ଧାମନଗର ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଡାକଘର ସମ୍ମୁଖରେ  କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ସହ ପ୍ରତିବାଦ 

ଧାମନଗର -ଧାମନଗର ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଧାମନଗର ଡାକଘର ସମ୍ମୁଖରେ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ରରେ ଥିବା ବିଜେପି ସରକାର ଵିଭିନ୍ନ ଦୁର୍ନୀତି ଓ ଦରଦାମ ନିୟନ୍ତ୍ରଣରେ ବିଫଳତା ଏବଂ ମନମୁଖୀ କାର୍ଯ୍ୟ,ହୀନ ରାଜନୀତି କରୁଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ବିରୋଧୀ ଦଳର ଭୁମିକାକୁ ନେଇ ପ୍ରତିବାଦ କରୁଥିବା ଆମର ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କୁ ବିଜେପି ସରକାର EDକୁ ବ୍ୟବହାର କରି ବାରମ୍ବାର  ଧରି ଜେରା କରିବା ଆଳରେ ବିରୋଧୀଙ୍କ ସ୍ୱରକୁ ଦବାଇଦେବା ପାଇଁ ପ୍ରୟାସ ଜାରି ରଖିଛି, ଏହାକୁ ବିରୋଧ କରି  ଜାତୀୟ କଂଗ୍ରେସ ତାର କେନ୍ଦ୍ରିୟ କାର୍ଯ୍ୟାଳୟରେ କଂଗ୍ରେସର କାର୍ଯ୍ୟକର୍ତ୍ତାମାନେ ଅହିଂସା ମାର୍ଗରେ ସତ୍ୟାଗ୍ରହ କରୁଥିବା ବେଳେ  ଉକ୍ତ ସ୍ଥାନରେ ପୋଲିସ ପଶି ଧାରଣାରେ ବସିଥିବା କାର୍ଯ୍ୟକର୍ତ୍ତାଙ୍କୁ ମାଡ଼ ମାରିବା ଘଟଣାରେ ପ୍ରତିବାଦ କରି ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁଵ୍ରତ ଦାସ,ଧାମନଗର ଵ୍ଲକ କଂଗ୍ରେସ ସଭାପତି ଅଭିଷେକ ରାଉତଙ୍କ ନେତୃତ୍ୱରେ ଧାମନଗର ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଧାମନଗର ଡାକଘର ସମ୍ମୁଖରେ ଶତାଧିକ କଂଗ୍ରେସ ନେତା ଓ କର୍ମୀମାନେ ଉପସ୍ଥିତ ରହି କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ମନମୂଖୀ କାର୍ଯ୍ୟ ଓ ହୀନ ରାଜନୀତିକୁ ଵିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ନଗର ସଭାପତି ପ୍ରସନ୍ନ ଧଳଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭାରେ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ କୁମାର ଦାସ ଯୋଗ ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ନେତା ନରେନ୍ଦ୍ର ମଲ୍ଲିକ, ନାରାୟଣ ଚନ୍ଦ୍ର ମହାନ୍ତି, ବାବା ହରେକୃଷ୍ଣ ସେଠୀ, ଲକ୍ଷ୍ମୀ ନାରାୟଣ ମିଶ୍ର, ହରେକୃଷ୍ଣ ଦେବତା, ପ୍ରଭାତ ପଣ୍ଡାଙ୍କ ସମେତ ବହୁ କଂଗ୍ରେସ ନେତା ମାନେ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ଉପରେ ଗରଜୀ ଥିଲେ।

Leave A Reply

Your email address will not be published.