ଉଦୟନାଥପୁର ପଂଚାୟତ କାର୍ଯ୍ୟାଳୟ ଅତିରିକ୍ତ ଗୃହ ଉଦ୍‌ଘାଟନ 

ବରୀ,୨୬/୧(ନନ୍ୟୁସ): ୭୪ ତମ ସାଧାରଣତନ୍ତ୍ର ଦିବସ ଅବସରରେ ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅର୍ନ୍ତଗତ ଉଦୟନାଥପୁର ପଂଚାୟତର ଗ୍ରାମପଂଚାୟତର ଅତିରିକ୍ତ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏହି ଉଦ୍‌ଘାଟନି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟା ସୁମିତ୍ରା ଯାଦବ ଯୋଗଦେଇଥିଲେ । ପ୍ରଥମେ ପଂଚାୟତ ପରିସରରେ ଆୟୋଜିତ ୭୪ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ସରପଂଚ ସବିତା ସାମଲ ଜାତୀୟ ପତାକାକୁ ଉତୋଳନ କରିଥିଲେ । ପରେ ପରେ ମୁଖ୍ୟଅତିଥି ଜିଲ୍ଲା ପରିଷଦସଭ୍ୟା ଶ୍ରୀମତୀ ଯାଦବ ଓ ସରପଂଚ ଶ୍ରୀମତି ସାମଲ ଗ୍ରାମପଂଚାୟତ କାର୍ଯ୍ୟାଳୟର ନୂତନ ଗୃହର ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଂଚଙ୍କ ପ୍ରତିନିଧି ପ୍ରସନ୍ନ କୁମାର ସାମଲ, ପୂର୍ବତନ ସରପଂଚ ସୀତାନାଥ ମଲିକ, ପୂର୍ବତନ ନାଏବ ସରପଂଚ ଅଭିମନ୍ୟୁ ମଲିକ, ଅଶୋକ ସାମଲ, ନିର୍ମଳ ସାମଲ, ବିଜୟ କୁମାର ମଲିକ, ଜୟନ୍ତ କୁମାର ଜେନାଙ୍କ ସମେତ ସମସ୍ତ ୱାର୍ଡ ସଭ୍ୟସଭ୍ୟା ଓ ସ୍ଥାନୀୟ ବିଦ୍ୟାଳୟର ଛାତ୍ର/ ଛାତ୍ରୀମାନେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିକୁ ପଂଚାୟତ ନିର୍ବାହୀ ଅଧିକାରୀ ଭରତ କୁମାର ମଲିକ ଓ ଗ୍ରାମ ରୋଜଗାର ସେବକ ଅଜୟ କୁମାର ଜେନା ପରିଚାଳନା କରିଥିଲେ ।

Leave A Reply

Your email address will not be published.