ଧାମନଗର ୨୦/୦୧/ ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ଗ୍ରାମ ପଞ୍ଚାୟତର ନୂତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ନିର୍ମାଣ ଏବଂ କଟସାହି (ଲୁଣିଆ)ମେଳଣ ପଡ଼ିଆର ସୌନ୍ଦର୍ଯ୍ୟକରଣ ନିମନ୍ତେ ଗୁରୁବାର ଅପରାହ୍ନରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ପ୍ରଥମ ମହିଳା ସାଂସଦ ମଞ୍ଜୁଲତା ମଣ୍ଡଳଙ୍କ ହାତପାଣ୍ଠି ଅନୁଦାନରୁ ୫୦ଲକ୍ଷ ଟଙ୍କା ବ୍ୟୟ ବରାଦରେ କଟସାହି ପଞ୍ଚାୟତ କାର୍ଯ୍ୟାଳୟ ତିଆରି ହେବ। ଏହି ପରିପ୍ରେକ୍ଷୀରେ ସାଂସଦ ମଞ୍ଜୁଲତା ମଣ୍ଡଳ,ଧାମନଗର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ ଭଦ୍ରକ,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଜିଲା ପରିଷଦ ସଭ୍ୟ ଶାରଦା ପ୍ରସନ୍ନ ସାହୁ,ସେବା ସମବାୟ ସମିତି ସଭାପତି ସୁଶାନ୍ତ କୁମାର ପଣ୍ଡା ,ସରପଞ୍ଚ ଦୀପ୍ତିମୟୀ ଜେନା,ସମିତି ସଭ୍ୟା ମମତା ଜେନା ପ୍ରମୁଖ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ସହ ଏହି ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ବିଜୁ ଯୁବ ଜନତା ଦଳର ସଭାପତି ସମିତି ସଭ୍ୟ ଭାରତ ବିଜୟ ଦଳାଇଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲାପରିସଦ ସଭ୍ୟା ବିଦ୍ୟୁତ ଲତା ନାୟକ,ଉର୍ମିଳା ବିଶ୍ୱାଳ, ସେବା ସମବାୟ ସମିତି ସଭାପତି ହରେକୃଷ୍ଣ ପାଢ଼ୀ,ସରପଞ୍ଚ ଅନୁସୟା ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ସହିଦନଗର ବଜାରରୁ ଅତିଥି ମାନଙ୍କୁ ଶୋଭାଯାତ୍ରାରେ ଶିଳାନ୍ୟାସ ସ୍ଥଳକୁ ନିଆ ଯାଇଥିଲା।