ନୂଆ ଦିଲ୍ଲୀ /ଲଷ୍ମୀନାରାୟଣ ବେବର୍ତ୍ତା (ଆ. ପ୍ର)- ରାଜଧାନୀ ଦିଲ୍ଲୀ ରେ ଶ୍ରୀ ନୀଳାଚଳ ସେବା ସଂଘ ଦ୍ୱାରା ପ୍ରଥିଷ୍ଠିତ ସ୍ଥାନୀୟ ହାଉଜ଼ଖାସ ଠାରେ ଥିବା ଅତି ପୁରାତନ ଶ୍ରୀ ଜଗନ୍ନାଥ ମନ୍ଦିର ର 45ତମ ପ୍ରଥିଷ୍ଠା ଦିବସ ଗତକାଲି ପବିତ୍ର ବସନ୍ତପଞ୍ଚମୀ ତିଥିରେ ଭକ୍ତି, ଶ୍ରଦ୍ଧା ଓ ଉତ୍ସାହ ସହକାରେ ଅନୁଷ୍ଠିତ ହୋଇଯାଇଛି. ଏହି ପରିପ୍ରେକ୍ଷୀରେ ପୂର୍ବଦିନ ସନ୍ଧ୍ୟାରେ ହିଁ ସମ୍ପୂର୍ଣ୍ଣ ମନ୍ଦିର କୁ ରଙ୍ଗ ବେରଙ୍ଗ ପୁଷ୍ପମାଲ୍ୟା ରେ ଆକର୍ଷଣୀୟ ଭାବେ ସାଜସଜ୍ଜା କରାଯାଇଥିଲା. ପୂର୍ବlନ୍ନ ଦଶଟା ବେଳେ ମନ୍ଦିର ର ମୁଖ୍ୟ ପ୍ରବେଶ ଦ୍ୱାର ଗରୁଡ଼ ସ୍ତମ୍ଭ ସମ୍ମୁଖରେ ଆୟୋଜିତ ହୋଇଥିଲା ପବିତ୍ର ହୋମଯଜ୍ଞ. ସୂର୍ଯ୍ୟ ପୂଜା, ଗୋ ପୂଜା ଅନ୍ୟlନ୍ୟ ନୀତି ଓ ବିଭିନ୍ନ ଦେବାଦେବୀ ଙ୍କୁ ଆବାହନ କରାଯାଇ ଯଜ୍ଞ ମଣ୍ଡପ ରେ ଅଗ୍ନି ସ୍ଥାପନl କରାଯାଇଥିଲା.ପୂଜକ ସନାତନ ପଢି, ଦେବବ୍ରତ ମିଶ୍ର, ଜଗବନ୍ଧୁ ଦାସ, ପ୍ରେମାନନ୍ଦ ଶତପଥି, ସନ୍ତୋଷ ପଣ୍ଡା ନନା ଙ୍କ ବୈଦିକ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ ସବିତା ପ୍ରଧାନ କାଷ୍ଠ ଉପବାସ ରେ ରହି ଯଜ୍ଞ କୁଣ୍ଡରେ ଆହୁତି ପ୍ରଦାନ କରିବା ସହ ସନ୍ଧ୍ୟା ରେ ପୂର୍ଣ୍ଣାହୁତି ପ୍ରଦାନ କରିଥିଲେ. ଏବଂ ମନ୍ଦିର ବେଢା ମଧ୍ୟରେ ଥିବା ବିଭିନ୍ନ ଦେବା ଦେବୀ, ପାର୍ଶ୍ୱ ଦେବା ଦେବୀ, ନୀଳଚକ୍ର, ରୋଷାଇ ଘର, ଭଣ୍ଡାର ଗୃହକୁ ଆରତୀ ଅର୍ପଣ କରିଥିଲେ.ଏହି ଅବସରରେ ସୁଦାମ ବେହେରା ଓ ସାଥି ମାନଙ୍କ ଦ୍ୱାରା ପାରମ୍ପରିକ କୀର୍ତ୍ତନ ପରିବେଷଣ ହୋଇଥିବା ବେଳେ ସମଗ୍ର ମନ୍ଦିର ବେଢା ପ୍ରକମ୍ପିତ ହୋଇଉଠିଥିଲା.ଛୁଟିଦିନ ଥିବା ଯୋଗୁ ମା ସରସ୍ବତୀ ଙ୍କ ପୂଜାଅର୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ପାଇଁ ଆନୁମାନିକ ସାତ ହଜାର ଶ୍ରଦ୍ଧାଳୁ ମନ୍ଦିର କୁ ଆସିଥିବା ଦେଖିବାକୁ ମିଳିଥିଲା. ମନ୍ଦିର ସମ୍ପାଦକ ରବୀନ୍ଦ୍ର ପ୍ରଧାନ, ଉପସଭାପତି କ୍ଷୀରୋଦ ପାତ୍ର, ଯୁଗ୍ମ ସମ୍ପାଦକ ଅଶୋକ ପ୍ରଧାନ,ଅଭୟ ପ୍ରଧାନ,କୋଷାଧକ୍ଷ, ପଙ୍କଜ କୁମାର ମହାନ୍ତି, କାର୍ଯ୍ୟକାରୀ କମିଟି ର ସଦସ୍ୟ ତଥା ସର୍ବୋଚ୍ଚ ନ୍ୟାୟଳୟ ର ବରିଷ୍ଠ ଆଇନଜୀବୀ ଜିତେନ୍ଦ୍ର ମହାପାତ୍ର, ଅମୁଲ୍ୟ ଓଝା, ବିଜୟ ସାହୁ, ଅଭିରାମ ସୁତାର, ଅଶୋକ ନାୟକ,ପ୍ରଦୀପ ସ୍ବାଇଁ ,ଙ୍କ ସହ ମନ୍ଦିର ର ମୁଖ୍ୟ ପରିଚାଳକ ରଶ୍ମୀ ରଞ୍ଜନ ବେହେରା ଓ ମନ୍ଦିର ର ଅନ୍ୟlନ୍ୟ ପ୍ରମୁଖ କର୍ମକର୍ତ୍ତା ଓ କର୍ମଚାରୀମାନେ ଉପସ୍ଥିତ ରହି ପ୍ରଥିଷ୍ଠା ଉତ୍ସବ କୁ ଶାନ୍ତିଶୃଙ୍ଖଳା ର ସହ ପରିଚାଳନା କରିବା ଦିଗରେ ପୁର୍ଣ ସହଯୋଗ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ଏହି ଆଧ୍ୟାତ୍ମିକ ଉତ୍ସବ ରେ ବିଶିଷ୍ଟ ଯକୃତ ଓ ପେଟ ରୋଗ ବିଶେଷଜ୍ଞ ତଥା ସହଯୋଗୀ ଅଧ୍ୟାପକ ଡ଼ା. ଅଶୋକ କୁମାର ଚୌଧୁରୀ, ତାଙ୍କ ଧର୍ମ ପତ୍ନୀ ଶିଶୁରୋଗ ବିଶେଷଜ୍ଞ ଡ଼ା. ବିଷ୍ଣୁପ୍ରିୟା ସାହୁ, ଆଇନଜୀବୀ କେଦାର ତ୍ରିପାଠୀ, ଆଇନଜୀବୀ ସନ୍ତୋଷ ରାଉତ, ସାମ୍ବାଦିକ ଲଷ୍ମୀନାରାୟଣ ବେବର୍ତ୍ତା ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗଦେଇ ଥିବା ଦେଖାଦେଇଥିଲା. ସମସ୍ତ ଙ୍କ ସହଯୋଗ ରେ ଉତ୍ସବ ର ସଫଳତା ପାଇଁ ମନ୍ଦିର ସମ୍ପାଦକ ଶ୍ରୀ ପ୍ରଧାନ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.