ବଲାଙ୍ଗୀର ୨୬/୭( ନ.ନ୍ୟୁ.ସ)ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଙ୍କ କାର୍ଯ୍ୟକଳାପ ରେ ଅନେକ ଭାଜପା କର୍ମୀ ଅସନ୍ତୋଷ ପ୍ରକାଶ କରି ୨୦୨୪ ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ଗୋଷ୍ଠୀ କନ୍ଦଳ। ରବିବାର ଶାନ୍ତିପଡା ର କଲ୍ୟାଣ ମଣ୍ଡପ ରେ ବଲାଙ୍ଗୀର ବିଧାନସଭା ସଂଯୁକ୍ତ ମୋର୍ଚ୍ଚା ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା।୨୦୧୯ ଭାଜପା ବିଧାୟକ ପାର୍ଥୀ ଅନନ୍ତ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବଳରାମ ସିଂ ଯାଦବ (ବଲ୍ଲୁ ଭେୟା) ଯୋଗ ଦେଇଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା ସାଂସଦ ଯଦି କୌଣସି ସଭା ସମିତି କୁ ଆସନ୍ତି ତେବେ କିଛି ହାତ ଗଣତି ସମର୍ଥକ ଉପସ୍ଥିତ ରହୁଥିବା ବେଳେ ରବିବାର ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ୩୦୦ ରୁ ଉର୍ଦ୍ଧ୍ବ ସମର୍ଥକ ଉପସ୍ଥିତ ଥିଲେ। ସଂଯୁକ୍ତ ମୋର୍ଚ୍ଚା ବୈଠକ ରେ ଲାଗିଥିବା ପୋଷ୍ଟରରେ ସମସ୍ତଙ୍କ ଫୋଟୋ ରହିଥିବା ବେଳେ ରାଜା ରାଣୀ ଙ୍କ ଫୋଟୋ ନଥିବା ଦେଖିବାକୁ ମିଳିଥିଲା ଏହାକୁ ନେଇ ଏବେ ଚର୍ଚ୍ଚା ଯୋର୍ ଧରିଛି। ବୈଠକ ରେ ଉପସ୍ଥିତ ସମସ୍ତ ମଞ୍ଚାସିନ ଅତିଥି ମୋଦି ସରକାର ଙ୍କ ବିଭିନ୍ନ ବିକାଶମୂଳକ, ଜନହିତକର କାର୍ଯ୍ୟ ଉପରେ ଆଲୋଚନା କରିବା ସହ ଏହା ଲୋକଙ୍କ ପାଖରେ ପହଞ୍ଚାଇବାକୁ ପଣ କରିଥିଲେ।ତା ସହିତ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ଙ୍କ କାର୍ଯ୍ୟକଳାପ କୁ ତୀବ୍ର ନିନ୍ଦା କରିଥିଲେ। ବଳରାମ ସିଂ ଯାଦବ ( ବଲ୍ଲୁ ଭେୟା) ଓବିସି ବିକାଶ ପରିଷଦ ଗଠନ କରି ପଛୁଆବର୍ଗ ଙ୍କ ପାଇଁ ଲଢେଇ ଜାରି ରଖିଥିବା ବେଳେ ଜନସାଧାରଣଙ୍କୁ ଭାଜପା ସପକ୍ଷରେ ସଙ୍ଗଠିତ କରୁଛନ୍ତି। ଦିନକୁ ଦିନ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଉଥିବା ବେଳେ ଜିଲ୍ଲା ଭାଜପା ସଭାପତି ଶିବାଜି ମହାନ୍ତି ଏକ ପ୍ରେସ ରିଲିଜ ଦେଇ ଗଣମାଧ୍ୟମ କୁ ଜଣାଇଛନ୍ତି ଯେ ବଲାଙ୍ଗୀର ରେ ବଳରାମ ସିଂ ଯାଦବ ନାମକ କୌଣସି ବ୍ୟକ୍ତି ଭାଜପା ର ସଦସ୍ୟ ନାହାନ୍ତି। କିନ୍ତୁ ଅନ୍ୟ ପଟେ ଭାଜପା ର ବିଭିନ୍ନ କାର୍ଯ୍ୟକ୍ରମ ରେ ବଳରାମ ସିଂ ଯାଦବ ଉପସ୍ଥିତ ଥିବା ଦେଖିବାକୁ ମିଳିଛି। ସାଂସଦ ଙ୍କ ପ୍ରତି କର୍ମୀ ଙ୍କ ଅସନ୍ତୋଷ ବଢୁଥିବା ବେଳେ ବଳରାମ ଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି। ଆଗକୁ ଭାଜପା ରେ ଏକ ନୂଆ ସମୀକରଣ ନେଇ କର୍ମୀ ମହଲରେ ଆଲୋଚନା ର ବିଷୟବସ୍ତୁ ପାଲଟିଛି।