ଆବାସ ଯୋଜନା କାହା ପାଇଁ ଗରିବଙ୍କ ଭାଗ୍ୟ କୁ କେବେ ଜୁଟୁଛି ପକା ଘର ଖାଲି ପ୍ରଚାର ସର୍ବସ୍ବ ହେଉଛି ଯୋଗ୍ୟ ହିତାଧିକାରୀ ବଞ୍ଚିତ
ରାୟଗଡ଼ -30/01-(ଧନେଶ୍ୱର ରାଉତ )-ଆବାସ ଯୋଜନା କାହାପାଇଁ ବୋଲି ପ୍ରଶ୍ନ ଉଠୁଛି କାରଣ ଏହି ଗ୍ରାମର ବିକଳ ଚିତ୍ର ଦେଖିଲେ ଅତି ଲଜ୍ୟା କର ବିଷୟ | ଏହିଭଳି ଏକ ଅବିକଳ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଦୁର୍ଗମ କରଲା ଘାଟି ପଞ୍ଚାୟତର ଅବସ୍ଥା | ଚଳିତ ବର୍ଷ ଆବାସ ଯୋଜନାରେ କାହା ଭାଗ୍ୟରେ ଗୋଟିଏ ହେଲେବି ଘର ଜୁଟିନି |,ପଞ୍ଚାୟତ ପ୍ରସାସନ ସମୁଖ ରେ ପାଳ କୁଡିଆ ରେ ଜୀବନ ବିତଉଛନ୍ତି ପାଞ୍ଚ ପ୍ରାଣି କୁ ନେଇ ପ୍ରଭାତ ପାଣି,କେବଳ ପ୍ରଭାତ ପାଣି ନୁହେ ,ସମ୍ବାରି ଭାତ୍ରା,ଦିଆଲୁ ଭାତ୍ରା ର ବି ସେହିଭଲି ଦସା,ପାଳ କୁଡିଆ ରେ ବର୍ଷ ବର୍ଷ ବିତି ଯାଉଛି ଜୀବନ,ପଞ୍ଚାୟତ ରୁ ଜୁଲୁ ଜୁଲୁ ହେଇ ଦେଖା ଯାଉଛି ଭଙ୍ଗା ଦଦରା ପାଳ ଆଶ୍ରିତ କୁଡିଆ ଘର,ଏଭଲି ଏକ ଅଭାବନିୟ ଦୁଶ୍ୟ ଦେଖିବାକୁ ପାଇଛୁ,ରାୟଗଡା ଜିଲା,ଗୁଡାରି ବ୍କକ,କର୍ଲାଘାଟି ପଞ୍ଚାୟତ ,କର୍ଲାଘାଟି ଗ୍ରାମ ର ଦ୍ରୁଶ୍ୟ,ଏହି ଗ୍ରାମ ରେ 300 ରୁ ଉର୍ଦ ପରିବାର ବସବାସ କରନ୍ତି,୧୦୦ ରୁ ଉର୍ଧ ପରିବାର
ଇନ୍ଦିରା ଆବାସ ଯୋଜନା ରୁ ବଞ୍ଚିତ ,ଗାଁ ରେ ପ୍ରାୟ ୭୦ ଭାଗ ଲୋକ ଦୀନ ମଜୁରିଆ,ନିଜ ପରିବାର ର ଭରଣ ପୋଷଣ ରେ ଅର୍ଥ ନିଅଣ୍ଟ ହେଉଥିବା ବେଳେ,ଘର ବା କଣ ବାନ୍ଦିବେ,ଲୋକେ ବିଜୁ ପକା ଓ ପ୍ରଧାନ ମନ୍ତ୍ରି ଆବାସ କୁ ଚାହିଁ ଚାହିଁ କିଏ ତ ଆର ପାରିକୁ ଚାଲିଗଲେଣି | ,ଆଉ କିଏ ତ ବାଡି ର ସାହାଯ୍ୟ ନେଇଁ ବାଟ ଚାଲିଥାନ୍ତି,ଏହିଭଲି ବର୍ଷ ବର୍ଷ ଗଡି ଯାଉଛି ହେଲେ ଏଠି ଆବାସ ଯୋଜନା ସାତ ସପନ,ପ୍ରଭାତ ପାଣି,ଜଣେ ବିକଲାଙ୍ଗ ,ତାଙ୍କ ପିଠି ରେ କୁଜ ବାହାରି ଥିବାରୁ କଠିନ ପରିଶ୍ରମ କରିପାରୁ ନାହାନ୍ତି,ବହୁତ କଷ୍ଟ ରେ ତାଙ୍କ ପରିବାର ଚଳାଇଥାନ୍ତି ,ଏହିଭଳି ବିକଲାଙ୍ଗ ମଣିଷ ମଧ୍ୟ ଆବାସ ଯୋଜନା ରୁ ବଞ୍ଚିତ,| ପ୍ରଭାତ ପାଣି ଙ୍କ ସୁଚିତ ନୁ ଯାଇ ପବନ ବର୍ଷା ହେଲେ ,ଗାଁ ର ସମସ୍ତ ଭଙ୍ଗା ଦଦରା କୁଡିଆ ଘରେ ରହୁଥିବା ପରିବାର ଙ୍କ ଆଶ୍ରୟ ସାଜିଛି,ସ୍କୁଲଘର,ଅଙ୍ଗନୱାଡି ଘର,ପଞ୍ଚୟତ ଘର |,ଏହି ସରକାରି ଘର ବର୍ଷା ପବନ ସାହାରା ଦେଉଛି ବୋଲି କହିଥିଲେ, ଏଥିରୁ ପ୍ରଶ୍ନ ଉଠୁଛି ଯେ ପଞ୍ଚାୟତ କୁ ଆସୁଥିବା ଯୋଜନା ଗୁଡିକ ଯାଉଛି କୋଆଡେ,ଯୋଉଠି ପଞ୍ଚାୟତ ସେହିଠି ବିକାଶ ବହୁ ଦୁରରେ,| ଏଥିରେ ସ୍ପଷ୍ଟ ଜଣାପଡୁଛି ଯେ ପଞ୍ଚାୟତ ପଡୋଶୀ ଗ୍ରାମ ମାନେ କେତେ ଜେ ବିକାଶ ହେଇନଥିବ,ଏ ବିଷୟ କୁ ନେଇ ଗୁଡାରି ବ୍କକ ଅଧିକାରି ସହ ଯୋଗାଯୋଗ କରିବାରୁ, ଗାଁ କୈଣସି ନେଟୱାର୍କ ନ ଥିବାରୁ ,ଯୋଗାଯୋଗ ହେଇ ପାରି ନଥିଲା,|