କେନ୍ଦୁଝର-କେନ୍ଦୁଝର ଜିଲ୍ଲାର ଏକମାତ୍ର ରଥ ନନ୍ଦିଘୋଷକୁ ଆଜି ଏକ ବଡ଼ ସଫଳତା ମିଳିଛି । ଏହି ରଥ ବିଶ୍ୱର ସର୍ବୋଚ୍ଚ ରଥ ଭାବେ ମାନ୍ୟତା ପାଇ ଗ୍ରିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛି। ଏନେଇ ଆଜି ବିଧିବଦ୍ଧ ଭାବେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ବଳଦେବଜୀଉ ଙ୍କ ମନ୍ଦିର ନିକଟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଏହି ମାନ୍ୟତା ପାଇବା ନେଇ ଜିଲ୍ଲାପାଳ ଆଶିଷ ଠାକରେ ଘୋଷଣା କରିଛନ୍ତି । ଏହି ରଥ ବିଶ୍ୱର ସବୁଠୁ ବଡ଼ ରଥ ଭାବେ ପରିଚିତ ଥିବା ବେଳେ ଏହି ମାନ୍ୟତାତାକୁ ଆହୁରି ବଳିଷ୍ଠ କରିଛି । ପୂର୍ବରୁ କେନ୍ଦୁଝର ଜିଲ୍ଲାର ଏହି ରଥ ଏସିଆ ବୁକ, ଲିମକା ବୁକ ଆଦି ମାନ୍ୟତା ପାଇ ସାରିଛି । ଏହି ମାନ୍ୟତା ପରେ ଜିଲ୍ଲାରେ ଏକ ପ୍ରକାର ଖୁସିର ଲହରୀ ଖେଳିଯାଇଛି ।