ଭାରତୀୟ ଖାଦ୍ୟ ନିଗମ  ଦ୍ଵାରା ଅନ୍ନ ଯୋଜନା ମହୋଛବ ଅନୁଷ୍ଠିତ

ବ୍ରହ୍ମପୁର: – ବ୍ରହ୍ମପୁର ଜିଲ୍ଲା ଭାରତୀୟ ଖାଦ୍ୟ ନିଗମ ଅଧିନସ୍ଥ ଜଗନ୍ନାଥପୁର ସ୍ଥିତ ଖାଦ୍ୟ ସରଙ୍ଖ୍ୟଣ ଭଣ୍ଡାର କର୍ଜୟାଳୟ ଆଜାଦୀ କା ଅମୃତ ମୋହୋଚ୍ଛବ  ଯୋଜୋନା ଅନ୍ତର୍ଭୁକ୍ତ ଅନ୍ନ ଯୋଜନା ମୋହୋଚ୍ଛବ  କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ରହ୍ମପୁର ଜିଲ୍ଲା ଭାରତୀୟ ଖାଦ୍ୟ ନିଗମ ମେନେଜର ରମାରମନ ମେହେରଙ୍କ ସଂଯୋଜନାରେ  ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଜିଲ୍ଲା ଭାରତୀୟ ଖାଦ୍ୟ ନିଗମ ମଣ୍ଡଳ ଅଧିକାରୀ ସନ୍ତୋଷ କ୍ଯମାର ଆଦି ସଭାପତିତ୍ଵ କରି ଅନ୍ନ ଯୋଜନା ମୋହୋଚ୍ଛବର ଉଦ୍ଧ୍ୟେଶ ଙ୍ଗ୍ଯାପନ  କରିଥିଲେ। କାର୍ଯ୍ୟକ୍ରମରେ ଯୋଗାଣ ବିଭାଗ ଗଞ୍ଜାମର ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା,ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ସ୍ଥଳେ  ଜିଲ୍ଲାପରିଷଦ ମେମ୍ବର ଧନଞ୍ଜୟ ରେଡ଼ି , ବିଜୟ କୁମାର ଖଟେଇ, ଅଧ୍ୟାପକ କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ନରେନ୍ଦ୍ରପୁର ଜଗନ୍ନାଥ ପଣ୍ଡା, ଜିଏମ କାନାଡାବ୍ଯାଙ୍କ ଡ଼ି ମୋହନ ବାବୁ,ସିନିୟର ମେନେଜର କାନାଡା ବ୍ଯାଙ୍କ ଆଞ୍ଚଳିକ କର୍ଜୟାଳୟ ବ୍ରହ୍ମପୁର ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇଥିଲେ। ଉକ୍ତ ସଭାରେ ଜିଲ୍ଲା ଭାରତୀୟ ଖାଦ୍ୟ ନିଗମ ବ୍ରହ୍ମପୁର ଏଜିଏମ ମନିଷ ଦେବ ପ୍ରତାପ ଭରତ ସରକାରଙ୍କ ଅନ୍ନ ଯୋଜନା ଅନ୍ତର୍ଭୁକ୍ତ ବିଭିନ୍ନ ଜନହିତକାରୀ ଯୋଜନାର ସଫଳ ରୂପାୟନ ବିଷୟରେ ବିସ୍ତୃତ ଭାବରେ ବର୍ଣନା କରିଥିଲେ।କାର୍ଯ୍ୟକ୍ରମରେ ମ୍ୟାନେଜର ବିଶ୍ଵରଞ୍ଜନ ଆଚାର୍ଯ୍ୟ ,ଏନ ଏସ ରାଓ,ପ୍ରତିମା ମିଞ୍ଜ,ରଞ୍ଜିତ କୁମାର ସାହୁ,ତୃପ୍ତି ରାଉତ,ସତ୍ୟନାରାୟନ ପାତ୍ର,ସହିତ କାର୍ଯ୍ୟଳୟର  ବହୁ କର୍ମଚାରୀ, ଶ୍ରମିକ ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ମାଧ୍ୟମରେ ଉପକୃତ ହେଉଥିବା ବିଦ୍ୟାଳୟର ଛାତ୍ରଛାତ୍ରୀ,ହିତାଧିକାରୀ,ଚାଷୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.