ସ୍ୱାଇଁ ଖଣ୍ଡ ପଞ୍ଚାୟତରେ ବୃକ୍ଷରୋପଣର ଶୁଭାରମ୍ଭ କଲେ ବରୀ ବିଧାୟିକା 

ବରୀ- ଦିନକୁ ଦିନ ଯେଉଁ ଭଳି ଭାବେ ବୃକ୍ଷ କଟା ଚାଲିଛି ତାହାର କୁପରିଣାମ ମଣିଷ ସମାଜ ଉପରେ ଖୁବ୍ ଶୀଘ୍ର ପଡିବ l ଯଦି ଏବେ ଠାରୁ ଆମେ ସଚେତନ ନହେବା ବହୁଳ ଭାବେ ବୃକ୍ଷ ରୋପଣ ନକରିବା, ଜୀବିତ ଥିବା ବୃକ୍ଷ ଗୁଡିକ ଯତ୍ନ ନ ନେବା ତେବେ ଆମକୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ବୋଲି ସ୍ବାଇଁଖଣ୍ଡ ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ଯକ୍ରମ ର ଶୁଭାରମ୍ଭ କରି ବରୀ ବିଧାୟିକା ସୁନନ୍ଦା ଦାସ ପ୍ରକାଶ କରିଛନ୍ତି l

ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ସ୍ବାଇଁଖଣ୍ଡ ପଞ୍ଚାୟତର ଗୋପିନାଥ ଜୀଉ ବିଦ୍ୟାଳୟ ପରିସରରେ ବିଜୁ ଜନତା ଦଳ ର ୨୫ ତମ ପୁର୍ତ୍ତୀ ଅବସରରେ ବରୀ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା l ରାଜ୍ୟବ୍ୟାପୀ ବିଜେଡି ପକ୍ଷରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ ଓ ଜୀବନ୍ ବିନ୍ଦୁ କାର୍ଯ୍ୟକ୍ରମ ଅବସରରେ ସ୍ୱାଇଁ ଖଣ୍ଡ ପଞ୍ଚାୟତରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ବୃକ୍ଷରୋପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବିଜୁ ଯୁବ ଜନତା ଦଳର ବରୀ ନିର୍ବାଚନ ମଣ୍ଡଳୀ ସଭାପତି ତଥା ୨୧  ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଅଶୋକ କୁମାର ସାମଲ, ସ୍ଥାନୀୟ ସରପଞ୍ଚ ସଂକର୍ଷଣ ସ୍ୱାଇଁ, ନାହଣ କୃଷି ସମବାୟ ସମିତି ର ସଭାପତି ଅଭିନ୍ନ କୁମାର ଜେନା, ବାଲିଆର ପୂର୍ବତନ ସମିତି ସଭ୍ଯ ପ୍ରଦୀପ କୁମାର ଘଡାଇ , ଯୁବ ନେତା ରତି ରଞ୍ଜନ ଜେନା ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

Leave A Reply

Your email address will not be published.