ବିଜେଡିର ଆଦିବାସୀକାର୍ଡ ଖେଳ ସଫଳ ନା ଭ୍ରମ  କେବଳ  ?

ବଲାଙ୍ଗୀର  :  ( ମଳୟ ମିଶ୍ରଙ୍କ ରିପୋର୍ଟ  )  ବଲାଙ୍ଗୀରର ଆଦିବାସୀସଂଘନେତା ନିରଞ୍ଜନ ବିଶିଙ୍କୁ ଶାସକ ବିଜେଡିଦଳର ସରପ୍ରାଇଜ୍ କ୍ୟାଣ୍ଡଡେଟ୍ କରାଯିବା ଘୋଷଣା ଯୋଗୁଁ ଏବେ ତାଙ୍କ ନିଜଜିଲ୍ଲା ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘରେ ଫାଟ ସୃଷ୍ଟି ହୋଇଛି ।  ଆରମ୍ଭରୁ ତାଙ୍କୁ ସାଙ୍ଗରେନେଇ ପଶ୍ଚିମଓଡିଶା ସଂଗଠନର ମହାସଚିବ ପଦରେ ବସାଇଥିବା ତାଙ୍କର ଘନିଷ୍ଠ ସହଯୋଗୀ  ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ପୂର୍ବତନ ସଭାପତି ସତ୍ୟ ନାରାୟଣ ଭୋଇ ଏହି ଘୋଷଣା ପରେ ମିଡିଆରେ ବିଷୋଦ୍ ଗାର କରିଛନ୍ତି ।  ଖଡିଆଳର ଆଦିବାସୀନେତା ବାଳକୃଷ୍ଣ ଶବର ତାଙ୍କୁ ଓ ବିଜେଡିଦଳର ଆଭିମୁଖ୍ଯ ଉପରେ ସମ୍ଭବତଃ ତାଙ୍କ ନିଜ ରାଜନୈତିକ ଭବିଷ୍ୟତ ନିମନ୍ତେ ଆସ୍ଥା ପ୍ରକଟ କରିଥିବାବେଳେ , ଅନ୍ୟମାନେ ଏହା ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।  ଏହି ସୃଷ୍ଟ ବିରୋଧୀଗୋଷ୍ଠୀ ଓ ଶ୍ରୀ ଭୋଇ ନିରଞ୍ଜନଙ୍କୁ ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ହୋଇପାରେ , ତେବେ ଏହା କଦାପି ଆଦିବାସୀସଂଘ ବା ଆଦିବାସୀମାନଙ୍କର ସମର୍ଥନ ନୁହେଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ।  ବରଂ ଏତଦ୍ଦ୍ବାରା ବିଜେଡି ଆଦିବାସୀମାନଙ୍କର ସ୍ବରକୁ ଦବାଇଦେବାର ଅପଚେଷ୍ଟା କରିଥିବା ଆରୋପ କରିଛନ୍ତି ।  କିଛିଦିନତଳେ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ସମର୍ଥନ କରୁଥିବା ଆଦିବାସୀପ୍ରାର୍ଥୀଙ୍କୁ ବାସନ୍ଦ କରାଯିବ ବୋଲି ଆହ୍ବାନ ଦେଇଥିବା ନିରଞ୍ଜନଙ୍କୁ ଏବେ ବାସନ୍ଦ କରାଯିବ ବୋଲି ମଧ୍ୟ ଘୋଷଣା କରିଛନ୍ତି ।  ଏହାକୁ କେତେକ ଅସହିଷ୍ଣୁତା ବା ଈର୍ଷା କହୁଥିବାବେଳେ , ଏଭଳି ବିରୋଧ ପ୍ରଭାବହୀନ ରହିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରୁଛନ୍ତି ।

ସେ ଯାହାହେଉ ନା କାହିଁକି , ଶେଷପର୍ଯ୍ୟନ୍ତ କଠୋର ବିରୋଧୀ ରହିଆସିଥିବା ପଶ୍ଚିମଓଡିଶା ଆଦିବାସୀ ସଂଘ ମହାସଚିବ ଥିବା ବଲାଙ୍ଗୀର ପାଟଣାଗଡ ଅଞ୍ଚଳର ଜଣେ ବିଦ୍ଯୁତ୍ ବିଭାଗର କିରାଣୀ ଚାକିରୀ କରୁଥିବା ନିରଞ୍ଜନ ଗତ ପ୍ରାୟ ତିନିବର୍ଷହେଲା ବିଜେପିର ସପକ୍ଷରେ ରହିଆସିଥିବାବେଳେ ,  ପାଟଣାଗଡ ବିଧାନସଭା ଆସନର ଦଳୀୟ ପ୍ରାର୍ଥୀ ଟିକେଟ୍ ଆଶାୟୀ ଥିବା ଚର୍ଚ୍ଚା ହୋଇଥିଲା ।  ରାଜନୀତିରେ ସବୁ କିଛି ସମ୍ଭବ ନ୍ୟାୟରେ ହଠାତ୍ ଦୁଇଦିନ ଆଗରୁ ତାଙ୍କୁ ଦଳରେ ମିଶାଇ ରାଜ୍ୟସଭା ସାଂସଦ ନିମନ୍ତେ ଦଳୀୟ ଟିକେଟ୍ ଘୋଷଣା କରିବା ନବୀନଚ କ୍ ମା ବା ବିଜେଡିର ରହସ୍ୟମୟ ରଣନୀତି ବୋଲି କୁହାଯାଉଛି । ତାଙ୍କ ସହିତ ଏଥର ଅନ୍ୟ ୩ ଜଣଙ୍କ ପ୍ରାର୍ଥୀତ୍ବ ଘୋଷଣା ମଧ୍ୟ ଅପ୍ରତ୍ୟାଶିତ ଥିଲା । ଗତ ଲୋକସଭାନିର୍ବାଚନରେ  ଆସ୍କାର ପ୍ରମିଳା ବିଷୋୟୀ ବା ଅନ୍ୟସମୟରେ ଏପରି ଆକସ୍ମିକ ସାଧାରଣବର୍ଗରୁ ପ୍ରାର୍ଥୀ ଘୋଷଣା କରିବା  ଓ ଶେଷମୁହୂର୍ତ୍ତରେ ଉପନିର୍ବାଚନଗୁଡିକରେ ପୂର୍ବବିଧାୟକଙ୍କ ବିଧବା ପତ୍ନୀମାନଙ୍କୁ ପ୍ରାର୍ଥିନୀ କରିବା ସହିତ ସଦ୍ୟସମାପ୍ତ ପୌର ନିର୍ବାଚନରେ ମଧ୍ୟ ନୂଆ ପ୍ରାର୍ଥୀ / ପ୍ରାର୍ଥିନୀଙ୍କୁ ଦଳୀୟ ସମର୍ଥନ ଦେବା ବିଜେଡିର ଗୁପ୍ତ ତଥା ରହସ୍ୟମୟ ଏଜେଣ୍ଡା ରହିଆସିଛି ।  ଏହାର ଏକମାତ୍ର ଉଦ୍ଦେଶ୍ୟ ଏହା ଯେ , ନୂଆ ପ୍ରାର୍ଥୀମାନେ ‘ହାଁ ଜୀ ‘ ବା ଅଧିକ ଆନୁଗତ୍ୟ ପ୍ରଦର୍ଶନ କରିବେ ଓ ଦଳରେ ବିରୋଧୀଭାବନାର ଅଂକୁରୋଦ୍ଗମ ହେବନାହିଁ । ଏକକ ସଂଖ୍ୟାଗରିଷ୍ଠତା ଭିତରେ ଚତୁରନେତାଙ୍କୁ ସାମିଲ୍ କରିବା ବଦଳରେ ଏଭଳି ଆଭିମୁଖ୍ଯ  ପ୍ରତିବନ୍ଧକବିହୀନ । ତେବେ ଏହା ବ୍ୟତୀତ ଯଦି ଏଥରର ରାଜ୍ୟସଭା ସାଂସଦ ଆସନର ଥଇଥାନ ନୀତିରେ ବିଜେଡି ପଶ୍ଚିମଓଡିଶାର ଆଦିବାସୀମାନଙ୍କ ସମର୍ଥନ ହାସଲକଲା ବୋଲି ଭାବିନେଇଥାଏ , ତା’ହେଲେ ଏହା ଆଦୌ ଠିକ୍ ଆକଳନ ନୁହେଁ । କାରଣ  ସେ ଜଣେ ତଥାକଥିତ ଆଦିବାସୀନେତା ହୋଇଥିଲେ ହେଁ , ପ୍ରକୃତରେ ତାଙ୍କର ସେଭଳି କୌଣସି ବିଶେଷ ଯୋଗ୍ୟତା ବା ରାଜନୈତିକ ଜ୍ଞାନଧ୍ୟାନ ନାହିଁ ବୋଲି ସମୀକ୍ଷକମାନେ ଆଲୋଚନା କରୁଛନ୍ତି । ଯଦିଓ ଶ୍ରୀ ବିଶି ଜଣେ ସରଳ , ନିରାଡମ୍ବର ଓ ଅମାୟିକ ବ୍ୟକ୍ତିତ୍ବ । ସେ ଯାହାହେଉନା କାହିଁକି , ବଲାଙ୍ଗୀର ଜିଲ୍ଲା , ବିଶେଷକରି ପାଟଣାଗଡ ଉପଖଣ୍ଡ  ଜଣେ ରାଜ୍ୟସଭା ସାଂସଦଙ୍କୁ ପାଇ ଉତ୍ ଫୁଲ୍ଲିତ ।

Leave A Reply

Your email address will not be published.