ଐତିହାସିକ ବଳୀବାମନ ପୀଠରେ  ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ  ସମ୍ମାନୀତ

 କଟକ: କଟକ ସଦର କିଶନନଗର ଅଞ୍ଚଳର ଯୁବ ସୁଲଭ ପ୍ରତିଭା,ସାରସ୍ଵତ ସାଧକ,ଯୁବ ସ୍ତମ୍ବକାର,ଦକ୍ଷ ସଂଗଠକ ତଥା କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ)ର ବରେଣ୍ୟ ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ ସମାଜସେବା,ସାହିତ୍ୟ ସଂସ୍କୃତିର ବିକାଶ,ପୂଜ୍ୟପୂଜା ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ଐତିହାସିକ ବଳୀବାମନ ପୀଠ ଚନ୍ଦୁଲି ଠାରେ ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ଅନୁଷ୍ଠିତ ହୋଇଥିବା ପ୍ରତିଭା ଅନ୍ୱେଷଣ,ଆଲୋଚନା ଚକ୍ର  ଓ ସମ୍ବର୍ଦ୍ଧନା ପର୍ବରେ ସମ୍ବର୍ଦ୍ଧିତ ହୋଇଛନ୍ତି । କଳା ପରିଷଦର ସଭାପତି କବୟିତ୍ରୀ ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ଅଭିନେତା ଦୈତାରୀ ପ୍ରଧାନ,କରୋନା ଯୋଦ୍ଧା ଅଭିରାମ ସାହୁ,ବାବୁଲି ପାତ୍ର,ପବିତ୍ର ମୋହନ ଓଝା, ସ୍ବାସ୍ଥ୍ୟ ପରିଦର୍ଶକା ସନ୍ଧ୍ୟାରାଣୀ ଦାସ,କଣ୍ଠଶିଳ୍ପୀ ଇଂ. ଅମୀୟ ପଟ୍ଟନାୟକ,ସାମ୍ବାଦିକ ବସନ୍ତ ରଥ, ସାମ୍ବାଦିକ ବିଜୟ ସ୍ୱାଇଁ, ସାମ୍ବାଦିକ ତଥା ସ୍ତମ୍ବକାର ସମରେନ୍ଦ୍ର ବଳିଆରସିଂହ,ସଂଯୋଜକ ବିଶିଷ୍ଟ ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, ଶିକ୍ଷାବିତ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ପ୍ରାବନ୍ଧିକ ଇଂ. ସେବକ ଶ୍ରୀକାନ୍ତଙ୍କ ସହ ବହୁ କାର୍ଯ୍ୟକର୍ତ୍ତା,ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ପିତା ଗ୍ରାମ ମୂରବୀ ପୂର୍ଣ୍ଣଚନ୍ଦ୍ର ସେଠୀ,ମାତା ଧର୍ମପ୍ରାଣା ଟୁନି ସେଠୀଙ୍କ ସୁପୁତ୍ର ପ୍ରକାଶ ଚନ୍ଦ୍ର ସୁଦୂର ହାଇଦ୍ରାବାଦରେ କାର୍ଯ୍ୟକରିବା ସହ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ଉଚ୍ଚ ସ୍ତରୀୟ ଗବେଷଣା ଓ ସମାଜସେବା ପାଇଁ ବହୁ ସଂଗଠନ ଦ୍ଵାରା ସମ୍ବର୍ଦ୍ଧିତ ହୋଇଛନ୍ତି ।

Leave A Reply

Your email address will not be published.