ରାୟଗଡ଼ -31/01-(ଧନେଶ୍ୱର ରାଉତ )-ଓଡ଼ିଶାର ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବିୟୋଗରେ ସାରା ରାଜ୍ୟ ସ୍ଥବ୍ଦ ଓ ମର୍ମାହତ ଜଣେ ପ୍ରଭାବ ଶାଳୀ ପ୍ରଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଏଭଳି ଭାବରେ ଦୟନୀୟ ଭାବରେ ଦିନ ୨ ପହରରେ ଗୁଳି କରି ମାରିବା ପୁଣି ସୁରକ୍ଷାରେ ରହିଥିବା ପୋଲିସ ଅଧିକାରୀ ଦ୍ୱାରା ଏହା ସାଧାରଣରେ ଚଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ରାଜ୍ୟ ସରକାର ୩ ଦିନିଆ ଶୋକ ପାଳନ କରିବା ପାଇଁ ଘୋଷଣା କରିଛନ୍ତି | ତାଙ୍କ ର କଥା ମାନେ ପକାଇ ଦଳୀୟ ତଥା ସର୍ବଦଳୀୟ ଲୋକମାନେ ଜାଗା ଜାଗା ରେ ଶୋକ ପାଳନ କରିଛନ୍ତି | ସେହିଭଳି ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକାରପାଇ ବାପୁଜୀ ପାଠାଗାର ଠାରେ ସ୍ଥାନୀୟ ନେତା ପ୍ରଭାକର ପାତ୍ରଙ୍କ ନେତୃତ୍ୱରେ ଏକ ସର୍ବ ଦଳୀୟ ଶୋକସଭା ର ଆୟୋଜନ କରାଯାଇଥିଲା | ତାଙ୍କର ଏକ ଫଟୋ ଚିତ୍ର ଉପରେ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କ ସ୍ମୃତି ଚରଣ କରିବାସହ ନିରବ ପ୍ରାର୍ଥନା କରାଯାଇଥିଲା | ଏ କାଣ୍ଡ ଭିଆଇ ଥିବା ଅଭିଯୁକ୍ତ ଗୋପାଳ ଦାଶକୁ କଡା ଦଣ୍ଡ ବିଧାନ କରିବା ପାଇଁ ଭଗବାନ ଙ୍କୁ ପ୍ରାର୍ଥନା ଜଣାଇବା ସହ ଏହି ଦୁଃଖକୁ ସହିବାକୁ ତାଙ୍କ ପରିବାରଙ୍କୁ ସାତଶହସ ପ୍ରଦାନ ଓ ତାଙ୍କ ଆମର ଆତ୍ମାକୁ ଶାନ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରାଯାଇଥିଲା | ଏହି ଶୋକ ସଭାରେ ଗ୍ରାମର ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଯୋଗଦେଇ ଶୋକ ସଭାରେ ସାମିଲ ହେଇଥିଲେ |ସେମାନଙ୍କ ମଧ୍ୟରେ ଲେଙ୍ଗେରୀ ଲକ୍ଷ୍ମଣ, ଗୋପୀ ସେଠି, କେଶ ତିଆୟାକା, ପି ପୃଥ୍ଵୀରାଜ,ମନୋଜ ସେଠି, କିରଣ କୁମାର, ଶରତ ସେଠି,ୱାର୍ଡ ସଭ୍ୟ କେ ଚେଲାପତି ପ୍ରମୁଖ ସାମିଲ ହେଇଥିଲେ |