କାଠ ଜାଳି କୋଇଲା କରୁଥିବା ସମୟରେ ବନ ବିଭାଗ ଦ୍ଵାରା ୪ ଗିରଫ

ଭଞ୍ଜନଗର,୦୧/୧୨ : ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡ ଅଧୀନ କେନ୍ଦ୍ରୀୟ ବନାଞ୍ଚଳର କାଳିଆମ୍ବା ସଂରକ୍ଷିତ ଜଙ୍ଗଲରୁ ଗଛ ହାଣିବା ସହ ସେଥିରେ ନିଆଁ ଲଗାଇ କୋଇଲା ପ୍ରସ୍ତୁତ କରିବା ଅଭିଯୋଗରେ ବନ ବିଭାଗ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ବଡ଼ବରୋସିଂ ଗ୍ରାମର ନାରାୟଣ ନାଇକ ତାର ପତ୍ନୀ ବବି ନାଇକ,ପଠାଣି ନାଇକ ଏବଂ ତାର ସ୍ତ୍ରୀ ରେଣୁ ନାଇକକୁ ବେଆଇନ ଭାବେ ଗଛ କାଟି କୋଇଲା କରିବା ଅଭିଯୋଗରେ ଗିରଫ କରାଯାଇଥିବା କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ କୁମର ବେହେରା ସୂଚନା ଦେଇଛନ୍ତି। ସେମାନଙ୍କ ବିରୋଧରେ ଜଙ୍ଗଲ ଆଇନ ଧାରା ୨୭-୨ ବି ଏବଂ ୩ ବି ଅନୁଯାୟୀ କେସ୍ ନମ୍ବର ୩୪୧,୩୪୨ରେ ଦୁଇଟି ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି। ଉକ୍ତ ଚଢାଉରେ ବନପାଳ ଶରତ ଚନ୍ଦ୍ର ମହାନ୍ତି,ବନପାଳ କେ.ସନ୍ତୋଷ କୁମାର ପାତ୍ର,ବନରକ୍ଷୀ ସୁଧାଂଶୁ ମଲ୍ଲିକ,ବନରକ୍ଷୀ ରଶ୍ମିତା ସେଠୀଙ୍କ ସମେତ ବନ କର୍ମଚାରୀ ମାନେ ସାମିଲ ହୋଇଥିଲେ।

Leave A Reply

Your email address will not be published.