୭୫ ତମ ଆଜାଦି ର ଅମୃତ ମହୋତ୍ସବ ପାଳନ ଅବସରରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଜଟଣୀ ,ଖୋର୍ଦ୍ଧା ଦ୍ଵାରା ଜଟଣୀ ବ୍ଲକ ଅନ୍ତର୍ଗତ ବେଣାପଞ୍ଜରୀ ଗ୍ରାମପଞ୍ଚାୟତର ବେଣାପଞ୍ଜରୀ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ବ୍ଲକ ସ୍ତରୀୟ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ସମସ୍ତ ବିଭାଗର ଅଭିଜ୍ଞ ଡକ୍ଟର ମାନଙ୍କ ଦ୍ଵାରା ପ୍ରାଥମିକ ଚିକିତ୍ସା ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହ ନିଶୁଳ୍କ ଔଷଧ ବଣ୍ଟନ କରାଯାଇଥିଲା ।ମେଡ଼ିକାଲର ସମସ୍ତ କର୍ମଚାରୀ,ଆଶା କର୍ମୀ ଓ ଅଙ୍ଗନ୍ ବାଡି ଦିଦି ମାନେ ଏଥିରେ ସହଯୋଗ କରିଥିଲେ ।ଏହି ସ୍ବାସ୍ଥ୍ୟ ମେଳା କୁ ସ୍ଥାନୀୟ ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।ବିଧାୟକଙ୍କ ସହିତ ବେଣାପଞ୍ଜରୀ ସରପଞ୍ଚ ମଧ୍ୟ ଉପସ୍ଥିତ ଥିଲେ।ଏହି ସ୍ବାସ୍ଥ୍ୟ ମେଳା ଦ୍ଵାରା ସ୍ଥାନୀୟ ଅଂଚଳର ଅନେକ ଲୋକମାନେ ସ୍ବାସ୍ଥ୍ୟ ପରୀକ୍ଷା କରିବାସହ ଚିକିସ୍ରା ସୁବିଧାରେ ପାଇପାରିଛନ୍ତି ।