ଖେଳ ପଡ଼ିଆରେ ନୂଆ ବସ ଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ବଲିଆପାଳ –  ବାଲିଆପାଳ ଗ୍ରାମ ପଞ୍ଚାୟତ ସମ୍ମୁଖ  ନେତାଜୀ ଷ୍ଟାଡିୟମରେ ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ବାଲିଆପାଳ ପଞ୍ଚାୟତର ବିଭିନ୍ନ  ସଙ୍ଗଠନ ସହିତ ପଞ୍ଚାୟତର ବାସୀଙ୍କ ପକ୍ଷରୁ ସୋମବାର ବାଲିଆପାଳ ତହସିଲଦାର ଦୀପକ କୁମାର ଦାଶଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଉଛି।ସୂଚନାଯୋଗ୍ୟ ଯେ ବାଲିଆପାଳ ନେତାଜୀ ଖେଳପଡିଆଟି ବାଲିଆପାଳ ବ୍ଲକର ବହୁ ପୁରାତନ ଖେଳ ପଡିଆ ଅଟେ। ଉକ୍ତ ପଡ଼ିଆରେ ବିଭିନ୍ନ ବିଦ୍ୟାଳୟ ର ଖେଳ ପତିଯୋଗିତା ସହିତ ବ୍ଲକ ଓ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ହେଉଥିବା ବେଳେ ପ୍ରତିବର୍ଷ ଆନ୍ତଃରାଜ୍ୟ  ଫୁଟବଲ, ଭଲି ବଲ, କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇ ଆସୁଛି। ଏଥି ସହିତ ବାଲିଆପାଳ ର ଭାଇଚାରାର ପର୍ବ ବାଲିଆପାଳ ମହୋତ୍ସବ ଦୀର୍ଘ ଦିନ ଧରି ଅନୁଷ୍ଠିତ ହେଉଥିବା ବେଳେ ବିଭିନ୍ନ ସମୟ ରେ ବିଭିନ୍ନ ସାମାଜିକ , ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଏଠାରେ ହୋଇଥାଏ।ଏପରିକି ବାଲିଆପାଳ ଫିଜିକାଲ କଲେଜର ପିଲାମାନେ ନୀତି ଖେଳକୁଦ ଅଭ୍ୟାସ କରନ୍ତି। ଏହା ଦୀର୍ଘ ଦିନ ପୂର୍ବରୁ  ମିନି ଷ୍ଟାଡିୟମ ଭାବରେ ମାନ୍ୟତା ପାଇ ପଡିଆର ଚତୁର୍ପାର୍ଶ୍ୱରେ  ଅର୍ଦ୍ଧ ନିର୍ମିତ ପାଚେରୀ ନିର୍ମାଣ କରାଯାଇ ଦର୍ଶକଙ୍କ ପାଇଁ ଗେଲେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ସରକାରଙ୍କର ବୈମାତୃକ ଭାବ ଯୁଗୁ ଆଜି ପର୍ଯ୍ୟନ୍ତ୍ କାର୍ଯ୍ୟ ସମାପନ ହୋଇପାରି ନାହିଁ। ଗାଁରୁ ରାଜ୍ଯ ମଧ୍ୟରେ ବିଭିନ୍ନ ସମୟରେ ଏଠାରେ ବିଭିନ୍ନ ପ୍ରକାର ଖେଳ କୁଦ ପ୍ରତିଯୋଗୀତା ହୋଇ ଆସୁଅଛି। ଏହି ସବୁ ସୃଷ୍ଟିରୁ ମହୋତ୍ସବ କମିଟି, ବାଲିଆପାଳ ଅଂଚଳ ବାସୀଙ୍କ ସହିତ ବହୁ ଖେଳ କମିଟିର ସଦସ୍ୟ ମାନେ  ଏଠାରେ ନୂଆ ବସଷ୍ଟାଣ୍ଡ ନିର୍ମାଣକୁ ବିରୋଧ କରି ଦାବି ପତ୍ର ପ୍ରଦାନ କରାଯାଇଛି।ଅଭିଯୋଗକାରି ମାନେ ଏହି ଖେଳପଡ଼ିଆ ଠାରୁ ଅଳ୍ପ ଦୂର ଗଡାପୋଲ ପାଖରେ ଥିବା ସରକାରୀ ଜାଗାରେ ବଷ୍ଟାଣ୍ଡ କରାଗଲେ ଭଲ ହେବ ବୋଲି ପ୍ରସ୍ତାବ ଦେଇଛନ୍ତି।

Leave A Reply

Your email address will not be published.