କାଳିଆପାଣି ସ୍ଥିତ ଇମ୍ଫା ମହାଗିରୀ ପରିସରରେ ଆଜି ଇମ୍ଫାର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ଇମ୍ଫା କମ୍ପାନୀ ର ପ୍ରତିଷ୍ଠାତା ସ୍ବର୍ଗତ ଡ ବଂଶୀଧର ପଣ୍ଡାଙ୍କ ୯୧ ତମ ତଥା ୬୧ ତମ ପ୍ରତିଷ୍ଠା ଦିବସ ଅବସର ରେ ବିଗତ ବର୍ଷ ଧରି ବିଭିନ କାର୍ଯ୍ୟକ୍ରମ ମାନ ଯଥା ଚଳିତ ମାସ ୨୩ ତାରିଖରେ ନୁଆଁ ଗାଁ ଯାଜପୁର ରୋଡ ସ୍ଥିତ ଅନ୍ନପୂର୍ଣ୍ଣା ଶିଶୁ ଯତ୍ନ କେନ୍ଦ୍ର ଓ ନିରାମୟ ମହିଳା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଜିର ଏହି ପ୍ରତିଷ୍ଠା ଦିବସ ପାଳନ ଅବସରରେ ସ୍ଥାନୀୟ ଅଧିଷ୍ଠାତ୍ରୀ ଦେବୀ ମା ଚଣ୍ଡୀଙ୍କ ପୂଜାର୍ଚ୍ଚନା କରିବା ସହ କମ୍ପାନୀର ଉର୍ଣ୍ଣତି କାମନା କରାଯାଇଥିଲା ।ଅପରାହ୍ନରେ ଆୟୋଜିତ କାର୍ଯ୍ୟକ୍ରମରେ ଇମ୍ଫାର ମୁଖ୍ୟ ଆର୍ଥିକ ଅଧିକାରୀ ତଥା ଜିସିଏସ ମୁଖ୍ୟ ପ୍ରେମ ଖଣ୍ଡେଲୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଖଣି ବ୍ୟବସାୟିକ ମୁଖ୍ୟ ତଥା ଉପ ସଭାପତି ସନ୍ଦୀପ ବପୁରାଓଜୀ ନାରଡେ , ଖଣି ପ୍ଲାନିଂ ସେଲ ଓ ପ୍ରୋଜେକ୍ଟ ମୁଖ୍ୟ ତଥା ଉପ ସଭାପତି ସୁଧାଂଶୁ ପାଟନି ସ୍ୱାଗତ ଅଭିଭାଷଣ ଦେଇଥିବା ବେଳେ ଇମ୍ଫା ଖଣି ଅପରେସନ ମୁଖ୍ୟ ଲଲାଟେନ୍ଦୁ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ଇମ୍ଫା କମ୍ପାନୀ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି କମ୍ପାନୀ ର ଅଭିବୃଦ୍ଧି ରେ ସହଯୋଗ କରୁଥିବା କର୍ମଚାରୀ ମାନକୁ ଦୀର୍ଘ ଜୀବନ ସମର୍ପଣ ସେବା ପୁରସ୍କାର ରେ ପୁରସ୍କୃତ କରାଯାଇଥିଲା । ଇମ୍ଫା ବିଦ୍ୟତ ବିଭାଗ କର୍ମଚାରୀ ସନ୍ତୋଷ ପ୍ରଧାନ ଙ୍କ ଦ୍ଵାରା ନିର୍ମିତ ସ୍ବର୍ଗତ ଡ ବଂଶୀଧର ପଣ୍ଡା ଙ୍କ ବାଲୁକା ଚିତ୍ର ଉପସ୍ଥିତ ଅତିଥି ଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା । ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ଯରେ ଏସ.ଆର.ସି.କେ.ଏମ.ଏସ ର ସାଧାରଣ ସମ୍ପାଦକ ନାରାୟଣ ଚନ୍ଦ୍ର ଧୀର , ଯୁଗ୍ମ ସମ୍ପାଦକ ଭରତ ମହାନ୍ତ , ୩୭ନଂ ଜିଲା ପରିଷଦ ଜେମା ଚାଖି , କାଳିଆପାଣି ସରପଞ୍ଚ ବିକାଶ ପାତ୍ର , କାଙ୍କଡ଼ ପାଳ ସରପଞ୍ଚ ସଞ୍ଜୟ ପରିଡା , ରାଷୋଳ ସରପଞ୍ଚ କନକଲତା ସର୍ଦାର ସମିତି ଉମାରଣୀ ପ୍ରଧାନ ,ଭଗବତୀ ମହାନ୍ତଙ୍କ ସମେତ ଇମ୍ଫା ଖଣିର ସମସ୍ତ କାର୍ଯ୍ୟରତ ଶ୍ରମିକ ଉପସ୍ଥିତ ଥିବା ଦେଖିବକୁ ମିଳିଥିଲା ।ଇମ୍ଫାର ମାନବ ସମ୍ବଳ ବରିଷ୍ଠ ପରିଚାଳକ ଗିରିସ ପଟନାୟକ ଓ ଲୋକ ସମ୍ପର୍କ ବିଭାଗ ବରିଷ୍ଠ ଅଧିକାରୀ ମିଳନ ରଞ୍ଜନ କର ମଞ୍ଚ ପରିଚାଳନା କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଶାସନିକ ବିଭାଗ ମୁଖ୍ୟ ଦ୍ୟୁତିରାଜ ଜଗଦା ନନ୍ଦ ନାୟକ ପରିଚାଳନା କରିଥିବା ବେଳେ ଲୋକ ସମ୍ପର୍କ ବିଭାଗ ପରିଚାଳକ ପ୍ରଭାତ ସିଂ ,ମାନବ ସମ୍ବଳ ସହ ପରିଚାଳକ ଐତିହ ମହାପାତ୍ର ,ଅଜୟ ମିଶ୍ର ,ପ୍ରଶାସନିକ ଅଧିକାରୀ ଅଖୟ ମହାଭୋଇ ,ଜ୍ଞାନ ରଞ୍ଜନ ପୁହାଣ ,ଦୀପ୍ତି ରାଉତ ପ୍ରମୁଖ ସହଯୋଗ କରିଥିଲେ ।