ବାଲେଶ୍ବର- ଗତ ତା ୨୨/୬/୨୨ ରିଖ ବୁଧବାର ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋଳିହା ସେବା ସମବାୟ ସମିତିର ସଭାପତି ପଦବୀ ନିମନ୍ତେ ନିର୍ବାଚନ ଥିଲା । ଏହି ପଦବୀ ପାଇଁ ଶ୍ରୀଯୁକ୍ତ ରମେଶ ଘଡ଼ାଇ(ସମ୍ପଦ ଭାଇ ) ମନୋନୟନ ପତ୍ର ଦାଖଲ କରିଥିଲେ । ତାଙ୍କୁ ପ୍ରତିଦ୍ବନ୍ଦିତା କରିବା ପାଇଁ ଅନ୍ୟ କେହି ମନୋନୟନ ପତ୍ର ଦାଖଲ କରି ନଥିଲେ । ନିର୍ବାଚନ ଅଧିକାରୀ ଚକ୍ରଧର ନାୟକ ସରକାରଙ୍କ ସମସ୍ତ ନୀତିନିୟମକୁ ପାଳନ କରିଥିଲେ । ଧାର୍ଯ୍ୟ ସମୟ ପରେ ନିର୍ବାଚନ ଅଧିକାରୀ ଶ୍ରୀ ଘଡାଇଙ୍କୁ ବିଜୟ ଘୋଷଣା କରିଥିଲେ । ତେଣୁ ଅପ୍ରତିଦ୍ଵନ୍ଦୀ ଭାବେ ଶ୍ରୀ ଘଡେଇ ସଭାପତି ନିର୍ବାଚିତ ହେଇଛନ୍ତି । ଏହି ନିର୍ବାଚନରେ ଗୋଳିହା ସେବା ସମବାୟ ଅଧିନରେ ଥିବା ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ନିର୍ବାଚିତ ହେବାପରେ ସମସ୍ତଙ୍କର ପ୍ରିୟ ରମେଶ ଘଡାଇ ଓରଫ ସମ୍ପଦ ଭାଇ ଗୋଳିହା, ଝିଙ୍କିରିଆ, ଶୁଣ୍ଢିରା ଗଣ୍ଡିବେଡ଼ ଓ ସାରଡାଙ୍ଗ ଗ୍ରାମପଞ୍ଚାୟତର ସମସ୍ତ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅଭିନନ୍ଦନ ଶୁଭେଚ୍ଛା ଜଣାଇଛନ୍ତି । ଆଗାମୀ ଦିନରେ ଚାଷୀ ମାନଙ୍କ ଚାଷର ଉନ୍ନତି ନିମନ୍ତେ ଧ୍ୟାନ ଦେବେ ବୋଲି ନବନିର୍ବାଚିତ ସଭାପତି ଶ୍ରୀ ଘଡାଇ ଚାଷୀ ମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଆହୁରି ମଧ୍ୟ କହିଛନ୍ତି ସମସ୍ତଙ୍କ ସାହାଯ୍ୟ ଓ ସହଯୋଗରେ ସେବା ସମବାୟ ଆଗକୁ ଆଗେଇ ପାରିବ, ଏଥିପାଇଁ ସମସ୍ତ ଚାଷୀ ମାନଙ୍କ ସାହାଯ୍ୟ ଓ ସହଯୋଗ ଏକାନ୍ତ କାମ୍ଯ । ଏହି ପରିପ୍ରେକ୍ଷୀରେ ସେବା ସମବାୟ ସମିତିର ଉନ୍ନତି ପାଇଁ ସମସ୍ତ ଚାଷୀ ବନ୍ଧୁ ସଭାପତିଙ୍କୁ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି । ଶ୍ରୀ ଘଡାଇ ଜଣେ ସଚ୍ଚୋଟ, ସରଳ, ମିଷ୍ଟଭାଷୀ, ସ୍ନେହୀ, ନିଷ୍କପଟ, ଉଦାର ହୃଦୟବାନ, ପରୋପକାରୀ ଓ ସମାଜସେବୀ ହୋଇଥିବାରୁ ସବୁ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ବାର୍ତ୍ତା ଶ୍ରୀ ଘଡାଇଙ୍କ ନିକଟକୁ ଆସିବାରେ ଲାଗିଛି ।