ବରୀର ବିଭିନ୍ନ ଅଞ୍ଚଳରେ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

ବରୀ, ୨୭ l ୧ (ନନ୍ୟୁସ)୭୪ ତମ ସାଧାରଣତନ୍ତ୍ର ଦିବସ ବରୀ ବ୍ଲକର ବିଭିନ୍ନ ସ୍ଥାନରେ ସମାରୋହରେ ପାଳିତ ହୋଇଯାଇଛି  l ବରୀ ବ୍ଳକ ପରିସରରେ ପଞ୍ଚାୟତ ସମିତି ଅଧକ୍ଷ ଅଶୋକ କୁମାର ଗେଡ଼ି ଆନୁଷ୍ଠାନିକଭାବେ ଜାତୀୟ ପତାକା ଉତ୍ତୋଳନ କରିଥିବାବେଳେ ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ମହେଶ୍ୱର ସେଠି, ବିଏସଏସଓ ରଂଜିତ କୁମାର ଜେନା, ଜିପିଇଓ ଲକ୍ଷ୍ମୀକାନ୍ତ ମହାରଣା ଏବଂ ବ୍ଲକର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ l ସେହିପରି ତହସିଲ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ ଅବସରରେ ତହସିଲଦାର ମନୋଜ କୁମାର ମାଝୀ  ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ କିରାଣୀ ଦେବେନ୍ଦ୍ର କର ଏବଂ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ l ଖବରକାଗଜ ବିତରକ ସଙ୍ଘ ପକ୍ଷରୁ ମଧ୍ୟ ବରୀମାଉଣ୍ଡ ଠାରେ ପତାକା ଉତ୍ତୋଳନ କରାଯାଇଥିଲା l ବିତରକ ସଂଘର ପ୍ରଶାନ୍ତ କବି,ରମେଶ କବି, ରବୀନ୍ଦ୍ର ମଲିକ, ରମେଶ ମଲିକ, ବାବାଜୀ ମହାନ୍ତି, ଗଜେନ୍ଦ୍ର ଦାସ, ପ୍ରଭାକର ମୁଦୁଲି, ପ୍ରସନ୍ନ ପରିଡ଼ା ପ୍ରମୁଖ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ l ଦୟନାଥପୁର ପଞ୍ଚାୟତରେ ସରପଞ୍ଚ ସବିତା ସାମଲ, ଧାରପୁର ପଞ୍ଚାୟତରେ ସରପଞ୍ଚ କୁନା ମଲିକ, ବାଲିଆରେ ସରପଞ୍ଚ ରେବତୀ ଜେନା ପତାକା ଉତ୍ତୋଳନ କରିଥିବାବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନ, ଥାନା, ଦମକଳ କେନ୍ଦ୍ର, ଉପନିବନ୍ଧକଙ୍କ କାର୍ଯ୍ୟାଳୟ, ବିଭିନ୍ନ ପଞ୍ଚାୟତ କାର୍ଯ୍ୟାଳୟରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା l ଧାରପୁର ପଞ୍ଚାୟତ ସ୍ଥିତ ସରକାରୀ ବାଳିକା ବିଦ୍ୟାଳୟ, ନବୀନଚନ୍ଦ୍ର ବିଦ୍ୟାପୀଠ,ପଟଣା ସ୍ଥିତ ବାବା ସରସ୍ବତୀ ଶିଶୁ ମନ୍ଦିର ଛାତ୍ର/ଛାତ୍ରୀମାନେ ଜାତୀୟ ପତାକା ଧରି ପ୍ରଭାତ ଫେରି କରିଥିଲେ l

Leave A Reply

Your email address will not be published.