ସିନାପାଲି,- ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗ୍ରାମପଞ୍ଚାୟତ ସ୍ଥିତ ପେଣ୍ଡ୍ରେନ୍, ଖାଇରପଦର ଗ୍ରାମପଞ୍ଚାୟତ ସ୍ଥିତ ସରଧା ପୁର, ଫୁଳଚୀ, କୂଳିଆଡୁଙ୍ଗରି,ଡଙ୍ଗରି ଗୁଡା,ହଲଦୀମୁଣ୍ଡା, ଛୋଟ ଦରଲି ପଡ଼ା,ଡଙ୍ଗର ଗାଁ,ଖଣ୍ଡା ପଡା,ଧିଙ୍ଗିଆ ମୁଣ୍ଡା, କନ୍ଦୁଲ କନା, ଗ୍ରାମର ଲୋକେ ତାଙ୍କ ଗାଁରେ ବିଦ୍ୟୁତ ଷ୍ଟିଟ ଲାଇଟ୍ ନ ଲାଗିଥି ବା ଦ୍ବାରା ଗ୍ରାମବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେବା ସହିତ ରାତ୍ର ସମୟରେ ଯିବା ଆସିବା ଲୋକ ମାନେ ମଧ୍ୟ ଅନେକ ହଇରାଣ ହେଉଥିବା ନେଇ ଗତକାଲି ଗତ କିଛି ଦିନତଳେ ୧୨ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ମହୋଦୟାଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଜିଲ୍ଲା ପରିଷଦ ମାହୋଦୟା ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଏ ସଂକ୍ରାନ୍ତରେ ଦୃଷ୍ଟି ଆକର୍ଷଣ କରିଥିଲେ । ୨୪ ଘଣ୍ଟା ମଧ୍ୟରେ ଗାଁଗାଁରେ ଷ୍ଟ୍ରିଟ ଲାଇଟ୍ ଯୋଗାଇଦେବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ୨୪ ଘଣ୍ଟା ମଧ୍ୟରେ ଷ୍ଟ୍ରିଟ ଲାଇଟ୍ ଉକ୍ତ ଗ୍ରାମ ମାନଙ୍କୁ ଆସିଥିବା ବେଳେ ବିଦ୍ୟୁତ ବିଭାଗର କର୍ମଚାରୀମାନେ ଜିଲ୍ଲା ପରିଷଦ ମାହୋଦୟା ଓ ତାଙ୍କ ସହଯୋଗୀ ଙ୍କ ଉପସ୍ଥିତିରେ ଷ୍ଟ୍ରିଟ ଲାଇଟ୍ ଲଗାଇ ଗ୍ରାମ ମାନଙ୍କୁ ରାସ୍ତା କଡ଼ରେ ଷ୍ଟ୍ରିଟ ଲାଇଟ୍ ଯୋଗାଣ କରିଥିଲେ। ଶ୍ରୀମତୀ ପୁଷ୍ପାଞ୍ଜଳି ଗୁଆଲ ଜିଲ୍ଲା ପରିଷଦ ହେବା ଦିନଠାରୁ ନିଜ ଘରେ ନିତିଦିନଲୋକଙ୍କ ଅଭିଯୋଗ ଶୁଣୁଥିବା ବେଳେ ଉକ୍ତ ଅଭିଯୋଗକୁଯଥାଶୀଘ୍ର ସମାଧାନ କରୁଛନ୍ତି । ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସଦା ସର୍ବଦା ମୋ ସହିତ ଅଛନ୍ତି ଓ ପ୍ରତିଟି କାର୍ଯ୍ୟରେ ତାଙ୍କର ସହଯୋଗ ରହୁଛି ଏଣୁ ଆଗାମୀ ଦିନରେ ମଧ୍ୟ ୧୨ ନମ୍ୱର୍ ଜୋନର ପ୍ରତିଟି ସମସ୍ୟାକୁ ଯଥାଶୀଘ୍ର ସମାଧାନ କରାଯିବ ବୋଲି ଜିଲ୍ଲା ପରିଷଦ ମହୋଦୟା ଶ୍ରୀ ମତୀ ଗୁଆଲ୍ ପ୍ରକାଶ କରିଛନ୍ତି ।