ବାଲିଆପାଳ – ସ୍ୱ ପ୍ର ବାଲିଆପାଳ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସର ରେ ଗୁରୁବାର ଅପରାହ୍ନ ରେ ଭାଜପା ର ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ପଛୁଆ ଜାତି ବର୍ଗ ର ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପଛୁଆ ଜାତି ବର୍ଗ ର ଜିଲ୍ଲା ସଭାପତି ଅରବିନ୍ଦ ବେହେରାଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ବାଲେଶ୍ଵର ଏମ ପି ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଯୋଗ ଦେଇ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୟରେ ଦୀର୍ଘ ଆଠ ବର୍ଷ ର ଲୋକାଭି ମୋକ୍ଷୀ କାର୍ଯ୍ୟ ବିଷୟ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ବିଶେଷ କରି ପ୍ରଧାମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନାରେ ଅସି କୋଟି ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ବିତରଣ, ଜନ ଧନ୍ ଯୋଜନାର ୨୫ କୋଟି ମହିଳାଙ୍କୁ ବ୍ୟାଙ୍କ ସାହିତ ଯୋଡ଼ା ଯାଇଛି, ମୁଦ୍ରା ଯୋଜନାର ୩୫ .୪୩ କୋଟି ଲୋକଙ୍କୁ ୧୮.୬ କୋଟି ଟଙ୍କାର ଋଣ ପ୍ରଦାନ, ରେଲ ଓ ସଡ଼କ ପଥ ନିର୍ମାଣ ଜରିଆରେ ପୂର୍ବ ଉତର ରାଜ୍ଯ ଗୁଡିକର ବିକାଶଧରା ଯୋଡ଼ି ହୋଯାଇଛି। ଉଜଳା ଗ୍ୟାସ, ଅପରେସନ ଗଙ୍ଗା, ପ୍ରଧାମନ୍ତ୍ରୀ କିଷାନ ନିଧି ଭଳି ବାହୁ ଲୋକାଭିମୁଖୀ କାର୍ଯ କେନ୍ଦ୍ର ସରକାର ପ୍ରଚଳ କରିଥିବା ବିଷୟ ରେ ଲୋକ ମାନଙ୍କୁ ବକ୍ତବ୍ୟ ମାଧ୍ୟମର କହିଥିଲେ। ପୂର୍ବତ ମନ୍ତ୍ରୀ ରଘୁନାଥ ମହାନ୍ତି, ବସ୍ତା ଭାଜପା ନେତା
ରବୀନ୍ଦ୍ର ଜେନ, ବାଲିଆପାଳ ଏମ ପି ପ୍ରତିନିଧି ମହେଶ୍ୱର ଜେନା, ବସ୍ତା ବ୍ଲକ ର ଏମ ପି ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ପଛୁଆ ଜାତି ବର୍ଗର ଜିଲ୍ଲା ଜେନେରାଲ ସେକ୍ରେଟେରୀ ଗୌରବ ଅଣ୍ଡିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଲିଆପାଳ ମଣ୍ଡଳ ସଭାପତି ମୁରଲୀ ମୋହନ ସାହୁ ଧାନ୍ୟବାଦ ଅର୍ପଣ କରିଥିଲି। ଡଗରା ପଞ୍ଚାୟତ ର ସରପଂଚ ସତ୍ୟାନନ୍ଦ ମାହାନ୍ତି , ତ୍ରିଲୋଚନ କାମିଲା, ମନ୍ମଥ ନାୟକ, କମଳ ଲୋଚନ ଦତ୍ତ, ହିମାଂଶୁ ମହାପାତ୍ର ପ୍ରମୁଖ କାର୍ଯ୍ୟ ପରିଚାଳନା କରିଥିଲେ।