ପୁଣି ରାଷ୍ଟ୍ରପତି ହୋଇପାରନ୍ତି ସି ଜିନପିଙ୍ଗ୍

ଭୁବନେଶ୍ୱର : ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ହାତମୁଠା ଆହୁରି ଟାଣ ହେବ । କାରଣ, ଜିନପିଙ୍ଗଙ୍କ ନେତୃତ୍ବକୁ ବଳିଷ୍ଠ କରିବାକୁ କମ୍ୟୁନିଷ୍ଟ ପାର୍ଟିର ପୂର୍ଣ୍ଣ ଅଧିବେଶନରେ ସ୍ବତନ୍ତ୍ର ପ୍ରସ୍ତାବ ଗୃହୀତ ହୋଇଛି । ପାର୍ଟିର ୪ ଶହ ଶୀର୍ଷ ନେତୃତ୍ବ ଏହି ପୂର୍ଣ୍ଣ ଅଧିବେଶନରେ ଉପସ୍ଥିତ ଥିଲେ ।

ପ୍ରସ୍ତାବରେ ଗୃହୀତ ହୋଇଛି ଯେ, ଚୀନରେ ସାମ୍ୟବାଦର ନୂତନ ଯୁଗ ଆରମ୍ଭ କରିବାକୁ ସି ଜିନପିଙ୍ଗ ବଦ୍ଧ ପରିକର । ତେଣୁ ପୂରା କମ୍ୟୁନିଷ୍ଟ ପାର୍ଟି, ପାର୍ଟି ସହ ଜଡ଼ିତ ବ୍ୟକ୍ତିବିଶେଷ ଏବଂ ଚୀନ୍ ସେନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ପଛରେ ପୂର୍ଣ୍ଣ ସମର୍ଥନର ସହ ରହିଛି । ଯାହା ଏକ ପ୍ରକାର ସ୍ପଷ୍ଟ କରି ଦେିଛି ଯେ, ସି ଜିନପିଙ୍ଗ ହିଁ ପୁଣି ଥରେ ଅର୍ଥାତ୍ ଲଗାତାର ତୃତୀୟ ଥର ପାଇଁ ଦେଶର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ।

ଆସନ୍ତାବର୍ଷ କମ୍ୟୁନିଷ୍ଟ ପାର୍ଟିର ବିଂଶତମ ପୂର୍ଣ୍ଣ ଅଧିବେଶନ ବସିବ । ଯେଉଁଠି ତୃତୀୟ ଥର ପାଇଁ ସି ଜିନପିଙ୍ଗଙ୍କ ନେତୃତ୍ବରେ ମୋହର ଲାଗିପାରେ । ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଶହେ ବର୍ଷର ଇତିହାସରେ ତୃତୀୟ ଥର ପାଇଁ କେନ୍ଦ୍ରୀୟ କମିଟିରେ ଏଭଳି ପ୍ରସ୍ତାବ ଗୃହୀତ ହୋଇଛି ।

ପୂର୍ବରୁ ୧୯୪୫ ମସିହାରେ କମ୍ୟୁନିଷ୍ଟ ନେତା ମାଓ ଜେଡଙ୍ଗ ଏବଂ ୧୯୮୧ରେ ଡେଙ୍ଗ ଜିଆଓପିଙ୍ଗଙ୍କ ପାଇଁ ଏଭଳି ପ୍ରସ୍ତାବ ଗୃହୀତ ହୋଇଥିଲା । ମାଓ ଜେଡଙ୍ଗଙ୍କ ପରେ ସି ଜିନପିଙ୍ଗ ହିଁ ଚୀନର ଶକ୍ତିଶାଳୀ ନେତା ସାବ୍ୟସ୍ତ ହୋଇଛନ୍ତି ।

Leave A Reply

Your email address will not be published.