ବ୍ରହ୍ମପୁର:୦୨/୧୨/୨୦୨୨
ଆଜି ଦିନ ପ୍ରାୟ ୧୧.୪୫ ମିନଟ ସମୟରେ ଝରଣା ସ୍ୱାଇଁ ନାମକ ଜଣେ ମହିଳା ବୟସ ୩୦ ବର୍ଷ ବ୍ରହ୍ମପୁର ଏସଡ଼ିଜେ ଏମ ବ୍ରହ୍ମପୁର କୋର୍ଟ ପରିସର ମଧ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ l ଏସଡ଼ିଜେଏମଙ୍କ ସୁରକ୍ଷା ଦାୟିତ୍ୱରେ ଥିବା କାଯ୍ୟରତ କନେଷ୍ଟବଳ ରଶ୍ମି ରଞ୍ଜନ ଦାସ , ଉକ୍ତ ମହିଳାକୁ ତୁରନ୍ତ ଉଦ୍ଧାର କରିଥିଲେ ଓ ସେଠାରେ ଉପସ୍ଥିତ ଥିବା ଅନ୍ୟ କିଛି ଜନସାଧାରଣଙ୍କ ମଧ୍ୟ ସାହାଯ୍ୟ କରିଥିଲେ l
ବିଏନପୁର ପୋଲିସ ଷ୍ଟେସନ ମାମଲା ନଂ ୪୨୨/୨୨ ଦଫା ୩୦୯ ଆଇପିସି ପଞ୍ଜିକୃତ ହୋଇ ଘଟଣାର ଅନୁସନ୍ଧାନ କରାଯାଉଛି।ପୂର୍ବରୁ ଝରଣା ସାହୁଙ୍କ ଅଭିଯୋଗ ପ୍ରକାରେ ସଦର ଥାନାରେ ଜଣେ ଯୁବକ ବାପୁନି ସାହୁଙ୍କ ନାମରେ ଏକ କେସ ପଞ୍ଜିକୃତ ହୋଇଥିଲା।ଉକ୍ତ ମାମଲାରେ ବାପୁନି ସାହୁଙ୍କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଥିଲା। ଝରଣା ସାହୁ ଅଭିଯୋଗ ଏହା ଯେ ହାଇଦ୍ରାବାଦରେ କାମ କରୁଥିବା ତାଙ୍କ ସ୍ୱାମୀ ଉପେନ୍ଦ୍ର ସ୍ୱାଇଁ ବାପୁନି ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ତାଙ୍କୁ ଟଙ୍କା ପଠାଉଥିଲେ ଏବଂ ତେଣୁ ଉଭୟ ନିକଟତର ହୋଇଥିଲେ।ଏହାର ସୁଯୋଗ ନେଇ ଏହି ବାପୁନି ସାହୁ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲେ ଏବଂ ତେଣୁ ବାପୁନି ସାହୁଙ୍କୁ ଗିରଫ କରାଯାଇଥିଲା। ପରେ କୋର୍ଟରୁସେ ଜାମିନରେ ଆସିଥିଲେ।ପୁଣି ନଭେମ୍ବର ୧୪
ତାରିଖରେ ଝରଣା ସ୍ୱାଇଁଙ୍କ ଅଭିଯୋଗ କ୍ରମେ ଗୋଶାଣୀନୂଆଗାଁ ଥାନା ମାମଲା ନଂ ୨୦୪ ଦଫା ୩୭୬(ଡ଼ି) / ୩୦୭/୩୫୪/୩୪୨/୫୦୬/୩୪ ଆଇପିସି,
ପଞ୍ଜିକୃତ ହୋଇଥିଲା | ଅଭିଯୋଗ ପରେ ଅଭିଯୁକ୍ତ ବାପୁନି ସାହୁଙ୍କୁ ଗିରଫ କରାଯାଇ ପୁଣି କୋର୍ଟ ଚାଲାଣ କରାଯାଇଥିଲା।ବର୍ତ୍ତମାନ ବପୁନି ସାହୁ ଜେଲରେ ଅଛନ୍ତି।କିନ୍ତୁ ମହିଳା ଜଣକ କଣ ପାଇଁ ଏପରି ପଦକ୍ଷେପ ନେଇଛନ୍ତି ପୋଲିସ ନିଜ ତରଫରୁ ଏକ କେସ ଫାଇଲ କରି ତଦନ୍ତ କରୁଥିବା ସୂଚନା ମିଳିଛି।