ସମ୍ପୂର୍ଣ ହୋଇ ପାରିଲା ନାହିଁ ପଞ୍ଚାୟତ ସମିତି ବୈଠକ କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷାଙ୍କ ବିରୋଧରେ ଚାଲିଛିକି ଷଡ଼ଯନ୍ତ୍ର?
କବିସୂର୍ଯ୍ୟନଗର:୨୦/୦୧/୨୦୨୩
ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ରାଜନୀତିରେ ଏବେ ଘଡିକେ ଛୁଟୁଛି ଘୋଡା l ପଞ୍ଚାୟତ ସମିତି ଅଧକ୍ଷ୍ୟ ନିର୍ବାଚନ ବେଳେ ଅପ୍ରତିଦ୍ବନ୍ଦି ଭାବେ ନିର୍ବାଚିତ ହୋଇଥିବା ଆସିକା ବିଧାୟିକାଙ୍କ ସାନ ବୋହୁ ଜୋତିର୍ମୟୀ ସ୍ୱାଇଁଙ୍କ ବିରୋଧରେ ଏବେ ଏକାଠି ହେଲେଣି ବ୍ଲକର ୨୧ ସମିତିସଭ୍ୟଙ୍କ ମଧ୍ୟରୁ ୧୪ ସଭ୍ୟ।ଫଳରେ ଦଶ ମାସ ପରେ ଆଜି ଆୟୋଜିତ ସମିତି ବୈଠକ ଅଧାରୁ ସ୍ଥଗିତ ହୋଇଛି l ସୂଚନା ମୁତାବକ ଆଜି କବିସୂର୍ଯ୍ୟନଗର ବ୍ଲକ ସଭାଗୃହ ଠାରେ ବ୍ଲକ ଅଧ୍ୟକ୍ଷାଙ୍କ ସଭାପତିତ୍ୱରେ ଚତୁର୍ଥ ସାଧାରଣ ଅଧିବେସନ ଅନୁଷ୍ଠିତ ହୋଇଥିଲା l ଏଠାରେ ୨୧ ପଞ୍ଚାୟତର ୭ଟି ସମିତିସଭ୍ୟ ଯୋଗଦେଇଥିବା ବେଳେ ୧୪ ସମିତିସଭ୍ୟ, ଉପାଧକ୍ଷ, ସାଂସଦ,ବିଧାୟିକା,ପ୍ରମୁଖ ଅନୁପସ୍ଥିତ ରହିଥିଲେ l ପୂର୍ବରୁ ଏହି ବୈଠକ ଆୟୋଜନ ନେଇ ସମସ୍ତଙ୍କୁ ଚିଠି ହୋଇଥିଲେ ମଧ୍ୟ ଆଜିର ଏହି ବୈଠକରେ ଏତେ ସଂଖ୍ୟକ ସଭ୍ୟ ଅନୁପସ୍ଥିତ ରହିଥିଲେ l ଫଳରେ ବୈଠକକୁ ଅଧାରୁ ସମିତି ଅଧ୍ୟକ୍ଷା ସ୍ଥଗିତ ରଖିଥିବା ଆଜି ସଭା ଗୃହ ରେ ଘୋଷଣା କରିଥିଲେ l ତେବେ କାହିଁକି ବୈଠକ ସ୍ଥଗିତ ରହିଲା ତାହାକୁ ନେଇ ନାନା ପ୍ରଶ୍ନ ଉଠିଥିବା ବେଳେ ସାମ୍ବିଧାନିକ ନିୟମ ପ୍ରକାରେ ତାହାକୁ ଅଧ୍ୟକ୍ଷା ସ୍ଥଗିତ କରିଥିବାବିଡ଼ିଓ ସୂଚନା ଦେଇଛନ୍ତି l ଅନ୍ୟ ପକ୍ଷରେ ସମିତି ବୈଠକରେ ଉପାଧକ୍ଷ ଓ ଏତେ ସଂଖ୍ୟକ ସଭ୍ୟ ଙ୍କ ଅନୁପସ୍ଥିତି କିଛି ଅଲଗା ଦିଗକୁ ଇଙ୍ଗିତ କରୁଛି l ଦୀର୍ଘ ଦିନରୁ କବିସୂର୍ଯ୍ୟନଗର ବ୍ଲକରେ ଚାଲିଥିବା ରାଜନୈତିକ ଅସ୍ଥିରତା ଆଜିର ଏହି ବୈଠକ ପରେ ସ୍ପଷ୍ଟ ଭାବେ ବାରିହେଉଥିବା ବେଳେ ଅନୁପସ୍ଥିତ ସମସ୍ତ ସଭ୍ୟ ଗଲେ କୁଆଡେ ? କାହିଁକି ବର୍ଜନ କଲେ ସମିତି ବୈଠକ? କଣ ରହିଛି ସେମାନଙ୍କ ଦାବୀ? ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି l