ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତର ର ନବ ନିର୍ବାଚିତ ସରପଞ୍ଚ ଉମାକାନ୍ତ ମେହେର ନିର୍ବାଚନ ପ୍ରଚାର ବେଳେ ଯାହା ଯାହା ପ୍ରତିଶୃତି ଦେଇଥିଲେ ଏବେ ପୂରଣ ମଧ୍ୟ କରୁଛନ୍ତି । ଘର କୁ ଘର ବୁଲି ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିବା । ମୃତ୍ଯୁବରଣ କରିଥିବା ପରିବାର କୁ ହରିଚନ୍ଦ୍ର ଯୋଜନା ରେ ସାମିଲ୍ କରିବା , ପଂଚାୟତ ର ପ୍ରତେକ ସ୍କୁଲ ଏବଂ ଅଙ୍ଗନବାଡ଼ି କେନ୍ଦ୍ର କୁ ଯାଇ ପରିଭ୍ରମଣର କରି ସୁବିଧା ଅସୁବିଧା ବୁଝିବା । ନିର୍ବାଚନ ପ୍ରଚାର ବେଳେ ସେ କହିଥିଲେ ଯେ ପ୍ରଥମେ ଶିକ୍ଷା ଓ ଗରିବ ଲୋକଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ହେବ ତାଙ୍କର ପ୍ରଥମ କାମ । ଆଉ ସେହି ଅନୁଯାୟୀ କାର୍ଯ୍ୟ ଆରମ୍ଭ କରିଛନ୍ତି । ପାନୀୟ ଜଳ ଯୋଗାଣ ଏବଂ ସ୍ୱାସ୍ଥ୍ୟ ସେବା ସହଜରେ ଯୋଗେଇ ଦେବା ପାଇଁ ଆଗକୁ କାମ କରିବି ବୋଲି ମତ ପ୍ରକାଶ କରିଛନ୍ତି । ତାଙ୍କର ଏହି ଭଳି କାର୍ଯ୍ୟକୁ ଦେଖି ବୁଦ୍ଧିଜୀବୀ ଓ ଅଞ୍ଚଳ ବାସୀ ବେଶ ଉତ୍ସାହିତ ହେଉଛନ୍ତି ।