ଅମଲାଭଟା ଦକ୍ଷିଣ ମୁଖି ହନୁମାନ ମନ୍ଦିରରେ ଏକ ହଜାର ଆଠ ହନୁମାନ ଚାଳିଶା ପାଠ

ରାୟଗଡ଼ -21/01-(ଧନେଶ୍ୱର ରାଉତ )-ରାୟଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଜେ କେ ପୁର ଅମଲା ଭଟା ଛକ ନିକଟସ୍ଥ ଦକ୍ଷିଣ ମୁଖି ହନୁମାନ ମନ୍ଦିର ପ୍ରାଙ୍ଗଣରେ ଆଜି ମାଘ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ବିଶ୍ୱ ମଙ୍ଗଳ ପାଇଁ ସିଦ୍ଧ ଗୁରୁ ଯୋଗୀଶ୍ରୀ ଚୈତନ୍ୟ ରାମଜୀଙ୍କ ତତ୍ୱାବଧାନରେ ୧ ହଜାର ଆଠ ହନୁମାନ ଚାଳିଶା ପାଠ କରାଯାଇଛି | ସକାଳୁ ମନ୍ଦିର ପରିଚାଳନା କମିଟି ର ପୂର୍ବ ପ୍ରସ୍ତୁତି ଅନୁସାରେ ଦେବ ଆବାହନ କରି ସଂକଳ୍ପ ସହ ଘଟ ସ୍ଥାପନ କରି ମଣ୍ଡଳ ଆଦି ସଜାଇ ପୂଜା ସାମଗ୍ରିକ ସହ ଶୁଭାରମ୍ଭ କରାଯାଇଥିଲା | ୧ ହଜାର ଆଠ ଚାଳିଶା ପାଠ କରିବା ପାଇଁ ସ୍ଥାନୀୟ ମାତୃ ମଣ୍ଡଳୀ ତ୍ରିନାଥ ରାଓ ଓ ଅନ୍ୟ ଭକ୍ତ ମାନେ ପାରମ୍ପରିକ ବାଦ୍ୟ ର ଅନୁସରଣରେ ଶ୍ରୀ ଚାଳିଶା ପାଠ ପୂର୍ବକ ଯଜ୍ଞ ଆହୁତି ହବନ ଆଦି କରାଯାଇଥିଲା | ହନୁନାମ ଚାଳିଶା ପାଠ କରାଗଲେ କିପରି ସଙ୍କଟ ଦୁରେଇ ଯିବ ତାହା ଯୋଗୀଶ୍ରୀ ଉପସ୍ଥିତ ଭକ୍ତଙ୍କୁ ବୁଝାଇ ଥିଲେ | ଏହି  ଭଳି କାର୍ଯ୍ୟକ୍ରମ ଏହି ମନ୍ଦିରରେ ପ୍ରାୟ ବର୍ଷକୁ ବାରମାସ ଚାଲିଥାଏ ବୋଲି ମନ୍ଦିର ସଭାପତି ପି ରମେଶ ବାବୁ କହିଛନ୍ତି | ଏହାର ପ୍ରତିଷ୍ଠା ହେବା ଠାରୁ ଭକ୍ତ ଶ୍ରଦ୍ଧାଳୁଙ୍କ ଏକର୍ଷଣ ର କେନ୍ଦ୍ରବିନ୍ଦୁ ପାଲଟି ଥିବା ବେଳେ ଏହି ମନ୍ଦିର ଟି ଗତ ମେ ମାସ ପାଞ୍ଚ ତାରିଖ 2001 ମସିହାରେ ସପ୍ତମୀ ତିଥିରେ ସ୍ଥାନୀୟ ଭକ୍ତଙ୍କ ସହଯୋଗରେ କରାଯାଇଥିଲା | ଜିଗୀଶ୍ରୀଙ୍କ ବ୍ୟତୀତ ମନ୍ଦିର କମିଟିର ଉପ ସଭାପତି କମଡା ଦିଲୀପ, କୋଷାଧ୍ୟକ୍ଷ ସୁରେଶ ଚନ୍ଦ୍ର ତ୍ରିପାଠୀ, ସଂଯୋଜକ କେ ରାମ ବାବୁ, ଜି କ୍ରିଷ୍ନା ରାଓ ଚିନାମ ନାଇଡ଼ୁ, ଦେବସେନା ଜିଲ୍ଲା ପ୍ରମୁଖ ଅର୍ଜୁନ ଯାଦବ, ସଂଘର ବରିଷ୍ଠ ଦୀପକ ରାଉତ, ସକ୍ଷମ ର ମୁଖ୍ୟ ଶ୍ୟାମ ଦାଶ, ବିଦ୍ୟା ଭୂଷଣ ପଣ୍ଡା, ସିଲିଟିଗୁଡା ଧ୍ୟାନ ହନୁମାନ ମନ୍ଦିରର ପୂଜକ ଉପେନ୍ଦ୍ର ଭାଇ, ଭକ୍ତ ସାନମା ଭଉଣୀ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସୁରୁଖୁରୁରେ ପରିଚାଳିତ କରିବାରେ ସହାୟତା ପ୍ରଦାନ କରିଥିଲେ | ଅନ ପ୍ରସାଦ ସେବନ ପରେ ସମସ୍ତେ ପ୍ରସ୍ତାନ କରିଥିଲେ ଆଗାମୀ 26 ତାରିଖରେ ଇନ୍ଦିରା ନଗର ସ୍ଥିତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଆଦାନ ପ୍ରଦାନ କରୁଥିଲେ |

Leave A Reply

Your email address will not be published.