ସାହୁ, ପ୍ରଦୀପ କୁମାର ରାୟ, ସଞ୍ଜୟ କୁମାର ପଣ୍ଡା, ଆଶିଷ କୁମାର ସ୍ୱାଇଁ, ଅଧ୍ୟାପିକା ସ୍ମରଣୀକା ପ୍ରଧାନ, ବାସ୍ତବିକା ଦାସ, ସାଜିଆ ତମକୀନ୍, କଲ୍ୟାଣୀ ଦାଶ, ସଜଲ କୁମାର ମହାନ୍ତି, ଅଞ୍ଜନ କୁମାର ନାୟକ, ଆଶୀର୍ବାଦ ମହାନ୍ତି, ଡ. ଦେବାଶିଷ ମଲ୍ଲିକ, ସାହିତ୍ୟିକ ରସାନନ୍ଦ ମହାପାତ୍ର, ସାମ୍ବାଦିକ ପ୍ରଦୀପ କୁମାର ମହାପାତ୍ର, ସୁଧାକର ଦାଶ, ହେମେନ୍ଦ୍ର ମହାନ୍ତି, ଆନନ୍ଦ ଚନ୍ଦ୍ର ରାଉତ ପ୍ରମୁଖ ଉତ୍ସବରେ ଯୋଗଦେଇଥିଲେ । ପୂର୍ଣ୍ଣିମା ସାହୁ, ଧରିତ୍ରୀ ଦାସ, ଶୁଭସ୍ମିତା ଦାସ,ରଶ୍ମିରେଖା ପଣ୍ଡା, ମାମୁନି ସାମଲ, ସ୍ଥିତିପ୍ରଜ୍ଞା ମିଶ୍ର, ଦେବହୂତି ନାୟକ, ପୂଜାରାଣୀ ପରିଡ଼ା, ମହେଶ୍ୱର ଜେନା, ବିଷ୍ଣୁପ୍ରସାଦ ଦାସ ପ୍ରମୁଖ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହାୟତା କରିଥିଲେ। ଶେଷରେ ଅତିଥି ଅଧ୍ୟାପିକା ହରିପ୍ରିୟା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ